
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଙ୍ଗଳବାର ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସେବାର ଆଭାସୀ ଜରିଆରେ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ପଂଚାୟତରେ ଆମ ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଯୋଗେ ଉଦଘାଟନ କରିଛନ୍ତି । ଏହି ଉଦଘାଟନ ଉତ୍ସବରେ ବ୍ଲକ ସହକାରୀ ନିର୍ବାହୀଯନ୍ତ୍ରୀ ରୋଜାଲିନ ମହାଳିକ, ନରସିଂହପୁର ପୁର ସରପଂଚ ଦିପ୍ତିମୟୀ ପରିଡା, ପି ଇ ଓ ଶ୍ରୀଚରଣ ବାରିକ, ବ୍ୟାଙ୍କ କାର୍ଯ୍ୟନିର୍ବାହୀ ମନୋଜ ସାମଲ ସତ୍ୟବ୍ରତ ସାହୁ, ସୁଶୀଲ ପରିଡା, ବନୋଜ ପଣ୍ଡା, ସୁନୀଲ ପରିଡା, ତପ ରଂଜନ ବେହେରା, ଗୁନା ସାମଲଙ୍କ ସମେତ ୱାର୍ଡ ମେମ୍ବର,ସିଏଚଓଏମବିକେ ଆଶା ଓ ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ ।











