ନଦୀକୁ ଗାଧେଇବାକୁ ଯାଇ ଯୁବକ ନିଖୋଜ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ଗ୍ରାମପାଖ ବ୍ରାହ୍ମଣୀ ନଦୀରେ ଗାଧେଇବାକୁ ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଯୁବକ ଜଣକ ଅଣ୍ଢରା ଗାଁର ବିକ୍ରାନ୍ତ ମଲ୍ଲିକ (ବିଟୁ) ବୟସ ୪୭ ବୋଲି ଜଣାପଡିଛି । ଖବର ପାଇ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ଖୋଜାଖୋଜି କରିବା ପରେ ମଧ୍ୟ ଯୁବକଙ୍କ ପତା ବର୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ ।

ସୂଚନା ମୁତାବକ ଅଣ୍ଢରା ଗ୍ରାମର ବିକ୍ରାନ୍ତ ଶନିବାର ସକାଳୁ ବ୍ରହ୍ମଣୀ ନଦୀ ମାତାମଠ ପାଖ ତୁଠକୁ ଗାଧୋଇବାକୁ ଯାଇଥିଲେ । ମାତ୍ର ଡୀର୍ଘ ସମୟ ଧରି ବିକ୍ରାନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରଥିଲେ । ନଦୀ କୂଳରେ ବିକ୍ରାନ୍ତଙ୍କ ମୋଟର ସାଇକେଲ ହିରୋ ଗ୍ଲେମର, ପ୍ୟାଣ୍ଟ-ସାର୍ଟ, ଚପଲ ଓ ଗୋଟିଏ ନୋଟା ଥୁଆ ହୋଇଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ପରିବାର ଲୋକମାନେ ଭୟ ଓ ଆଶଙ୍କାରେ ଚିନ୍ତିତ ହୋଇପଡିଥିଲେ । କେହି କିଛି ଦେଖିନଥିବା ବେଳେ ନଦୀକୂଳରୁ ଜବତ ଜିନିଷକୁ ନେଇ ବିଟୁ ଗାଧୋଉଥିବା ବେଳେ କମ୍ଭିର ଝାମ୍ପିନେଇ ଥାଏ ବୋଲି ଗ୍ରାମବାସୀ ସନ୍ଦେହ କରୁଛନ୍ତି । ଅଗ୍ନିଶମ ବାହିନୀ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନଦୀ ଆଖପାଖରେ ଖୋଜି ଖୋଜି କରିଥିଲେ ହେଁ ବିଟୁର କୌଣସି ପତ୍ତା ମିଳିନଥିଲା ।

ନିକଟ ଅତୀତରେ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆକ୍ରମଣରେ ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଓ ବ୍ରାହ୍ମଣୀ ନଦୀରେ ବାରମ୍ବାର କୁମ୍ଭୀର ଉପଦ୍ରଵ କରୁଥିବା ଘଟଣାର ନିଖୋଜ ବିଟୁ କୁମ୍ଭୀର ଆକ୍ରମଣର ଶିକାର ହୋଇଥିବା ସନ୍ଦେହ କରାଯାଉଛି ।  ନିଖୋଜ ବିକ୍ରାନ୍ତ ପଞ୍ଜାବରେ ରହୁଥିବା ବେଳେ ନିଜ ମା ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଇଁ ସେ ଚାରି ଦିନ ତଳେ ଗାଁକୁ ଆସିଥିଲେ । ଆଜିର ଏହି ଅଘଟଣ ଓ ଅଭାବନୀୟ ଘଟଣାରେ ସମଗ୍ର ଅଂଚଳ ସ୍ତବ୍ଧ ହୋଇଯାଇଛି । ଆସନ୍ତାକାଲି ସକାଳେ ଅଗ୍ନିଶମ ବିଭାଗ  ପୁନରାୟ ତାଲାସୀ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।


Discover more from

Subscribe now to keep reading and get access to the full archive.

Continue reading