ଶିକ୍ଷକ ଉମାକାନ୍ତ କରଙ୍କୁ ଶିକ୍ଷା ଉତ୍କର୍ଷ ସମ୍ମାନ-୨୦୨୪


କେନ୍ଦ୍ରାପଡ଼ା, ୬ା୯: ସଂଖ୍ୟାଲଘୁ ଉନ୍ନୟନ ଟ୍ରଷ୍ଟ ଉର୍ଦ୍ଦୁ ପାଠଗାର ପରିଚାଳନା ସମିତିର ମିଳିତ ଆନୁକୂଲ୍ୟରେ ଜାତୀୟ ଶିକ୍ଷକ ଦିବସ ପାଳନ ଉପଲକ୍ଷେ ଉର୍ଦ୍ଦୁ ପାଠଗାର ତଥା ଗୋଷ୍ଠିକେନ୍ଦ୍ର ପରିସରରେ ଏକ ଜିଲ୍ଲା ସ୍ତରୀୟ ଶିକ୍ଷକ ଉତ୍କର୍ଷ ପୁରସ୍କାର ଉତ୍ସବ – ୨୦୨୪ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଟ୍ରଷ୍ଟର ଉପଦେଷ୍ଟା ସୟଦ ଅକମଲ ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏସ.ସି.ଇ.ଆର.ଟି.ର ସହକାରୀ ନିର୍ଦେଶକ ଡ. ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା, ସମ୍ମାନୀତ ଅତିଥି ଭାବେ ନଗରପାଳ ସରିତା ସାହୁ, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଡ. ଦୟାସିନ୍ଧୁ ପରିଡା, କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ବଗଡାସ୍ଥିତ ସିଦ୍ଧ ମରିଚାଣୀ ନୋଡାଲ ବିଦ୍ୟାପୀଠର ଶିକ୍ଷକ ଉମାକାନ୍ତ କରଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ଜିଲ୍ଲା ଉତ୍କର୍ଷ ଶିକ୍ଷା ସମ୍ମାନ -୨୦୨୪ ସମ୍ମାନରେ ସମ୍ମାନୀତ କରିଥିଲେ। ଶିକ୍ଷକ ଶ୍ରୀ କର ଶାରିରୀକ ଶିକ୍ଷା କ୍ଷେତ୍ରରେ ଜାତୀୟ ସ୍ତରର ଖେଳାଳୀ ସୃଷ୍ଟି କରିଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଉତ୍ସବରେ ବିଭିନ୍ନ ବର୍ଗର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା। ଶେଷରେ ମହମ୍ମଦ ଫାୟାଜ ଧନ୍ୟବାଦ ଅର୍ପଣ କରିଥିଲେ।


Next Post

ଇଚ୍ଛାପୁର ପ୍ରାଥମିକ ବିଦ୍ୟାଳୟରେ ଗୁରୁପୂଜନ ଉତ୍ସବ

Sat Sep 7 , 2024
କେନ୍ଦ୍ରାପଡ଼ା,୬ା୯:ପବିତ୍ର ଗୁରୁ ଦିବସ ଅବସରରେ କେନ୍ଦ୍ରାପଡ଼ା ସହରସ୍ଥ ପୁରାତନ ଇଚ୍ଛାପୁର ପ୍ରାଥମିକ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭାରାଣୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷୟତ୍ରୀ ପୁଷ୍ପଲତା କର, କ୍ଷଣପ୍ରଭା ପତି ଗୁରୁ ଦିବସର ମାହାତ୍ମ୍ୟ ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ। ବିଦ୍ୟାର୍ଥୀ ମାନେ ବିଦ୍ୟାଳୟ ପରିସରରେ ଥିବା ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ପୂଜାର୍ଚ୍ଚର୍ନା […]