ଲକ୍ଷାଧିକ ଟଙ୍କାର ବାଣ ଜବତ, ବ୍ୟବସାୟୀ ଅଟକ


କେନ୍ଦ୍ରାପଡ଼ା : ବିନା ଲାଇସେନ୍ସରେ ବାଣ ଗଚ୍ଛିତ ରଖିଥିବା ବାଣ ବ୍ୟବସାୟୀକୁ ପୋଲିସ ଥାନାରେ ଅଟକ ରଖିଥିବା ବେଳେ ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି । ସଂପୃକ୍ତ ବ୍ୟବସାୟୀ କେନ୍ଦ୍ରାପଡା ସହରସ୍ଥ ନସଡିପୁର ଗ୍ରାମର ବିଜେନ୍ଦ୍ର ବେହେରା ବୋଲି ଜଣାପଡିଛି ।

ଘଟଣାରୁ ପ୍ରକାଶ ଯେ ଦୀପାବଳି ନିମନ୍ତେ ବିଜେନ୍ଦ୍ର ତାଙ୍କ ନସଡିପୁରସ୍ଥିତ ବାସଭବନରେ ବାଣ ଗଚ୍ଛିତ ରଖିଥିଲେ । ବିକ୍ରି କରିବା ପାଇଁ ଲାଇସେନ୍ସ ଆବେଦନ କରିଥିଲେ । ତେବେ ଦୀପାବଳିରେ ବାଣ ନଫୁଟାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶ ଭିତ୍ତିରେ କେନ୍ଦ୍ରାପଡା ଟାଉନ୍ ଥାନା ପୋଲିସ ବାଣ ବ୍ୟବସାୟୀ ବିଜେନ୍ଦ୍ରଙ୍କ ଘର ଉପରେ ଗୁରୁବାର ପୂର୍ବାହ୍ନରେ ଚଢାଉ କରିଥିଲେ । ପ୍ରଶାସନିକ ବିନା ଅନୁମତିରେ ବାଣ ଗଚ୍ଛିତ ରଖିଥିବାରୁ ପୋଲିସ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି । ବିଜେନ୍ଦ୍ରଙ୍କୁ ଥାନାରେ ଅଟକ ରଖିଛନ୍ତି । ଯେଉଁ ବାଣ ବ୍ୟବସାୟୀ ବିନା ଅନୁମତିରେ ବାଣ କିଣି ଘରେ ରଖିଛନ୍ତି ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ତେବେ ଦୀପାବଳିରେ ବାଣ ବ୍ୟବହାର ହେଉଛି କି ନାହିଁ ତାହା ଦେଖିବାକୁ ବାକି ଅଛି ।


Discover more from

Subscribe now to keep reading and get access to the full archive.

Continue reading