ଲକ୍ଷାଧିକ ଟଙ୍କାର ବାଣ ଜବତ, ବ୍ୟବସାୟୀ ଅଟକ


କେନ୍ଦ୍ରାପଡ଼ା : ବିନା ଲାଇସେନ୍ସରେ ବାଣ ଗଚ୍ଛିତ ରଖିଥିବା ବାଣ ବ୍ୟବସାୟୀକୁ ପୋଲିସ ଥାନାରେ ଅଟକ ରଖିଥିବା ବେଳେ ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି । ସଂପୃକ୍ତ ବ୍ୟବସାୟୀ କେନ୍ଦ୍ରାପଡା ସହରସ୍ଥ ନସଡିପୁର ଗ୍ରାମର ବିଜେନ୍ଦ୍ର ବେହେରା ବୋଲି ଜଣାପଡିଛି ।

ଘଟଣାରୁ ପ୍ରକାଶ ଯେ ଦୀପାବଳି ନିମନ୍ତେ ବିଜେନ୍ଦ୍ର ତାଙ୍କ ନସଡିପୁରସ୍ଥିତ ବାସଭବନରେ ବାଣ ଗଚ୍ଛିତ ରଖିଥିଲେ । ବିକ୍ରି କରିବା ପାଇଁ ଲାଇସେନ୍ସ ଆବେଦନ କରିଥିଲେ । ତେବେ ଦୀପାବଳିରେ ବାଣ ନଫୁଟାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶ ଭିତ୍ତିରେ କେନ୍ଦ୍ରାପଡା ଟାଉନ୍ ଥାନା ପୋଲିସ ବାଣ ବ୍ୟବସାୟୀ ବିଜେନ୍ଦ୍ରଙ୍କ ଘର ଉପରେ ଗୁରୁବାର ପୂର୍ବାହ୍ନରେ ଚଢାଉ କରିଥିଲେ । ପ୍ରଶାସନିକ ବିନା ଅନୁମତିରେ ବାଣ ଗଚ୍ଛିତ ରଖିଥିବାରୁ ପୋଲିସ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି । ବିଜେନ୍ଦ୍ରଙ୍କୁ ଥାନାରେ ଅଟକ ରଖିଛନ୍ତି । ଯେଉଁ ବାଣ ବ୍ୟବସାୟୀ ବିନା ଅନୁମତିରେ ବାଣ କିଣି ଘରେ ରଖିଛନ୍ତି ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ତେବେ ଦୀପାବଳିରେ ବାଣ ବ୍ୟବହାର ହେଉଛି କି ନାହିଁ ତାହା ଦେଖିବାକୁ ବାକି ଅଛି ।


Next Post

ରାଜନଗର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ପ୍ରଶିକ୍ଷଣ ଶିବିର , ୧୫ ଶହରୁ ଉର୍ଦ୍ଧ୍ୱ କର୍ମକର୍ତା ତାଲିମ ନେଲେ

Fri Nov 10 , 2023
କେନ୍ଦ୍ରାପଡା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳି ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ଠାରେ ଗୁରୁବାର ବିଜେଡିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ବ୍ୟାପି ଆୟୋଜିତ ତାଲିମ ଶିବିର  ଆଜି ଦ୍ୱୀତିୟ ଦିବସ ।ପ୍ରଥମ ଦିବସର ପ୍ରଥମ ଅଧିବେଶନରେ ରାଜନଗର ବ୍ଲକର ୩୨ନଂ ଜୋନର ୧୧ପଂଚାୟତ ଦ୍ୱିତୀୟ ଅଧିବେଶନରେ ପଟ୍ଟାମୁଣ୍ଡାଇ ବ୍ଲକର ୧୮ନଂ ଜୋନର ୭ପଂଚାୟତ ଓ ଗଙ୍ଗାରାମପୁର ଓ ବାଛରା ପଂଚାୟତ ସାମିଲ କରାଯାଇଥିଲା ।  ଗୁରୁବାର […]

KANIKA