ଅରଡ଼ପଲ୍ଲୀ ଓ ସାନଜରିଆ ପଂଚାୟତରେ ୬କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ


କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଅରଡ଼ପଲ୍ଲୀ ଓ ସାନଜରିଆ ପଂଚାୟତ ବିକାଶକୁ ଆହୁରି ଆଗକୁ ନେବା ପାଇଁ ରବିବାର ରାଜନଗର ବିଧାୟକ ଧ୍ରୁବ ସାହୁ ୫କୋଟି ଟଙ୍କା ବ୍ୟୟରେ ଅରଡ଼ପଲ୍ଲୀ-ବଡ଼ଜରିଆ ଲୁଣା ସେତୁ ଶୁଭ ଶିଳାନ୍ୟାସ କରିବା ସହିତ ୧କୋଟି ଟଙ୍କା ବ୍ୟୟରେ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଅରଡ଼ପଲ୍ଲୀ ଓ ସାନଜରିଆ ପଂଚାୟତର ବିଭିନ୍ନ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଛନ୍ତି ।

ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟ ଓ ପୂର୍ବତନ ସରପଂଚ ଶ୍ରୀମନ୍ତ ଦାସଙ୍କ ସଂଯୋଜନାରେ ଅରଡ଼ପଲ୍ଲୀ ଠାରେ ଆୟୋଜିତ ସାଧାରଣ ସଭାରେ ଭାଷଣ ଦେଇ ବିଧାୟକ ଶ୍ରୀସାହୁ କହିଲେ ବିକଶିତ ସମୃଦ୍ଧ ଓ ସଶକ୍ତ ଗାଁ ତିଆରି କରିବା ସହିତ ଗ୍ରାମାଂଚଳର ସାମଗ୍ରିକ ବିକାଶରେ ଆମ ଓଡିଶା ନବୀନ ଓଡିଶା ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଳିଷ୍ଠ ପଦକ୍ଷେପ । ଦୀର୍ଘବର୍ଷ ଧରି କ୍ଷମତାରେ ଥିବା କଂଗ୍ରେସ ଦଳ ଓ ପ୍ରଚାରସର୍ବସ୍ୱ ବିଜେପି ଦଳକୁ ଆଗାମୀ ସାଧାରଣ ନିର୍ବାଚନରେ ଉଚିତ ଶିକ୍ଷା ଦେବାକୁ ଆହ୍ୱାନ ଦେଇଥିଲେ । ଏଥି ସହିତ ଅରଡ଼ପଲ୍ଲୀ ଓ ସାନ ଜରିଆ ପଂଚାୟତର ସ୍କୁଲ, ଜଗନ୍ନାଥ ସଂସ୍କୃତି ପ୍ରଚାରପ୍ରସାର ପାଇଁ ବିଭିନ୍ନ ଦେବାଦେବୀ ମନ୍ଦିର ଉନ୍ନତିକରଣ ଓ ଯୁବଶକ୍ତି ବିକାଶ ଯୁବବିକାଶ କେନ୍ଦ୍ର ଗୃହ, ମହିଳାଙ୍କ ବିକାଶ ପାଇଁ ମିଶନଶକ୍ତି ଗୃହ ଓ ସାମାଜିକ ଉତ୍ସବ ପାଇଁ ଗୋଷ୍ଠୀକେନ୍ଦ୍ରର ଶୁଭ ଶିଳାନ୍ୟାସ କରିଥିଲେ । ସମସ୍ତ ପ୍ରକଳ୍ପର ସଫଳ ରୂପାୟନ ସହ ନିର୍ଧାରିତ ସମୟରେ ଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ବିକଶିତ ସମୃଦ୍ଧ ଓ ସଶକ୍ତ ନୂତନ ଓଡିଶା ସ୍ୱପ୍ନକୁ ସାକାର କରିବାକୁ ନିବେଦନ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପଟ୍ଟାମୁଣ୍ଡାଇ ବିକାଶ ଗତିକୁ ଆହୁରି ତୀବ୍ର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ଧ୍ରୁବ ସାହୁଙ୍କୁ ପୁନଃର୍ବାର ନିର୍ବାଚିତ କରିବାକୁ ନିବେଦନ କରିଥିଲେ । ଏହି ସଭାରେ ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ବୈବ୍ରତ ବିଶ୍ୱାଳ, ଅରଡ଼ପଲ୍ଲୀ ସରପଂଚ ବୁଦ୍ଧରାମ ବେହେରା, ବ୍ଲକ ବିଜେଡି ଉପସଭାପତି ଅରକ୍ଷିତ ସାହୁ, ବ୍ଲକ ଯୁବବିଜେଡି ସଭାପତି କୈଳାଶ ସିଂହ, ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ସାନଜରିଆ ପଂଚାୟତ ବିଜେଡି ସଭାପତି ଅଜାମ୍ବର ପ୍ରଧାନ ପ୍ରମୁଖ ଭାଷଣ ଦେଇ ବିଜେଡି ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରାରମ୍ଭରେ ବିଧାୟକ ସାହୁ ଏକ ବିରାଟ ଶୋଭାଯାତ୍ରାରେ ଅରଡ଼ପଲ୍ଲୀ ପଂଚାୟତ ଓ ସାନଜରିଆ ପଂଚାୟତରେ ବିଭିନ୍ନ ପ୍ରକଳ୍ପ ଶୁଭ ଦେବା ପରେ ବିଧାୟକ ଅରଡ଼ପଲ୍ଲୀ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ ।


Next Post

ତାଳୁକ ଆଇନ ସେବା ସମିତି ତରଫରୁ ସାମ୍ବିଧାନିକ ଦିବସ ପାଳିତ

Mon Nov 27 , 2023
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତାଳୁକ ଆଇନ ସେବା ସମିତି ପକ୍ଷରୁ ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ରବିବାର ସାମ୍ବିଧାନିକ ଦିବସ ପାଳିତ ହୋଇଯାଇଛି । ତାଳୁକ ଆଇନ ସେବା ସମିତି ଅଧ୍ୟକ୍ଷା ସିନିୟର୍ ସିଭିଲ ଜଜ୍ ସୁଶ୍ରୀ ସଙ୍ଗୀତା ମଲ୍ଲିକ ଅଧ୍ୟକ୍ଷତା କରି ସମ୍ବିଧାନ ଓ ସାମ୍ବିଧାନିକ ଦିବସର ଗୁରତ୍ୱ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ଜନ ସାଧାରଣ କିପରି ତ୍ୱରିତ ନ୍ୟାୟ ପାଇପାରିବେ ଏବଂ ସାମ୍ବିଧାନିକ ବିଧି ବ୍ୟବସ୍ଥା […]

You May Like