ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ଆନୁକୂଲ୍ୟରେ ୧୨ ତମ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୨୭ ତାରିଖ ପବିତ୍ର ରାହାସ ପୁର୍ଣିମା ଶୁଭ ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ପତ୍ରପୁର ବ୍ରାହ୍ମଣୀ ନଦୀକୂଳରେ ସମାରୋହରେ ପାଳନ କରିଯିବ ପାଇଁ ଏକ ପ୍ରସ୍ତୁତି ବୈଠକ ଶନିବାର ସ୍ଥାନୀୟ ମଙ୍ଗଳା ମଣ୍ଡପ ଠାରେ ଅନୁଷ୍ଟିତ ହୋଇଯାଇଛି । ବିକାଶ ପରିଷଦ ସଭାପତି ଗୋପିବଲ୍ଲବ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ବୈଠଳରେ ସମ୍ପାଦକ ଗୋପୀନାଥ ତ୍ରିପାଠୀ […]

ଆଗାମୀ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ନିଜର ସାଙ୍ଗଠନିକ ଦକ୍ଷତାକୁ ଆହୁରୀ ବୃଦ୍ଧି କରିବାରେ ଜୋରସୋରରେ ଲାଗି ପଡ଼ିଥିବା ବେଳେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ସାରା ରାଜ୍ୟରେ ବିଜେଡି କ୍ୟାଡର ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଏଇ ପରିପ୍ରେକ୍ଷୀରେ ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଚଂଳ ବିଜେଡି ପକ୍ଷରୁ ପ୍ରଶିକ୍ଷଣ ଶିବିର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଶନିବାର […]

କେନ୍ଦ୍ରାପଡ଼ା : ଷୋହଳ ବର୍ଷରୁ କମ ଓଡିଶା ଟେନିସ କ୍ରିକେଟ ଦଳରେ କେନ୍ଦ୍ରାପଡାରୁ ଦୁଇ ଜଣ ଖେଳାଳି ମନୋନୀତ ହୋଇ ମହାରଷ୍ଟ୍ର ଯାତ୍ରା କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଇନ୍ଦୁପୁର ଗୋପବନ୍ଧୁ କ୍ରିକେଟ କ୍ଲବର ସୌମ୍ୟ ମଲ୍ଲିକ ଓ ଯଥାର୍ଥ ମଲ୍ଲିକ ଏହି ଦଳର ଖେଳାଳିଭାବେ ମନୋନୀତ ହୋଇ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି ।

କେନ୍ଦ୍ରାପଡାରେ ଆଜି ଭଷାଣୀ ଉତ୍ସବ ଆରମ୍ଭ ହୋଇଛି । ଗଜଲକ୍ଷ୍ମୀ ମେଲଣର ପ୍ରଥମ ଦିବସର ରାତି ସାଢେ ୮ଟା ସୁଦ୍ଧା ପୁରୁଣା ବସଷ୍ଟାଣ୍ଡସ୍ଥିତ ମେଲଣ ପଡିଆରେ ମାତ୍ର ୩ଟି ମେଢ ପହଞ୍ଚି ପାରିଛି । ସେଗୁଡିକ ହେଉଛି ପୁରୁଣା ବସଷ୍ଟାଣ୍ଡ ଥାନପତି, ନୂଆ ବସଷ୍ଟାଣ୍ଡ ଥାନପତି ଓ କାକଟ ମଙ୍ଗଳା କ୍ଲବ । ଅନ୍ୟ ପୂଜା କମିଟିର ମେଢ ଗୁଡିକ ଏପର୍ଯ୍ୟନ୍ତ ମେଲଣ ପଡିଆରେ ପହଞ୍ଚି ପାରିନାହିଁ । ଆଜି […]

କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ଜଗନ୍ନାଥ ଫିଲିଙ୍ଗ ଷ୍ଟେସନରେ ଭାରତ ପେଟ୍ରୋଲିୟମ ପକ୍ଷରୁ ଓଡିଶାର ସର୍ବ ପ୍ରଥମ ସିଏନଜି ସେବା ଆଜି ଆରମ୍ଭ ହୋଇଯାଇ଼ଛି । ଏହି ଅବସରରେ ଆଜି ସନ୍ଧ୍ୟାରେ ଗରାପୁର ଜଗନ୍ନାଥ ଫିଲିଙ୍ଗ ଷ୍ଟେସନ ପ୍ରାଙ୍ଗଣରେ ପ୍ରାକ୍ତନ ବିଧାୟିକା ଡଃ. ସିପ୍ରା ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସିଏନଜି ସେବାକୁ ଉଦଘାଟନ କରି ଶୁଭାରମ୍ଭ କରିଥିଲେ । […]

କେନ୍ଦ୍ରାପଡ଼ା : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ବୈଠକରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ସମ୍ମାନୀତ ଅତିଥିଭାବେ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଡିଏସ୍‌ପି ଭାଗ୍ୟଲକ୍ଷ୍ମୀ ପୁହାଣ, ଜିଲ୍ଲା ମୁଖ୍ୟ ଚିକିତ୍ସା […]

ଜନସାଧାରଣଙ୍କ ସୁରକ୍ଷାକୁ ନେଇ ଜିଲ୍ଲା ପରିବହନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଖେଳ ଖେଳୁଥିବା ଅଭିଯୋଗ ହେଉଛି । ପରିବହନ ବିଭାଗର ଉଦାସୀନତା ହେତୁ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରାକୁ ନେଇ ପ୍ରଶ୍ନ ଉଠିଛି । କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇର ବିଭିନ୍ନ ରାସ୍ତାରେ ଦୈନିକ ଶହ ଶହ ସଂଖ୍ୟାରେ ଛୋଟ ଛୋଟ ଗାଡି ଯାତ୍ରୀ ପରିବହନ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଯାତ୍ରୀ ପରିବହନ ନିମିତ ସରକାରୀ ପରମିଟ୍ ନଥିବା […]