ଅଳଭା ଗଣ୍ଡାକିଆ ଲକ କାର୍ଯ୍ୟକାରୀ ହେଲେ ଶିଳ୍ପର ବିକାଶ ହେବା ସହ ଉତିକଣ ଅଂଚଳର ଚାଷୀଙ୍କ ମୁହଁରେ ହସ ଫୁଟିବ


ତାଳଦଣ୍ଡା କେନାଲର ଭଳି ବୋଟିଂର ଭ୍ରମ ସୃଷ୍ଟି କରିବ

ଜଳସେଚନ ଓ ବାଣିଜ୍ୟ କାରବାରର ଏକମାତ୍ର ବିକଳ୍ପ ଆମ ରାଜ୍ୟର ସର୍ବ ପୁରାତନ ପଟ୍ଟାମୁଣ୍ଡାଇ ମେନ କେନାଲକୁ ଲଗିଥିବା ଗୋବାରି ସର୍ମ୍ପସାରିତ କେନାଲ ଏବେ ବିପଦରେ । ଏହି କେନାଲ ଉପରେ ଆମଦାନୀ ରପ୍ତାନି, ପରିବହନ ଓ ଆର୍ଥିକ ସ୍ଥିତି ନିର୍ଭର କରୁଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ଭାତହାଣ୍ଡି କଥା ବି ବୁଝୁଥିଲା । ଏକଦା ପେଟରୁ ପକେଟ ପ୍ରଯ୍ୟନ୍ତ ପରିବ୍ୟାପ୍ତ ଥିବା ଏହି କେନାଲ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । କିଛି ନହେଲେବି କଟକ ତାଳଦଣ୍ଡା କେନାଲର କଳେବର ହୋଲାଭଲି ଏହାର ପୁନରୁଦ୍ଧାର ହେଇ ପୂର୍ବପରି ଗୋବରୀ ରୁ ବ୍ରହ୍ମଣୀରେ ମିଶିଲେ ଉତିକଣ ଅଂଚଳର ଲକ୍ଷ ଲକ୍ଷ ଚାଷୀଙ୍କ ମୁହଁରେ ହସ ଫୁଟାଇବା ସହିତ ପର୍ଯ୍ୟଟନସ୍ଥଳ ଭୂସ୍ୱର୍ଗ ଇଟାଲୀର ଭାସମାନ ସହର ଭଳି ମନୋରମ ହେଇ ପାରନ୍ତା ବୋଲି ଉତିକଣ ଅଂଚଳର ବୁଦ୍ଧିଜିବୀ, କୃଷକ, ପୁରୁଖାଲୋକ ମାନେ ମତପ୍ରକାଶ କରିଛନ୍ତି ।

ସାମାଜିକ କର୍ମୀ ତଥା  ପୁରୁଖାଶିକ୍ଷାବିତ ପ୍ରଫୁଲ୍ଲ ଦାଶ କହିଛନ୍ତି, ଇତିହାସର ପୃଷ୍ଠା କହେ, ୧୮୬୬ ମସିହା ନଁଅଙ୍କ ଦୃର୍ଭିକ୍ଷ ପରେ ପଟ୍ଟାମୁଣ୍ଡାଇ କେନାଲର ପରିକଳ୍ପନା କରାଯାଇ କଟକ ଜଗତପୁର ବ୍ୟାରେଜରୁ ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ଦୀର୍ଘ ୮୦ କିଲୋ ମିଟର ପରିବ୍ୟାପ୍ତ ପଟ୍ଟାମୁଣ୍ଡାଇ କେନାଲ ଏବଂ ଏଥିରେ ସଂଜୋଗ ହୋଇଥିଲା ଗୋବାରୀ ସର୍ମ୍ପସାରିତ କେନାଲ । ଏହି ଗୋବାରୀ ସର୍ମ୍ପସାରିତ କେନାଲ ପାଖା ପାଖି ୩୨ ମିଟର ଚଉଡା ସାଢେ ୯ କିମି ଲମ୍ବ କେନାଲ ଅଳଭା ଲକ ଦେଇ ବାହ୍ମଣୀ ସହିତ ସଂଜୋଗ କରିଥିବା ବେଳେ ଗଣ୍ଡାକିଆ ଠାରେ ଗୋବରୀ ସହିତ ମିସିଥିଲା । କେବଳ ଏହା ଜଳସେଚନର ମୂଳଧାରା ନଥିଲା ଏହିଁ କେନାଲ ଲୋକଙ୍କ ଜୀବନ ଜୀବିକାର ମୁଖ୍ୟ ଧାରା ପାଲଟିଥିଲା । ଗମନାଗମନ ପାଇଁ ଏହା ଥିଲା ସେତେବେଳେ ବଳିଷ୍ଠ ମାଧ୍ୟମ । ତାହା ସହିତ ଏହିଁ କେନାଲ ନୌବାଣିଜ୍ୟର ମୁଖ୍ୟ ମାଧ୍ୟମ ଥିଲା । ବଡ଼ ବଡ଼ ଡ଼ଙ୍ଗା ସାହାଯ୍ୟରେ ବାଣିଜ୍ୟ ପରିବହନ କାରବାର ହେଉଥିଲା । ପରବର୍ତୀ ସମୟରେ ଏହି ବାଣିଜ୍ୟ ବ୍ୟବସାୟ ଓଡ଼ିଶାର ଆର୍ôଥନୀତିକୁ ସୃଦୁଢ କରିଥିଲା । ତେବେ ସମୟ ବଦଳିବା ସାଙ୍ଗକୁ ପରିବହନ ଓ ଯାତାୟତ ସରଳ ହେଲା ସ୍ଥଳପଥରେ ଏସବୁ କାରବାର ଓ ଯାତାୟତ ଆରମ୍ଭ ହେବା ପରେ ଏହି କେନାଲକୁ ୨୦୧୮ ରେ ଦୁଇ ପାର୍ଶ୍ୱ ପୋତି ଚଉଡା ୧୨ ମିଟର କରି ଦିଆଗଲା । ପରେ ପରେ ଅଳଭା,ଗଣ୍ଡାକିଆ ଲକ୍‌କୁ ମଧ୍ୟ ପୋତି ଦିଆଗଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ଗୋବରୀ କେନାଲ ଏକ ଫସଲି ଚାଷପାଇଁ ଜଳସେଚନର ମାଧ୍ୟମ ପାଲଟିଛି । ଏହି କେନାଲରେ ରହିଛି ୩୦ରୁ ଅଧିକ ଶାଖା ଉପ ଶାଖା କେନାଲ । ହେଲେ କେନାଲ ଏବେ ତାହାର ଅସ୍ଥିତ୍ୱ ହରାଇବାକୁ ବସିଥିବା ଅଭିଯୋଗ ହୋଇଛି ।

ପୂର୍ବତନ ବିଧାୟକ ତାପସ ଦାସ କୁହନ୍ତି ବିଜୁବାବୁ ଏ ମାଟିକୁ ବହୁତ ଶ୍ରଦ୍ଧା ଓ ସମ୍ମାନ କରୁଥିବାବେଳେ ତାଙ୍କର ବହୁ ଅଧୁରା ସ୍ୱପ୍ନ ଏବେବି ସାକାର ନହୋଇ ସ୍ୱପ୍ନରେ ରହିଯାଇଛି । ବିଜୁଙ୍କ ଘନିଷ୍ଠ ସହଯୋଗୀ ପୂର୍ବତନମନ୍ତ୍ରୀ ସ୍ୱର୍ଗତଃ ପ୍ରହଲ୍ଲାଦ ମଲିକ ଜଳସଂପଦ ମନ୍ତ୍ରୀ ଥିବାବେଳେ ଗୋବରୀ ସମ୍ପ୍ରସାରିତ କେନାଲର ଅଳଭା ଓ ଗଣ୍ଡାକିଆ ଲକ୍କକୁ କର୍ଯ୍ୟକାରୀ କରି ବ୍ରାହ୍ମଣୀ ନଦୀ ସହ ଗୋବରୀ ନଦୀ ସଂଯୋଗ କରାଯାଇ ଉତିକଣ ଚାଷ ଜମିକୁ ୧୨ ମାସି ପାଣି ଯୋଗାଇବା ସହିତ ପର୍ଯ୍ୟଟନସ୍ଥଳୀ ଭୂସ୍ୱର୍ଗ କାଶ୍ମୀରର ଡାଲ ହ୍ରଦ ଭଳି ଏହାର ଦୁଇ ପାଶ୍ୱର୍ ବନ୍ଧ ରାସ୍ତାକୁ ପଥର ପ୍ୟାକିଂ କରି ସୁଦୃଢ ଓ ମନୋରମ କରିବାକୁ ପ୍ରସ୍ତାବ ରଖିଥିଲେ । ଏଥିନେଇ ଜଳସଂପଦ ବିଭାଗ ଅଳଭା-୧ ରେ ଜଣେ କନିଷ୍ଠଯନ୍ତ୍ରୀଙ୍କୁ ଅବସ୍ଥାପିତ କରାଯାଇଥିଲା । ମାତ୍ର ଯୋଜନା କଟକର ତାଳଦଣ୍ଡା କେନାଲର ଉଦ୍ଧିଷ୍ଟ ହୋଇ କଳେବର ହୋଇଛି । ତାଣ୍ଡଦଣ୍ଡା କେନାଲ ନୂଆ ରୂପ ପାଇବା ପରେ ସମସ୍ତଙ୍କ ପାଇଁ ଏକ ନିଆରା ସୁଯୋଗ ସୃଷ୍ଟି ହୋଇଛି । ଶବ୍ଦହୀନ ଶିକାରା ବୋଟକୁ ରଙ୍ଗୀନ ଲାଇଟରେ ସଜେଇ ନୌକାବିହାର କରାଯାଉଛି । ସେହି ଭଳି ଗୋବରୀ ସମ୍ପ୍ରସାରିତ କେନାଲର ମଧ୍ୟସ୍ଥଳୀକୁ ଚଉଡା କରାଯାଇ ଉଭୟପାଶ୍ୱର୍ରେ ରଙ୍ଗବେରଙ୍ଗର ଆଲୋକସଜ୍ଜା ଲଗାଯାଏ । ତାହାହେଲେ ଭିତରକନିକା ଅଭୟ।।ରଣ୍ୟ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏହା ବର୍ଷସାରା ଆକର୍ଷିତ କରିପାରିବ ବୋଲି ସେ କହିଛନ୍ତି ।

ସେହିପରି ବୁଦ୍ଧିଜିବୀ ପ୍ରବିର ନାୟକ କୁହନ୍ତି ପଟ୍ଟାମୁଣ୍ଡାଇ ଗୋବାରୀ ସମ୍ପ୍ରସାରିତ କେନାଲକୁ ପୂର୍ବପରି ବ୍ରାହ୍ମଣୀ ସହିତ ଗୋବରୀକୁ ସଂଜୋଗ କରାଗଲେ ଉତିକଣ ଅଂଚଳରେ ଥିବା ଲକ୍ଷଲକ୍ଷ ଏକର ଚାଷଜମି ବର୍ଷସାରା ଶଶ୍ୟସାମଳ ହୋପାରିବ । ଅନ୍ୟପକ୍ଷରେ ଗୋବରୀ କେନାଲ ଉଭୟ ପାଶ୍ୱବନ୍ଧ ପାଶ୍ୱର୍ ବନ ବିଥିକାରେ ପ୍ରଲ୍ଲୋଭିତ, ପୁଷ୍ପିତ ବନଷ୍ପତିମାନ ସୃଷ୍ଟି କରାଯାଇ ପରିବେଶର ଶୋଭା ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବ । ଏହା ଜାତୀୟ ଉଦ୍ୟାନ ଭିତରକନିକା ମାର୍ଗରେ ଥିବାରୁ ଏହା ବିଶ୍ୱବାସୀଙ୍କୁ ଆକର୍ଷିତ କରିବା ସହିତ ନୌକାବିହାରର ମଜା ମଧ୍ୟ ପର୍ଯ୍ୟଟକମାନେ ନେଇପାରିବେ । ଏହି ମନୋରମ ପରିବେଶକୁ ପର୍ଯ୍ୟଟକମାନେ ବାରମ୍ବାର ଆସିବାକୁ ଇଛା ପ୍ରକଟ କରିବେ । ଏହା ଦ୍ୱାରା ଶିଳ୍ପବିହୀନ ପଟ୍ଟାମୁଣ୍ଡଇ ଅଂଚଳ ଶିଳ୍ପଜଗତରେ ଅନନ୍ୟ ସ୍ଥାନ ଅଧିକାର କରିବ । ଏହା ଦ୍ୱାରା ପର୍ଯ୍ୟଟନ ଶିଳ୍ପର ବିକାଶ ହେବା ସଙ୍ଗେ ସଙ୍ଗେ ଲୋକମାନଙ୍କର ଆର୍ôଥକ ସ୍ୱଛଳତା ସୃଷ୍ଟି ହେବ । ବିଜୁବାବୁଙ୍କ ସ୍ୱପ୍ନର ସାର୍ଥକତାକୁ ସତରେ ପରିଣତ କରିବା ପାଇଁ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ସହିତ ଏହାକୁ ବିଜୁବାବୁଙ୍କ ନାମରେ ନାମିତ କରାଗଲେ ପ୍ରକୃତପକ୍ଷେ ଏହା ପ୍ରବାଦପୁରୁଷ ବିଜୁବାବୁଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞଳୀ ହୋଇପାରିବ ବୋଲି ସେ କହିଛନ୍ତି ।


2 thoughts on “ଅଳଭା ଗଣ୍ଡାକିଆ ଲକ କାର୍ଯ୍ୟକାରୀ ହେଲେ ଶିଳ୍ପର ବିକାଶ ହେବା ସହ ଉତିକଣ ଅଂଚଳର ଚାଷୀଙ୍କ ମୁହଁରେ ହସ ଫୁଟିବ

Comments are closed.

Discover more from

Subscribe now to keep reading and get access to the full archive.

Continue reading