
କେନ୍ଦ୍ରାପଡ଼ା,୪/୬- ସାଧାରଣ ନିର୍ବାଚନ ଫଳ ପାଇଁ ଭୋଟ୍ ଗଣତି ଚାଲିଛି। ମଙ୍ଗଳବାର ସକାଳ ୮ଟାରୁ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟଠାରେ ଆରମ୍ଭ ହୋଇଥିବା ଏହି ଗଣତିରେ ଜିଲ୍ଲାର ଏମ୍ପି ଆସନରେ ଭାଜପା ଓ ବିଧାନସଭାରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ତେବେ ଦ୍ୱାଦଶ ରାଉଣ୍ଡ ଗଣତି ସୁଦ୍ଧା ଭାଜପା ଲୋକ ସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ୩୦,୪୫୧ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି ୨୬୯୫୮ ଖଣ୍ଡ ଭୋଟ୍ ପାଇଛନ୍ତି। ୩୪୯୩ ଖଣ୍ଡ ଭୋଟ୍ ପାଇ ଭାଜପା ଆଗରେ ରହିଛି। କଂଗ୍ରେସକୁ ୧୦,୩୬୫ ଖଣ୍ଡ ଭୋଟ୍ ମିଳିଛି।

