କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ



କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ରାଜ୍ୟସରକାରଙ୍କ “ଯୁବ ଓଡିଶା ନବୀନ ଓଡିଶା” ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ ତଥା ମହାବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଅଜୟ କୁମାର ସାମଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ କେନ୍ଦ୍ରାପଡା ପୌରପରିଷଦର ଅଧ୍ୟକ୍ଷା ସରିତା ସାହୁ ଓ ଆଇକ୍ୟୁଏସି କୋଅଡିନେଟର ପ୍ରଫେସର ଜ୍ଞାନେନ୍ଦ୍ର ଦାସ ଯୋଗଦେଇଥିଲେ । ଅତିଥିମାନେ ଯୋଗଦେଇ କହିଥିଲେ ଯେ ମହାବିଦ୍ୟାଳୟ ସ୍ତରରେ ଯୁବକ ମାନଙ୍କ ମଧ୍ୟରେ ଥିବା ଦକ୍ଷତାକୁ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରତିପାଦିତ କରିବା ଓ ଯୁବଶକ୍ତିକୁ ସଠିକ ବିନିଯୋଗ କରି ସମୃଦ୍ଧ ରାଷ୍ଟ୍ର ଗଠନରେ ନିୟୋଜିତ କରିବା ଏହାର ମୂଳଲକ୍ଷ୍ୟ । ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ନୃତ୍ୟ, ସଙ୍ଗିତ, ଅଭିନୟ,ଚିତ୍ରାଙ୍କନ ଇତ୍ୟାଦି ଗୁଡିକ ଅନ୍ତର୍ଭୁକ୍ତ ହୋଇଥିବା ବେଳେ କ୍ରୀଡା ପ୍ରତିଯୋଗୀତା ମଧ୍ୟରେ କ୍ରିକେଟ, ବ୍ୟାଡବିଣ୍ଟନ, ଫୁଟବଲ, ହକି, ଖୋଖ, କବାଡି ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ନିଶା ନିବାରଣ, ବୃକ୍ଷରୋପଣ, ସଡକ ସଚେତନତା ପ୍ରଭୃତି ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମ ନଭେମ୍ବର ୨୨ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ସୂଚନା ଦେଇଥିଲେ । ରୁସାର କୋଅଡିନେଟର ପ୍ରଫେସର ରଞ୍ଜିତ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନୋଡାଲ ଅଫିସର ଭାବରେ ପ୍ରମୋଦ କୁମାର ବେହେରା ଯୋଗଦେଇ ସମନ୍ୱିତ କାର୍ଯ୍ୟକ୍ରମର ବିବରଣୀ ପ୍ରକାଶ କରିଥିଲେ । କ୍ୟାପଟେନ ସୀମା ମହାନ୍ତି ଓ ଖେଳ ଶିକ୍ଷୟତ୍ରୀ ପ୍ରତିମା ରାଣୀ ଦ୍ୱିବେଦୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପୂର୍ବାଶା ପ୍ରିୟଦର୍ଶିନୀ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading