
କେନ୍ଦ୍ରାପଡା, ୧୯/୧- ଆସନ୍ତା ୨୨ତାରିଖ ସୋମବାର ଦିନ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଓ ଭବ୍ୟ ମନ୍ଦିରର ଶୁଭ ଲୋକାର୍ପଣ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଚାରିଆଡ଼େ କ୍ରମେ ସ୍ୱତ୍ତ ଭକ୍ତି ଓ ସମର୍ପଣଭାବର ପରିବେଶ ସୃଷ୍ଟି ହେବାରେ ଲାଗିଛି । ଜନଗଣଙ୍କ ଏହି ଧର୍ମୀୟ ଭାବନାକୁ ସମ୍ମାନ ଦେଇ ସାଂପ୍ରଦାୟିକ ସଂପ୍ରୀତିର ସହର କେନ୍ଦ୍ରାପଡ଼ାର ସମସ୍ତ ମାଛ ଓ ମାଂସ ବ୍ୟବସାୟୀ ମାନେ ଏହି ଦିନ ନିଜର ଏହି ବ୍ୟବସାୟକୁ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି । ମାଛ ଓ ମାଂସ ବ୍ୟବସାୟୀମାନଙ୍କ ଏହି ନିଷ୍ପତ୍ତିକୁ ବୁଦ୍ଧିଜୀବି ମହଲରେ ସ୍ୱାଗତ କରାଯାଇଛି । ଏଠାରେ ସୂଚନା ଯୋଗ୍ୟଯେ,କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପର ଲୋକର୍ପଣ ପାଇଁ ଗତ ୧୭ତାରିଖ ଓ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଆଗାମୀ ୨୨ତାରିଖରେ ସମଗ୍ର ଜିଲ୍ଲାରେ ମଦ ବିକ୍ରି ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ ।

