ରାଜନଗର ଭାଜପା ବିଧାୟକ ଟିକେଟକୁ ନେଇ ବିରୋଧ , ପୁନଃ ବିଚାର କରାଯିବାକୁ ଦାବୀ , ବିଚାର କରା ନଗଲେ ସମୁହ ଇସ୍ତଫା



କେନ୍ଦ୍ରାପଡା ଜିଲା ରାଜନଗର ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଯୁବନେତା ଲଳିତ ବେହେରାଙ୍କ ନାମ ଘୋଷଣା ହେବା ପରେ ଲଳିତଙ୍କ ସମର୍ଥଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି । ତେବେ ଲଳିତଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଅଲେଖଙ୍କ ସମର୍ଥକମାନେ ଦଳୀୟ ନିଷ୍ପତି ବିରୋଧକରି ଶୁକ୍ରବାର ପଟ୍ଟାମୁଣ୍ଡାଇ ଛୁଆଳିଆ ପିଠରେ ୫ଶହରୁ ଉର୍ଦ୍ଧ୍ୱ କର୍ମକର୍ତା ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଟିକେଟ ଉପରେ ପୁନଃ ବିଚାର କରିବାକୁ କରିଛନ୍ତି । ଯଦି ଏବାବଦରେ ପୁନଃ ବିଚାର କରା ନ ଯାଏ ତେବେ ସେମାନେ ସମୁହ ଇସ୍ତଫା ଦେବେ ବୋଲି ଭାଜପା ରଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଲିଖିତ ଦାବି କରିଛନ୍ତି ।
ରାଜନଗର ନିର୍ବାଚନ ମଣ୍ଡଳୀ ଭାଜପାର ସମସ୍ତ କର୍ମୀ ଏବଂ ବୁଥ ସ୍ତରର ନେତାମାନଙ୍କ ସହ ପୂର୍ବତନ ବିଧାୟକ ଅଲେଖ ଜେନା ମା ଛୁଆଳିଆପୀଠରେ ଏକାଠି ହୋଇ ଏକ ସଭା ଆୟୋଜନ କରିଥିଲେ । ରାଜନଗର ଆସନପାଇଁ ଭାଜପା ଟିକେଟ ବଂଟାକୁ ନେଇ ଅସନ୍ତୋଷ ଜାହିର କରି ଅଭିଯୋଗ କରିଛନ୍ତି ଯେ କାହିଁକି ଜଣେ କୌଣସି ଦଳିୟ ସଂଗଠନ ନକରି ଦଳର ଲୋକଙ୍କୁ ନଜାଣିଥିବା ବ୍ୟକ୍ତିଙ୍କୁ ଭାଜପା ଟିକେଟ ଦିଆଯାଇଛି । ଯେଉଁ ମାନେ ବର୍ଷ ବର୍ଷ ଧରି ଦଳପାଇଁ କାର୍ଯ୍ୟ କରିଛନ୍ତି ଏବଂ ଦଳକୁ ସଂଗଠିତ କରିବା ସହ ଦଳକୁ ବିଭିନ୍ନ ସମୟରେ ସାଥ୍ ଦେଇଛନ୍ତି ସେମାନଙ୍କୁ ଅଣଦେଖା କାହିଁକି କରାଯାଇଛି ବୋଲି ପ୍ରଶ୍ନ ଉଠାଇ ଅସନ୍ତୋଷ କର୍ମୀ ଏବଂ ନେତା ଭାଜପା ରଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଚିଠି ଲେଖିଛନ୍ତି । ଏବଂ ରାଜନଗର ବିଧାନସଭା ଟିକେଟ କୁ ନେଇ ପୁନଃ ବିଚାର କରାଯିବାକୁ ଦାବି କରିଛନ୍ତି । ଏହାର ବିଚାର କରା ନଗଲେ ଏ ନେଇ ଭବିଷ୍ୟତରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମୁହ ଇସ୍ତଫା ଦେବେ ବୋଲି କଂଟାବଣ ମଣ୍ଡଳ ସଭାପତି ବନମାଳୀ ମହାପାତ୍ର, ଶ୍ରୀରାମପୁର ସଭାପତି ନୃସିଂହ ସାହୁ, ଦିଲ୍ଲୀପ ରାଉତ, ଶଙ୍କର ସେଠୀ,ଦିଲ୍ଲୀପ ରାଉତ, କୈଳାସ ପରିଡା, ନିଳମଣୀ ସାହାଣୀ, ଦିଲ୍ଲୀପ ରାଉତ, ମାଗୁଣି ନାୟକ, ଶ୍ରୀମନ୍ତ୍ର ରାୟ, ଅଜୟ ସାହୁ, ଗଗନ ପରିଡା, ପ୍ରହଲ୍ଲାଦ ଗଣା,ପଙ୍କଜ ମଳିକ, ରାମଚନ୍ଦ୍ର ପତି, ସବ୍ୟସାଚୀ ରାଉତ, ସୁରେନ୍ଦ୍ର ସ୍ୱାଇଁ, ମିଥୁନ ମଲିକ, ଶାରଦା ପରିଡା, ଦିବାକର ବେହେରା, ଶ୍ରୀ ନିବାସ ରଣା, ପ୍ରଦୀପ ଦାଶ ସମେତ ହଜାର ହଜାର କାର୍ଯ୍ୟକର୍ତା ଉପସ୍ଥିତ ରହି ଚେତାବନୀ ଦେଇଛନ୍ତି ।


Next Post

କଂଗ୍ରେସରୁ ଇସ୍ତଫା ଦେଲେ ସାର୍ଥକ କୁମାର ମହାପାତ୍ର

Sat Apr 20 , 2024
କେନ୍ଦ୍ରାପଡା ୨୦/୪- ଜାତୀୟ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ଛାତ୍ର ନେତା ସାର୍ଥକ ମହାପାତ୍ର । ଆଜି ଶନିବାର ଦିନ ବିଜେଡିରେ ଯୋଗ ଦାନ କଲେ । ସେ ୨୦୨୧ ମସିହା ରୁ ୨୦୨୩ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର କଂଗ୍ରେସ କ୍ୟାମ୍ପସ କମିଟିର ସଭାପତି ରହିଥିଲେ । ଏହା ପରେ ରାଜ୍ୟ ଛାତ୍ର କଂଗ୍ରେସ ସାମାଜିକ ଗଣମାଧ୍ୟମ ସଂଯୋଜକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । […]

KANIKA