ଆଶାକର୍ମୀଙ୍କ ମାସିକ ଭତ୍ତା ଦାବିରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର



ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ଉପସଭାପତି ଅଜୟ ସାମଲଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ମହାକାଳପଡା ବିଜୟ ନଗରର ଆଶାକର୍ମୀ ସାଥି ଅମୀତା ଦାସଙ୍କ ବିୟୋଗରେ ୨ମିନିଟ ନୀରବ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଆସନ୍ତା ୨୮ତାରିଖରେ ଭୁବନେଶ୍ୱରରେ ସମସ୍ତ ଅଣସଂଗଠିତ ଶ୍ରମିକ( ସମସ୍ତ ଆଶାକର୍ମୀ ଓ ଏନଏଚଏମ କର୍ମଚାରୀ)ମାନଙ୍କୁ ସରକାରୀ ଚାକିରୀର ମାନ୍ୟତା ପ୍ରଦାନ, ସହିତ ଦରଦାମ କମାଇବା ଦାବିରେ ଅନୁଷ୍ଠିତ ହେବାକୁ ଥିବା ସମାବେଶରେ କେନ୍ଦ୍ରାପଡାରୁ ଏକଶହରୁ ଉର୍ଦ୍ଧ୍ୱ ଆଶାକର୍ମୀ ଯୋଗଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆଶାକର୍ମୀମାନଙ୍କୁ ପଦୋନ୍ନତି, ପେନସନ, ସରକାରୀ ଚାକିରୀର ମାନ୍ୟତା, ମୃତ୍ୟୁକାଳୀନ ସହାୟତା ସର୍ବନିମ୍ନ ୫ଲକ୍ଷ ଟଙ୍କା ଟଙ୍କା ପ୍ରଦାନ, ତୁରନ୍ତ ପ୍ରତି ଗ୍ରାମରେ ଆଶାଗୃହ ନିର୍ମାଣ ଓ ଗତ ସେପ୍ଟେମ୍ବର ୨୯ତାରିଖରେ ଦେଇଥିବା ପ୍ରତିଶୃତିକୁ ପାଳନ ନକରିବା ପ୍ରତିବାଦରେ ଆସନ୍ତା ଡିସେମ୍ବର ୧୬ତାରିଖରେ ଆଶାକର୍ମୀ ମାନଙ୍କର ଏକ ମହାସମାବେଶ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ । ସେହି ମହାସମାବେଶରେ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଆଶାକର୍ମୀ ଯୋଗଦେବାକୁ ନିଷ୍ପତ୍ତି ନିଆଯାଇଛି । ଏତଦବ୍ୟତିତ ଆସନ୍ତା ଡିସେମ୍ବରମାସ ୨୫ତାରିଖରେ ରାଜନଗର ଡାଙ୍ଗମାଳରେ ସଙ୍ଘର ଏକ ସମ୍ମିଳନୀ ଅନୁଷ୍ଠିତ ହେବ । ସେଥିରେ ସଙ୍ଗଠନର ରାଜ୍ୟ ସଭାପତି ଓ ସମ୍ପାଦକଙ୍କ ସହିତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ସମସ୍ତ ବରିଷ୍ଠ ଅଧିକାରୀମାନଙ୍କୁ ଯୋଗଦେବାକୁ ନିମନ୍ତ୍ରଣ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ଜିଲ୍ଲା ସମ୍ପାଦିକା କାନ୍ତୀପ୍ରଭା ନାୟକ, ସହସମ୍ପାଦିକା ଭଗବତୀ ନାୟକ, ଜିଲ୍ଲା କୋଷାଧ୍ୟକ୍ଷ ନନ୍ଦିନୀ ସ୍ୱାଇଁ, ରାଜକନିକା ସିଏଚସି ସମ୍ପାଦିକା କବିତା ସାମଲ, ଇନ୍ଦୁପୁର ସିଏଚସି ଉପସଭାପତି ଜୟନ୍ତୀ ବାରିକ, ମାର୍ଶାଘାଇ ସିଏଚସି ପ୍ରାକ୍ତନ ସମ୍ପାଦିକା ହେମଲତା ସାହୁ, ପ୍ରାକ୍ତନ ଜିଲ୍ଲା ସମ୍ପାଦିକା ସଂଯୁକ୍ତା ରାଉତ, ଏଆଇଟିୟୁସିର ରାଜ୍ୟ ନେତୃତ୍ୱ ରମଣୀରଞ୍ଜନ ରାଉତରାୟ, ଉପସଭାପତି ଭଜହରି ପ୍ରଧାନ, ଅକ୍ଷୟ ମଲିକ, ମହାକାଳପଡା ସିଏଚସି ସଭାପତି ରଞ୍ଜୁଲତା ବେହେରା, ସମ୍ପାଦିକା ରଶ୍ମୀରେଖା ପରିଡା, ଗରଦପୁର ସିଏଚସିର ସମ୍ପାଦିକା ସୁମିତ୍ରା ଜେନା, ଅମିତା ନାୟକ, ଜ୍ୟୋତିମର‌୍ୟୀ, ରାଜନଗର ସିଏଚସି ସଭାପତି କବିତା ହାତୀ, ସମ୍ପାଦିକା ଦମୟନ୍ତୀ କୁଣ୍ଡୁ, ଶାନ୍ତିଲତା ସାହୁ, ପୈାରାଞ୍ଚଳର ଆଶାକର୍ମୀ ହାସୀନା ଖାତୁନ, ସୁଲୋଚନା ନନ୍ଦୀ, ପ୍ରମିଳା ପରିଡା, ପଟ୍ଟାମୁଣ୍ଡାଇ ସିଏଚସି ସମ୍ପାଦିକା ସୁଷମା ଆଚାର୍ଯ୍ୟ, ସଭାପତି ମନୋରମା ନାଥ, କଳ୍ପନା ମହାପାତ୍ର, ପ୍ରଭାତି ଦାସ, ରାଜକନିକା ସିଏଚସି ସମ୍ପାଦିକା ସୁକାନ୍ତି ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading