ଶିଳ୍ପଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ



କେନ୍ଦ୍ରାପଡା କଲେଜ ଛକ ସ୍ଥିତ ଆଇଆଇଆଇଟି ଠାରେ ଭାରତ ସରକାରଙ୍କ ଏମ୍‌ଏସଏମ୍‌ଇ ମନ୍ତ୍ରାଣାଳୟ ଅଧିନସ୍ଥ କଟକର ଏମବିଏମଏଫ ଡିଏଫଓ ଆନୂକୁଲ୍ୟରେ ଏକ ଶିଳ୍ପଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଟକ ଏମ୍‌ଏସଏମ୍‌ଇଡି ଏଫଓ କାର୍ଯ୍ୟାଳୟର ସହ ନିର୍ଦ୍ଦେଶକ ସନ୍ଦିପ କୁମାର ଯୋଗଦେଇ ଉଦ୍ୟୋଗ ବିକାଶ ଓ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡାର ଶିଳ୍ପ ଉନ୍ନୟନ ଅଧିକାରୀ ନରେନ୍ଦ୍ର ନାଥ ମହାରଣା ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଳ୍ପ ବିକାଶ କ୍ଷେତ୍ରରେ ଏମ୍‌ଏସଏମ୍‌ଇ ବିଭାଗର ବିିଭିନ୍ନ ଯୋଜନା ବିଷୟରେ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରକାରୀ ଆଇଆଇଆଇଟିର ଅଧ୍ୟାପକ ସୁଧାଂଶୁ ଶେଖର ବିଶ୍ୱାଳ ଅଂଶ ଗ୍ରହଣ କରି ଆଇଆଇଆଇଟିରେ ଦିଆଯାଇଥିବା ବିଭିନ୍ନ ପ୍ରଶିକ୍ଷଣ ବିଷୟରେ ଜଣାଇଥିଲେ । ସ୍ଥାନୀୟ ଆଇସିଆଇସିଆଇ ବ୍ୟାଙ୍କରେ ପରିଚାଳକ ଚନ୍ଦନ କୁମାର ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବ୍ୟାଙ୍କରେ ଉପଲବ୍ଧ ଥିବା ବିଭିନ୍ନ ଯୋଜନା ବିଷୟରେ ଅବଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷା ଭାରତୀ ଟ୍ରଷ୍ଟର ଚେୟାର ପର୍ସନ ରମେଶ ଚନ୍ଦ୍ର ତ୍ରିପାଠୀ ପରିଚାଳନା କରିଥିଲେ । ଶେଷରେ ଆଇଆଇଆଇଟି ସଂସ୍ଥାର ପରିଚାଳକ ମୋଜାହିଦ ଅଲ୍ଲୀ ଧନ୍ୟବାଦ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଜାଭେଦ ଅହମଦ, ଆଧ୍ୟାତ୍ମିକା ଦାଶ, ସହଯୋଗ କରିଥିଲେ ।


Next Post

ପଦ୍ମାଳୟା ପ୍ରଧାନ ନୂତନ ଗ୍ରାମାଂଚଳ ଥାନା ଆଇ ଆଇ ସି

Thu Nov 23 , 2023
ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଆଇ ଆଇ ସି ବାମଦେବ ନନ୍ଦଙ୍କ ବଦଳି ହୋଇଯାଇଛି । ତାଙ୍କ ସ୍ଥାନରେ ନୂତନ ଆଇ ଆଇ ସି ଭାବେ ମହିଳା ପୋଲିସ ଇନ୍ସପେକ୍ଟର ପଦ୍ମାଳୟା ପ୍ରଧାନ ଯୋଗ ଦେଇଛନ୍ତି ।ଏଥି ପୂର୍ବରୁ ସେ ଜଗତସିଂହପୁର ଜିଲ୍ଲା ପୋଲିସ ହେଡ଼କ୍ୱାଟରରେ କାର୍ଯ୍ୟରତ ଥିଲେ ଓ ବିଭିନ୍ନ ଥାନାରେ ଦକ୍ଷତାର ସହ କାର୍ଯ୍ୟ କରି ବେଶ ପ୍ରଶଂସିତ ହୋଇଛନ୍ତି । ଗ୍ରାମାଂଚଳ ଥାନାର ନୂତନ ଆଇ ଆଇ […]

KANIKA