ଜିଲ୍ଲାସ୍ତରୀୟ ରାଜସ୍ୱ କର୍ମଶାଳା


କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ପଟ୍ଟାମୁଣ୍ଡାଇ ପୌର ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରାଜସ୍ୱ କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାର ଜନସାଧାରଣଙ୍କୁ ଉତମ ଓ ତ୍ୱରିତ ରାଜସ୍ୱସେବା ଯୋଗାଇବା ଉପରେ ଗୁରୁତ୍ୱଆରୋପ କରୁଥିବାରୁ ସେ ଦିଗରେ ଯତ୍ନବାନ ହେବାକୁ ରାଜସ୍ୱ ବିଭାଗ ଅଧିକାରୀମାନଙ୍କୁ ପରାମର୍ଶ ଦେବା ସହିତ ଆସନ୍ତା ଏକ ମାସ ମଧ୍ୟରେ ସି ବି ଏସ ରୟତ ମାନଙ୍କୁ ସ୍ଥିତିବାନ ପଟ୍ଟା ପ୍ରଦାନ ନିମନ୍ତେ ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ନିର୍ଦେଶ ଦେଇଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଓ ଉପଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନ ସମ୍ମାନିତଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପଡା ଓ ଗ୍ରାମକୁ ମୂଳ ଗ୍ରାମରୁ ବିଛେଦ କରି ନୂତନ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରିବା ସହିତ ପଟ୍ଟା ପ୍ରଦାନ କରିବା ଦିଗରେ ତତ୍ପରତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଅଞ୍ଜଳି ତରାଇ ଓ ଆଳି ତହସିଲଦାର ଦେବ ପ୍ରସାଦ ଆଚାର୍ଯ୍ୟ ମୁଖ୍ୟ ତାଲିମଦାତା ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ରାଜସ୍ୱ ସେବା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଥିବା ନୀତିନିୟମ ଉପରେ ଆଲୋକପାତ କରିବା ସହିତ ଉପସ୍ଥିତ ରାଜସ୍ୱ ଅଧିକାରୀଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ତହସିଲର ତହସିଲଦାର,ଅତିରିକ୍ତ ତହସିଲଦାର ରାଜସ୍ୱନିରୀକ୍ଷକ, ସହକାରୀ ରାଜସ୍ୱନିରୀକ୍ଷକ ଓ ଅମିନମାନେ ଯୋଗ ଦେଇ ନୂତନ ରାଜସ୍ୱ ଗ୍ରାମ ସୃଷ୍ଟି କରିବା ସହିତ ପଟ୍ଟା ପ୍ରଦାନ ସମ୍ପର୍କରେ ତାଲିମ ଗ୍ରହଣ କରିଥିଲେ । ଜିଲ୍ଲା ପ୍ରଶାସନର ଏହି ପରିକଳ୍ପନା କାର୍ଯ୍ୟକାରୀ ହେଲେ ଜିଲ୍ଲାର ୧୧୦୦୦ ସିକିମ ଖାତାର ୫୭୦୦୦ ରୟତଙ୍କର ୨୭୦୦ ଏକର ଜମି ପଟ୍ଟା ହେବା ସହିତ ଦୀର୍ଘ ୭୦ବର୍ଷର ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ଆଶା କରାଯାଉଛି ।


Next Post

କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ପୂଜାର ପଞ୍ଚମ ଦିବସ

Thu Nov 2 , 2023
କେନ୍ଦ୍ରାପଡ଼ା,୧ା୧୧-ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜାରେ ଆରମ୍ଭରୁ ପ୍ରବଳ ଜନ ସମାଗମ ଲାଗିରହିଛି । ସାଜସଜା ସାଙ୍ଗକୁ ମିନା ବଜାର ଏବଂ ପିଲାମାନଙ୍କ ଖେଳକୁଦ ପ୍ରଦର୍ଶନୀ ଯାତ୍ରୀମାନଙ୍କୁ ଆକର୍ଷିତ କରିଛି । ଏହି ସ୍ଥିତିର ସୁବିଧା ନେବାକୁ ରାଜନେତାମାନେ ଭୁଲି ନାହାଁନ୍ତି । ଆଗାମୀ କିଛି ମାସ ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ବିଧାୟକ ଆଶାୟୀମାନେ ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ପୂଜା କମିଟିମାନଙ୍କର […]

KANIKA