ପଟ୍ଟାମୁଣ୍ଡାଇ ଏସ ଆଇ ପି ଟି ରେ ଯୁବବିକାଶ କାର୍ଯ୍ୟକ୍ରମ



ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ନୂଆ -ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଓଡିଶାର ଏକମାତ୍ର ପାଣି ପାଇପ କାରିଗର ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସ ଆଇ ପି ଟି )ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପକ୍ଷରୁ ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ଶିଳ୍ପ ତାଲିମ କେନ୍ଦ୍ର ଅଧ୍ୟକ୍ଷ ସଂଜୀବ କୁମାର ରାୟସିଂହଙ୍କ ପୌରହିତ୍ୟରେ ସ୍ଥାନୀୟ ଏମଏନ ହାଇସ୍କୁଲ ଖେଳ ପଡିଆରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ. ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଯୁବଶକ୍ତି ଦେଶ ପ୍ରଗତିର କର୍ଣ୍ଣଧାର । ପ୍ରତିକୂଳ ପରିବେଶରେ ସକାରାତ୍ମକ ଭାବନା ନେଇ ଆଗକୁ ବଢି ଦେଶ ପ୍ରଗତିରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସେମାନଙ୍କ କର୍ତବ୍ୟ ବୋଲି କହିବା ସଙ୍ଗେ ସଙ୍ଗେ ଅସମ୍ଭବ କାର୍ଯ୍ୟ ଯୁବଶକ୍ତି ନିକଟରେ ହିଁ କେବଳ ସମ୍ଭବ ହୋଇଥାଏ । ନିଜକୁ ଚିହ୍ନି ଲକ୍ଷ୍ୟ ଓ ସାଧନା ପଥକୁ ଆଗେଇ ନେବା ସେତେ ସହଜ ନହେଲେ ମଧ୍ୟ ଏହା ଯୁବଶକ୍ତିଙ୍କ ନିକଟରେ ସଫଳ ରୂପାୟନ ହୋଇଥାଏ । ଏହାଦ୍ୱାରା ନିଜ ମାଟି ମାଆ ,ଶିକ୍ଷାନୁଷ୍ଠାନ ଓ ଦେଶ ପ୍ରଗତିରେ ସହାୟକ ହେବା ସହ ଉତରପିଢି ପାଇଁ ସୁନ୍ଦର ପଥ ଛାଡିଯାଇଥାଏ ବୋଲି କହିଥିଲେ । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ଯୋଗଦେଇ କହିଥିଲେ ସମସ୍ତ ପ୍ରାଚୁର୍ଯ୍ୟରେ ଭରପୁର ଓଡିଶାର ଯୁବଶକ୍ତି ପ୍ରକୃତ ଶକ୍ତି ହୋଇଥିବାରୁ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ନୂଆ ଓଡିଶା ଗଠନ ସମ୍ଭବ ହୋଇପାରିବ ବୋଲି ମତପ୍ରକାଶ କରି ରାଜ୍ୟରପ୍ରଶିକ୍ଷିତ ଯୁବଶକ୍ତିଙ୍କୁ ଚିହ୍ନଟ କରିବା ପାଇଁ ୩୮୫କୋଟି ଟଙ୍କା ବ୍ୟୟ ବରାଦ କରିଥିବା ସୂଚନା ଦେଇଥିଲେ । ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଘନଶ୍ୟାମ ସା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳ ଶିକ୍ଷକ ଜଗନ୍ନାଥ ବାରିକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରାୟ ୩୦୦ ବାଳିକା/ବାଳକ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading