
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସମର୍ଥ କୋଚିଂ ସେଟଂର ପକ୍ଷରୁ ମଙ୍ଗଳବାର ଶିଶୁ ଦିବସ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କୋଚିଂ ସେଟଂରର ପରିଚାଳକ ଶଶୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟାପକ ନରେଶ କୁମାର ରାଉତ ଯୋଗଦେଇ କୋମଳମତି ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭାର ଉପଯୁକ୍ତ ବିକାଶ କରାଗଲେ ଶିଶୁମାନେ ଦେଶ ଗଠନରେ ସହାୟକ ହୋଇପାରିବେ ବୋଲି ମତପ୍ରକାଶ କରିଥିଲେ । ସିଆରସିସି ମନୋଜ ମୁଦୁଲି, ଶିକ୍ଷୟତ୍ରୀ ଅନିତା ଧଳ,ଲିପିକା ଜେନା ଓ ଶିକ୍ଷକ ବିଜୟ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ମଧ୍ୟରେ ବକ୍ତୃତା, ରଚନା ଲିଖନ ଓ ଗଣିତ କୁଇଜ ଆଦି ପ୍ରତିଯୋଗିତା ଆୟୋଜିତ ହେବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତିଯୋଗୀ ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ କ୍ଷୀରାଦ୍ଦୀ ତନୟା, ଓମ୍ ପ୍ରକାଶ ସାହୁ, ଅଙ୍କିତା ପ୍ରିୟଦର୍ଶିନୀ, ଅନନ୍ୟା ଶୁଭଲକ୍ଷ୍ମୀ ଜେଠୀ, ରାଜଦୀପ ଗୁପ୍ତା, ସାଇରୂପା ନନ୍ଦ, ଶୁଭଲକ୍ଷ୍ମୀ ଦାଶ, ବିଦୁସ୍ମିତା ସାହୁ, ଆର୍ଯ୍ୟ ପ୍ରକାଶ ରାଉତ, ଅଂଶୁମାନ ନାୟକଙ୍କୁ ପୁରସ୍କୃତ କରାଯାଇଥିଲା । ସେଂଟରର ଶିକ୍ଷକ ଆଶିଷ ପଣ୍ଡା, ଦେବାଶିଷ ପଣ୍ଡା, ପ୍ରତିଭା ପରିଡା, ଶୁଭମ ନାୟକ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।











