ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ପକ୍ଷରୁ ପ୍ରଶିକ୍ଷଣ ଶିବିର ପ୍ରସ୍ତୁତି


ଆଗାମୀ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ନିଜର ସାଙ୍ଗଠନିକ ଦକ୍ଷତାକୁ ଆହୁରୀ ବୃଦ୍ଧି କରିବାରେ ଜୋରସୋରରେ ଲାଗି ପଡ଼ିଥିବା ବେଳେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ସାରା ରାଜ୍ୟରେ ବିଜେଡି କ୍ୟାଡର ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଏଇ ପରିପ୍ରେକ୍ଷୀରେ ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଚଂଳ ବିଜେଡି ପକ୍ଷରୁ ପ୍ରଶିକ୍ଷଣ ଶିବିର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଶନିବାର ପଟ୍ଟାମୁଣ୍ଡାଇ ବିଜେଡି କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ପ୍ରସ୍ତୁତି ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ତୃଣମୂଳସ୍ତରରେ କିଭଳି ଦଳକୁ ମଜବୁତ କରାଯିବ ଓ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଲୋକଙ୍କ ପାଖରେ ପହଂଚିବ ସେନେଇ ଆଗାମୀ ଦିନରେ ବିଜେଡି ପକ୍ଷରୁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ । କର୍ମୀମାନେ ନିଜକୁ ଉପଯୁକ୍ତ ପ୍ରଶିକ୍ଷିତ କରି ବିରୋଧୀଙ୍କ ସମସ୍ତ ଆହ୍ୱାନର ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ । ଏହି ପ୍ରସ୍ତୁତି ବୈଠଳରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ଅଧକ୍ଷ ହେମନ୍ତ ସାହୁ, ନଗର ବିଜେଡି ସଭାପତି ଖଗଶ୍ୱେର ଲେଙ୍କା, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ଜିଲ୍ଲା ବିଜେଡି ଉପସଭାପତି ସୁବାଷ ଦାଶ, ଜିଲ୍ଲା ବିଜେଡି ସାଧାରଣସମ୍ପାଦକ ଶ୍ରୀକାନ୍ତ ରାଉତଙ୍କ ସହିତ ନିର୍ବାଚନମଣ୍ଡଳୀର ବିଜୁ ଯୁବ, ଛାତ୍ର ଓ ମହିଳା ବୁଜୁ ଜନତା ଦଳର କର୍ମକର୍ତା ଓ ବିଭିନ୍ନ ପଂଚାୟତର ନିର୍ବାଚିତ ପ୍ରତିନିଧି ଯୋଗଦେଇଛନ୍ତି । ଶେଷରେ କାଉନସିଲର ମୃତ୍ୟୁଞ୍ଜୟ ପାଢ଼ୀ ଧନ୍ୟବାଦ ଦେଇଥିଲେ ।


Next Post

ପଟ୍ଟାମୁଣ୍ଡାଇ ବୋଇତ ବନ୍ଦାଣ ଉତ୍ସବ ପ୍ରସ୍ତୁତି ବୈଠକ

Sat Nov 4 , 2023
ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ଆନୁକୂଲ୍ୟରେ ୧୨ ତମ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୨୭ ତାରିଖ ପବିତ୍ର ରାହାସ ପୁର୍ଣିମା ଶୁଭ ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ପତ୍ରପୁର ବ୍ରାହ୍ମଣୀ ନଦୀକୂଳରେ ସମାରୋହରେ ପାଳନ କରିଯିବ ପାଇଁ ଏକ ପ୍ରସ୍ତୁତି ବୈଠକ ଶନିବାର ସ୍ଥାନୀୟ ମଙ୍ଗଳା ମଣ୍ଡପ ଠାରେ ଅନୁଷ୍ଟିତ ହୋଇଯାଇଛି । ବିକାଶ ପରିଷଦ ସଭାପତି ଗୋପିବଲ୍ଲବ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ବୈଠଳରେ ସମ୍ପାଦକ ଗୋପୀନାଥ ତ୍ରିପାଠୀ […]