ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ରରୁ ତାଲିମପ୍ରାପ୍ତ ୨୦ଜଣଙ୍କୁ ନିଯୁକ୍ତି


କେନ୍ଦ୍ରାପଡ଼ା ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ରରୁ ଆସିଷ୍ଟାଂଟ୍ ଇଲେକ୍‌୍ରିକାଲ୍ ଟ୍ରେଡ୍‌ରେ ତାଲିମ୍ ସମାପ୍ତ କରିବା ପରେ ପୁଣି ୨୦ଜଣ ନିଯୁକ୍ତି ପାଇଛନ୍ତି । ଚେନ୍ନାଇସ୍ଥିତ ମଦରସନ୍ ସୁମି ପ୍ରାଇଭେଟ୍ ଲିମିଟେଡ୍‌ରେ କାର୍ଯ୍ୟରେ ଯୋଗଦାନ କରିବା ପାଇଁ ସେମାନେ ଆଜି କେନ୍ଦ୍ରାପଡ଼ାରୁ ଚେନ୍ନାଇକୁ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା ସେମାନଙ୍କୁ ଶୁଭେଛା ଜଣାଇବା ସହ ଶୁଭକାମନା ଜ୍ଞାପନ କରିଛନ୍ତି । ସେ କହିଛନ୍ତି କେନ୍ଦ୍ରାପଡ଼ାର ଯୁବକଯୁବତୀମାନଙ୍କ ଦକ୍ଷତା ବିକାଶ ତାଲିମ ପ୍ରଦାନ କ୍ଷେତ୍ରରେ ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ର ସଦାସର୍ବଦା ନିଷ୍ଠାପର ଉଦ୍ୟମ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ନିକଟରେ ୧୩ ନମ୍ବର ବ୍ୟାଚ୍‌ରେ ୨୦ ଜଣ ଯୁବକ ହାଇଦ୍ରାବାଦର ସ୍ନେଇଡର୍ ଇଲେଟ୍ରିକ୍ ସଂସ୍ଥାରେ ଚାକିରୀ ପାଇଥିଲେ ।


Next Post

ବିଦ୍ୟାଳୟର ପରିସରରେ ନଳକୂପ ନାହିଁ ; ବିପଦସଙ୍କୁଳ ଅବସ୍ଥାରେ ପୋଖରୀରେ ହାତମୁହଁ ଧୋଊଛନ୍ତି ଛାତ୍ରଛାତ୍ରୀ

Wed Nov 8 , 2023
ସରକାର ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟର ଉନ୍ନତି ପାଇଁ ହଜାର ହଜାର କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ଅବହେଳା କାରଣରୁ ଛାତ୍ର ଛାତ୍ରୀଙ୍କ ଦୁଃଖ ସରୁନାହିଁ । ଏବେବି କୋମଳ ମତି ଶିଶୁ ମାନେ ମଧ୍ୟାହ୍ନ ଭୋଜନ ପରେ ପୋଖରୀକୁ ଧାଉଁ ଥିବାର ଚିତ୍ର ଆସିଛି । ପଟ୍ଟାମୁଣ୍ଡାଇ ଶିକ୍ଷା ମଣ୍ଡଳ ଅଧୀନସ୍ଥ ଶ୍ରୀରାମପୁର ପଞ୍ଚାୟତର ଉଦୟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ। ବିଦ୍ୟାଳୟ ପରିସର ରେ ଗୋଟିଏ ନଳକୂପ […]

KANIKA