ଗ୍ରୀନ ଡେଭଲପମେଣ୍ଟ ଫାଉଣ୍ଡେସନ ଓ ଓଡିଶା ପ୍ରଗତି ମଞ୍ଚ ପକ୍ଷରୁ ରାଜ୍ୟ ସ୍ତରୀୟ ଆଦର୍ଶ ଗୁରୁ ସମ୍ବର୍ଦ୍ଧନା ଉତ୍ସବ



କେନ୍ଦ୍ରାପଡ଼ା,୫ା୯:ଗ୍ରୀନ ଡେଭଲପମେଣ୍ଟ ଫାଉଣ୍ଡେସନ ଏବଂ ଓଡିଶା ପ୍ରଗତି ମଞ୍ଚ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ଆନନ୍ଦମାର୍ଗ ବିଦ୍ୟାଳୟ ପରିସରରେ ଦଶମ ରାଜ୍ୟ ସ୍ତରୀୟ ଆଦର୍ଶ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଉଭୟ ଅନୁଷ୍ଠାନର ଅଧ୍ୟକ୍ଷ ପରିବେଶବିତ ସନ୍ତୋଷ କୁମାର ଜେନା ସଭାପତିତ୍ୱ କରି ଦେଶର ଆଗାମୀ କାଲିର ଭବିଷ୍ୟତଙ୍କୁ ଗଠନ କରିବାରେ ଜଣେ ଗୁରୁଙ୍କର ପ୍ରମୁଖ ଭୂମିକା ରହିଛି ବୋଲି କହିଥିଲେ। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ମୁଖ୍ୟବକ୍ତା ଭାବେ ଡେଲଟା କଲେଜର ଅଧ୍ୟାପକ ପ୍ରଦୀପ କୁମାର ଜେନା, ସମ୍ମାନିତ ଅତିଥି ଭାବେ ନାରୀନେତ୍ରୀ ମନିଷା ପଣ୍ଡା, ଡା. ନବଘନ ପରିଡା, ପ୍ରାକ୍ତନ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, କପାଳେଶ୍ୱର ପଞ୍ଚାୟତ ସରପଞ୍ଚ କଳ୍ପନା ମହାନ୍ତି, ଆଚାର୍ଯ୍ୟ ବିକାଶାନନ୍ଦ ଅବଧୂତ, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସମାଜସେବୀ ରୁଦ୍ର ପ୍ରସାଦ ସିଂ, ପ୍ରଶାନ୍ତ ପାତ୍ର ପ୍ରମୁଖ ଯୋଗଦେଇ ଗୁରୁଦିବସ ପାଳନର ମହତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଶିକ୍ଷକ ଅଶ୍ୱିନୀ କୁମାର ମହାନ୍ତି, ପଞ୍ଚାନନ ବାରିକ, ନବୀନ ଚନ୍ଦ୍ର ନାୟକ, ମାନସରଞ୍ଜନ ଦାସ, ପ୍ରଶାନ୍ତ ମଙ୍ଗରାଜ, ଗଣେଶ୍ୱର ସେଠୀ, ରତ୍ନାକର ସେଠୀ, ମନୋଜ କୁମାର ନାୟକ, ନିକୁଞ୍ଜବିହାରୀ ପୃଷ୍ଟି, ଜ୍ୟୋତିରଞ୍ଜନ ସାହୁ, ସୁରଜିତ ଜେନା, ଅଧ୍ୟାପକ ଅନାଦି ବେହେରା, ସୁରେଶ ଚନ୍ଦ୍ର ରାଉତ, ମଧୁସ୍ମିତା ଦାସ ଓ ସଂଗ୍ରାମକେଶରୀ ଦାସ ପ୍ରମୁଖ ୫୧ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଛ, ଉତ୍ତରୀୟ, ମାନପତ୍ର ଓ ମେଡାଲ ପ୍ରଦାନ ପୂର୍ବକ ରାଜ୍ୟ ସ୍ତରୀୟ ସର୍ବପଲ୍ଲୀ ରାଧାକ୍ରୀଷ୍ଣନ, ଏପିଜେ ଅବଦୁଲ କାଲାମ, ଅଟ୍ଟଳବିହାରୀ ବାଜପେୟୀ, ଉତ୍କଳମଣି ଗୋପବନ୍ଧୁ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ମଧୁସୁଦନ ଦାସ, ଶିକ୍ଷକ ସ୍ୱର୍ଗତ ସୁରେଶ ଚନ୍ଦ୍ର ରାଉତ ସ୍ମାରକୀ ସମ୍ମାନ ଓ ଗୁରୁରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ପ୍ରଥମେ ଅତିଥିମାନେ ବିଦ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷର ଚାରା ରୋପଣ କରିଥିଲେ। ଆଦିତ୍ୟନାରାୟଣ ସ୍ୱାଇଁ ଓ ଦିବ୍ୟାଶ୍ରୀ ଓଝା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ମନସ୍ୱିନୀ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବ୍ରହ୍ମାନନ୍ଦ ସାହୁ ସ୍ୱାଗତ ଭାଷଣ ଓ ଡେଜାଲିନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପର୍ଶୁରାମ ଦେବ, ରବୀନ୍ଦ୍ର ଗୋଛାୟତ, ଶ୍ରୀକାନ୍ତ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।


Next Post

ଗୁରୁଦିବସରେ "ପୁନର୍ବାସ ଶିକ୍ଷାଶ୍ରୀ ସମ୍ମ।ନ’ ପ୍ରଦାନ

Sat Sep 6 , 2025
କେନ୍ଦ୍ରାପଡା ୫/୯- ପବିତ୍ର ଗୁରୁ ଦିବସ ଅ୍ୱସରରେ ଜିଲ୍ଳାରେ ଭିନ୍ନକ୍ଷମଙ୍କ ଥେରାପି ସେବା, ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ “ପୁନର୍ବାସ’ ତରଫରୁ ନିଜର ଭିନ୍ନକ୍ଷମତା ସତ୍ତ୍ୱେ ଶିକ୍ଷାଦାନ ବୃତ୍ତିରେ ନିଷ୍ଠାପରତା ଓ ପ୍ରତିବଦ୍ଧତା ରଖିଥିବା ଜିଲ୍ଲାର ପାଞ୍ଚଜଣ ଦିବ୍ୟାଙ୍ଗ ଶିକ୍ଷକଙ୍କୁ ‘ପୁନର୍ବାସ ଶିକ୍ଷାଶ୍ରୀ ସମ୍ମାନ-୨୦୨୫’ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ତିନି ଜଣ ଚଳନଶକ୍ତି ବାଧିତ ଯଥା ତଳକୁସୁମା ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ […]

KANIKA