ବିଭିନ୍ନ ସମସ୍ୟା ନେଇ ସି ପି ଆଇ ଏମ ଏଲ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସିପିଆଇଏମଏଲ ଆଂଚଳିକ କମିଟି ପକ୍ଷରୁ ବଲୁରିଆ ଠାରେ ସିପିଆଇଏମଏଲ ନେତା ସଂଜୀବ ରାଉତଙ୍କ ନେତୃତ୍ୱରେ ବିଭିନ୍ନ ଦାବୀ ନେଇ ବ୍ୟାପକ ଆନ୍ଦୋଳନ କରିବା ଉଦ୍ଦେଶ୍ୟରେ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିପିଆଇଏମଏଲ କେନ୍ଦ୍ରୀୟ କମିଟି ସଦସ୍ୟ ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଏଆଇସିସିଟିୟୁ ଜିଲ୍ଲା ସମ୍ପାଦକ ଅଜାମ୍ବର ସେଠୀ,ସିପିଆଇଏମଏଲ ନେତା ବସନ୍ତ ମଲ୍ଲିକ, ହିମାଦ୍ରୀ ଦାସ, ମହେନ୍ଦ୍ର ସୂତାର ପ୍ରମୁଖ ନେତା ଭାଷଣ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ବ୍ୟାପକ ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦେବା ସହିତ କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା, ବେକାରୀ ସମସ୍ୟା ଦୂର କରିବା, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ବୃଦ୍ଧି ରୋକିବା,ଚାଷ ଜମିକୁ ଜଳସେଚିତ କରିବା, ମନେରଗା ଯୋଜନାରେ ନିୟୋଜିତ ଶ୍ରମିକଙ୍କ ମଜୁରୀ ୫୦୦ଟଙ୍କାକୁ ବୃଦ୍ଧି କରିବା, ଚାଉଳ କିଲୋ ପିଛା ୨୦ଟଙ୍କା କରିବା,ଡାଲି, ଆଳୁ, ପିଆଜ ସରକାରୀ ଧାର୍ଯ୍ୟ ଦରରେ ଯୋଗାଇବା,କେନ୍ଦ୍ରାପଡ଼ା ଜିଲ୍ଲାରେ ଶୀତଳ ଭଣ୍ଡାର ଖୋଲିବା,ବିଦ୍ୟୁତ ବିଲ ଜୋରଜବରଦସ୍ତ ଆଦାୟ ବନ୍ଦ କରିବା ଆଦି ଦାବୀ ନେଇ ବ୍ୟାପକ ଆନ୍ଦୋଳନ କରିବା ନେଇ ସିପିଆଇଏମଏଲ ଆଂଚଳିକ କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱଜିତ ରାଉତ, ଅଶୋକ ସେଠୀ, ପ୍ରମେଶ ମଲିକ, ବସନ୍ତ ମଲିକ, ଶତ୍ରୁଘ୍ନ ରାଉତ, ଉଲ୍ଲାସ ଦାସ, ପ୍ରକାଶ ମଲିକ,ରମେଶ ମଲିକ, ସର୍ବେଶ୍ୱର ସେଠୀ,କାଶୀନାଥ ସେଠୀ, ଅକ୍ଷୟ ମଲ୍ଲିକ, ବିପିନ ସାହାଣୀ, ରାମ ଚନ୍ଦ୍ର ବେହେରା, ଗଗନ ରାଉତ, ବିକ୍ରମ ସାହାଣୀ,ଶଙ୍କର ସୂତାର, ସୁଶାନ୍ତ ସେଠୀ ପ୍ରମୁଖ ବହୁ ସି ପି ଆଇ ଏମ ଏଲ ନେତା ଯୋଗଦେଇଥିଲେ । ଶେଷରେ ସଂଜୀବ ରାଉତ ଧନ୍ୟବାଦ ଦେଇଥିଲେ ।


Next Post

କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ଭଷାଣୀ ଉତ୍ସବ: ସିଂହ ବାଜା ଓ ଦୁଲଦୁଲିରେ ଦୁଲୁକିଲା ସହର

Sun Nov 5 , 2023
କେନ୍ଦ୍ରାପଡ଼ା ସହର ସମେତ ଗାଁ ମାନଙ୍କରେ ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ ଭଷାଣୀ ଉତ୍ସବ ଶନିବାର ଆରମ୍ଭ ହୋଇଥିବା ବେଳେ ରବିବାର ଦିତୀୟ ଦିନରେ  ପୂର୍ବାହ୍ନ ପ୍ରାୟ ୧୦ଟାରେ ସମସ୍ତ ୪୮ଟି ମେଢ ପୁରୁଣାବସଷ୍ଟାଣ୍ଡସ୍ଥିତ ମେଲଣ ପଡିଆରେ ପହଞ୍ଚିବା ପରେ ଭୋଗଲାଗି କରାଯାଇଥିଲା । ପରେ ଅପରାହ୍ନ ପ୍ରାୟ ୧୨ଟାରେ ଭଷାଣୀ ଉତ୍ସବ ଆରମ୍ଭ ହୋଇଥିଲା । ମା’ଙ୍କ ଗୋଟିଏ ପରେ ଗୋଟିଏ ମେଢ ମେଲଣ ପଡିଆରୁ ବିଷର୍ଜ୍ଜନ ଘାଟ ଅଭିମୁଖେ […]