ରାଜ୍ୟ ସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ଦିବସ



କେନ୍ଦ୍ରାପଡା ୨୮-୧୦- ଡ଼ ବୈଷ୍ଣବ ପରିଡା ମେମୋରିଆଲ୍ ଚେସ୍ ଟୁର୍ଣ୍ଣାମେଣ୍ଟ ର ୩ ୟ ବାର୍ଷିକ ରାଜ୍ୟ ସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । କେନ୍ଦ୍ରାପଡା ଗୋପଛକ ନିକଟ ଆଲ୍ଫା ବେଷ୍ଟ ବେସରକାରୀ କଲେଜରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ରାଜ୍ୟର ୧୭ ଟି ଜିଲ୍ଲାରୁ ପ୍ରତିଯୋଗୀ ମାନଙ୍କ ସହିତ କେନ୍ଦ୍ରାପଡା ଜିଲ୍ଲାର ପ୍ରତିଯୋଗୀ ମାନେ  ଭାଗ ନେଇଛନ୍ତି । ଏହି ପ୍ରତିଯୋଗୀତାରେ ପ୍ରତ୍ୟେକ ବର୍ଗର ୬୩ ଜଣ ଆର୍ନ୍ତଜାତୀୟ ମାନ୍ୟତା ପ୍ରାପ୍ତ ଖେଳାଳୀଙ୍କ ସମେତ ୧୩୪ ଜଣ ଖେଳାଳୀ ଭାଗ ନେଇଛନ୍ତି । ଅନ୍ୟ ଜିଲ୍ଲାରୁ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଆସିଥିବା ପ୍ରତିଯୋଗୀ ମାନଙ୍କ ପାଇଁ ରାତ୍ରି ରହଣୀର ବ୍ୟବସ୍ଥା କରାଯାଇଛି । ଆୟୋଜିତ ତୃତୀୟ ବାର୍ଷିକ ଡ଼ ବୈଷ୍ଣବ ପରିଡା ମେମୋରିଆଲ୍ ଚେସ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ କେନ୍ଦ୍ରାପଡା ଜିଲ୍ଲା ଚେସ୍ ଆସୋସିଏସନର କାର୍ଯ୍ୟକାରୀ ସଭାପତି ହାଡିବନ୍ଧୁ ସିଂ ଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ସମାଜସେବୀ ଭକ୍ତଚରଣ ମଲ୍ଲ , ସମ୍ନାନୀତ ଅତିଥି ଭାବେ ଆଲ୍ଫାବେଷ୍ଟ କଲେଜର ଅଧ୍ୟକ୍ଷ କ୍ଷୀରୋଦ ପ୍ରସାଦ ସାହୁ , ଯାଜପୁର ଜିଲ୍ଲା ଚେସ୍ ଆସୋସିଏସନର ସଂପାଦକ ମନୋଜ କୁମାର ପରିଡା , କେନ୍ଦ୍ରାପଡା ଚେସ୍ ଆସୋସିଏସନ ସଂପାଦକ ଭବେଶ ମହାନ୍ତି ଯୋଗଦେଇ ସ୍ୱର୍ଗତ ଡ଼ ବୈଷ୍ଣବ ପରିଡାଙ୍କ ଫଟୋଚିତ୍ରରେ ମାଲ୍‌ଯାର୍ପଣ କରି ମ୍ୟାଚ୍‌ର ଟପସିଡ୍ ରାଜେଶ୍ ନାୟକ ଏବଂ ସ୍ମାରକୀ ମହାନ୍ତି ଙ୍କ ସହିତ ଅଧ୍ୟକ୍ଷ ଖିରୋଦ ଚନ୍ଦ୍ର ସାହୁ ପରି ଚାଳନା କରି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । ଆଜି ମୋଟ ୩ ଟି ରାଉଣ୍ଡ ଖେଳ ହୋଇଥିଲା ୨ୟ ରାଉଣ୍ଡ ଖେଳ ଶେଷ ସୁଦ୍ଧା ରାଜେଶ୍ ନାୟକ , ନିଲ୍ସୁ ପଟ୍ଟନାୟକ , ମାନସ ପରିଡା , ପ୍ରିୟାନ୍ସ୍ ଦାସ , ହର୍ଷିତ୍ ରଞ୍ଜନ ସାହୁ , ତପନ ବଡମୁଣ୍ଡି , ସ୍ମାରକୀ ମହାନ୍ତି , ରବିନ୍ଦ୍ର ସାହୁ , ଶ୍ରଦ୍ଧା ସ୍ମରଣିକା ନନ୍ଦ , ସନ୍ଜିବନୀ ନାୟକ , ସ୍ୱତାଲିନା ପଟ୍ଟନାୟକ ୨ ପଏଣ୍ଟ ପାଇ ଆଗୁଆ ଅଛନ୍ତି ବୋଲି କେନ୍ଦ୍ରାପଡା ଜିଲ୍ଲା ଚେସ୍ ଆସୋସିଏସନ ପକ୍ଷରୁ ଜଣା ପଡିଛି । ଏହି ଖେଳରେ ଆର୍ନ୍ତଜାତୀୟ ଆରବିଟର ସନ୍ତୋଷ ମହାପାତ୍ର ଏବଂ ଜାତୀୟ ଆରବିଟର ପିଙ୍କି ମହାପାତ୍ର ଖେଳ ପରିଚାଳନା କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ଚେସ୍ ଆସୋସିଏସନ ପକ୍ଷରୁ ଉପ ସଭାପତି ଧରଣୀଧର ସେଠୀ, ହିମାଂଶୁ ଶେଖର ନାୟକ, ଯୁଗ୍ମ ସମ୍ପାଦକ ନାରାୟଣ ଦାସ, ବାରେଣୀ ଭୁଇଁଆ ଉପସ୍ଥିତ ରହି ପ୍ରତିଯୋଗୀକୁ ପରିଚାଳନା କରିଥିଲେ । ଆସନ୍ତାକାଲି ଖେଳର ୨ୟ ତଥା ଅନ୍ତିମ ଦିବସରେ କୃତିତ୍ୱ ଅର୍ଜନ କରିଥିବା ଖେଳିଳୀ ମାନଙ୍କୁ ନଗଦ ଅର୍ଥ ରାଶି ସହିତ ଟ୍ରଫି ପ୍ରଦାନକରାଯିବ ।


Next Post

ଜିଲ୍ଲା ସ୍ତରୀୟ ୱାକଥନ ଓ ପଥ ଉତ୍ସବ: ସୁସ୍ଥ ଗଣତନ୍ତ୍ର ପାଇଁ ସଂଶୋଧନ ପ୍ରକ୍ରିୟାରେ ସକ୍ରୀୟ ଅଂଶଗ୍ରହଣ ଜରୁରୀ- ଜିଲ୍ଲାପାଳ

Sat Oct 28 , 2023
କେନ୍ଦ୍ରାପଡ଼ା, ୨୮ା୧୦ : ପ୍ରତ୍ୟେକ ଭୋଟ୍ ମୂଲ୍ୟବାନ । ତେଣୁ ଭୋଟର୍ ତାଲିକାରେ ରହିଯାଇଥିବା ତ୍ରୁଟିର ସଂଶୋଧନ ଏବଂ ନୂତନ ପଞ୍ଜିକରଣ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୱାକଥନ୍ ଓ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଉପରେ ସଚେତନତା ସୃଷ୍ଟି କରାଯାଇଛି । ଜିଲ୍ଲା କାର୍ଯ୍ୟାଳୟ ପରିସରରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ, […]

KANIKA