ଡବ୍ଲ୍ୟୁ ଟି ଆଇ ପକ୍ଷରୁ କୁମ୍ଭୀର ଆକ୍ରମଣରେ ମୃତ ଓ ଆହତ ପରିବାରକୁ ଭେଟି ସର୍ଭେ



କେନ୍ଦ୍ରାପଡା : ୱାଇ୍ଲଡ଼ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ (ଡ଼ବ୍ଲ୍ୟ ଟି ଆଇ ) ପକ୍ଷରୁ ଗତ କିଛିଦିନ ହେବ ପଟ୍ଟାମୁଣ୍ଡାଇ ବ୍ଲକରେ କୁମ୍ଭୀର ଆକ୍ରମଣରେ ମୃତ ଓ ଆହତ ସମ୍ପର୍କରେ ସର୍ଭେ କରାଯିବା ସହିତ ଏ ଦିଗରେ ସୁରକ୍ଷିତ ରହିବା ପାଇଁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ବୁଧବାର ଡ଼ ବିଶ୍ୱଜିତ ପଣ୍ଡାଙ୍କ ମାର୍ଗଦର୍ଶନ ଓ ଡ଼ବ୍ଲ୍ୟୁଟିଆଇ ପ୍ରକଳ୍ପ ମୁଖ୍ୟ ରୁତିକା ନାଥଙ୍କ ନେତୃତ୍ୱରେ ରାଜେଶ ମହାରଣା,କାହ୍ନା ନାୟକ ପ୍ରମୁଖ ପଟ୍ଟାମୁଣ୍ଡାଇ ବ୍ଲକର ପେଣ୍ଠପାଳ ପଂଚାୟତ କୂଳସାହି ଗ୍ରାମର ଅମୂଲ୍ୟ ଦାସ (ଟିକିଲି ବାବା ଓ ତରଡ଼ିପାଳ-ଘାଗରାଡିଆ ଗ୍ରାମର ଗଙ୍ଗାଧର ତରାଇଙ୍କ ପରିବାରକୁ ଭେଟି ସବିଶେଷ ତଥ୍ୟ ହାସଲ କରିଥିଲେ । କୁମ୍ଭୀର ଆକ୍ରମଣ ନେଇ ସର୍ଭେ କରି ଏହାର ସୁରକ୍ଷା ଓ ନିରାକରଣ ଉପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଦେବାର କାର୍ଯ୍ୟକ୍ରମ ରହିଛି । ଆଗାମୀ ଦିନରେ ପଟ୍ଟାମୁଣ୍ଡାଇ, ରାଜନଗର, ଆଳି, ରାଜକନିକା ଆଦି ଜିଲ୍ଲାର ବିଭିନ୍ନ ବ୍ଲକରେ ସର୍ଭେ ଓ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରକଳ୍ପ ମୁଖ୍ୟ ରୁତିକା ନାଥ ସୂଚନା ଦେଇଛନ୍ତି ।


Next Post

ନରସିଂହପୁର ପଂଚାୟତରେ ଆମ ବ୍ୟାଙ୍କ ଉଦଘାଟିତ

Wed Nov 29 , 2023
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଙ୍ଗଳବାର ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସେବାର ଆଭାସୀ ଜରିଆରେ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା  ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ପଂଚାୟତରେ ଆମ ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଯୋଗେ ଉଦଘାଟନ କରିଛନ୍ତି । ଏହି ଉଦଘାଟନ ଉତ୍ସବରେ ବ୍ଲକ ସହକାରୀ ନିର୍ବାହୀଯନ୍ତ୍ରୀ ରୋଜାଲିନ ମହାଳିକ, ନରସିଂହପୁର ପୁର ସରପଂଚ ଦିପ୍ତିମୟୀ ପରିଡା, ପି ଇ ଓ ଶ୍ରୀଚରଣ […]

You May Like