କର୍ମସ୍ଥାନରେ ଯୈାନ ଉତ୍ପୀଡନର ପ୍ରତିରୋଧ ଉପରେ ସଚେତନତା କାର୍ଯ୍ୟକ୍ରମ


କେନ୍ଦ୍ରାପଡ଼ା, ୩୦ା୧୦ : ନିଜ କର୍ମସ୍ଥାନକୁ ସ୍ୱର୍ଗ ବନାଇବାକୁ ହେଲେ ମହିଳାମାନଙ୍କ ପାଇଁ ଏକ ନିରାପଦ ଏବଂ ଅନୁକୂଳ କାର୍ଯ୍ୟ ପରିବେଶ ଆମକୁ ସୃଷ୍ଟି କରିବାକୁ ହେବ । ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ କର୍ମ ସ୍ଥାନରେ ଯୌନ ଉତ୍ପୀଡ଼ନର ପ୍ରତିରୋଧ ଆଇନ (PoSH Act)) ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅବସରରେ ଏଭଳି କହିଛନ୍ତି ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ସୁମିତ୍ରା ସାହୁ । ଭଗିନୀ-ଭାତୃତ୍ୱର ଭାବଧାରା ଭିତରେ ଦୈନନ୍ଦିନ କାର୍ଯ୍ୟ କରିଲେ ଯୌନ ଉତ୍ପୀଡ଼ନ ଅଭିଯୋଗର ହାର ହ୍ରାସପାଇବ ଏବଂ କର୍ମସ୍ଥଳରେ ଏକ ସୁସ୍ଥ ବାତାବରଣ ସୃଷ୍ଟି ହୋଇପାରିବ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା ।

ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ସୁରକ୍ଷା ଅଧିକାରିଣୀ ତଥା ପୋଗ୍ରାମ୍ ଅଫିସର୍ (ମହିଳା) ସଂଯୁକ୍ତା ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ପଂଚାୟତ ଅଧିକାରୀ ଚନ୍ଦ୍ର ଶେଖର ମହାରଣା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ, କନକଲତା ବେହେରା, ଲିପ୍‌ସାରାଣୀ ବାରିକ, ପ୍ରିୟଙ୍କା ସାହାଣୀ ପ୍ରମୂଖ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ବହୁଚର୍ଚ୍ଚିତ ଡକାୟତି ଘଟଣା ; ୪ ଜଣଙ୍କୁ ଦଣ୍ଡାଦେଶ.ଜୋରିମାନା, ୩ ନିର୍ଦ୍ଦୋଶରେ ଖଲାସ

Mon Oct 30 , 2023
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଂଚଳର ଏକ ଡକାୟତି ମାମଲାର ବିଚାର କରି ପଟ୍ଟାମୁଣ୍ଡାଇ ସହକାରୀ ଦୈାରା ଜଜ୍ ଶ୍ରୀମତୀ ସୁଶ୍ରୀ ସଂଗୀତା ମଲ୍ଲିକ ୪ ଜଣ ଦୋଷୀଙ୍କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥି ସହିତ ୫ ହଜାର ଟଙ୍କା ଜରିମାନା ଓ ଅନାଦାୟେ ଅଧିକ ୨ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟ ଶୁଣାଇଛନ୍ତି । ଏହି ମାମଲାରେ ଅନ୍ୟ ୩ଜଣ ଅଭିଯୁକ୍ତଙ୍କୁ […]

KANIKA