ତୁଳସୀକ୍ଷେତ୍ର ପଣ୍ଡିତସଭାର ଚତୁର୍ଦ୍ଦଶ ଅଧିବେଶନ



କେନ୍ଦ୍ରାପଡା,୧୩ା୮:କେନ୍ଦ୍ରାପଡା ତୁଳସୀକ୍ଷେତ୍ର ପଣ୍ଡିତ ସଭାର ଚତୁର୍ଦ୍ଦଶ ଅଧିବେଶନ ଇଚ୍ଛାପୁର ସ୍ଥିତ ସିଦ୍ଧ ବଳଦେବଜୀୟୁ ମନ୍ଦିର ପରିସରରେ ବରିଷ୍ଠ ସଭ୍ୟ ପ୍ରବଚକ ଦାମୋଦର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଦିବଂଗତ ସଭାପତି ସ୍ୱର୍ଗତ ଧ୍ରୁବଚରଣ ପଣ୍ଡାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଂପାଦକ ପଣ୍ଡିତ ସତ୍ୟନାରାୟଣ ପତି ପୂବ ଅଧିବେଶନରେ ବୀବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ପଣ୍ଡିତ ମହେଶ୍ୱର ପାଣି ପୂର୍ବ ବ୍ରତୋପନୟନର ସମୀକ୍ଷା କରିଥିଲେ ଓ ପଣ୍ଡିତ ମାଧବଚନ୍ଦ୍ର ନୂତନ ସଭାପତି ତଥା କର୍ମକତ୍ତା ନିର୍ବାଚନ ନିମନ୍ତେ ପ୍ରସ୍ତାବ ରଖିଥିଲେ । ଆସନ୍ତା ସେପ୍ଟେମ୍ଭର ୧୪ ତାରିଖ ୧୧ ଘଟିକା ସମୟରେ ବଳଦେବ ମନ୍ଦିର ପରିସରରେ ଅଧିବେଶନରେ ନୂତନ କର୍ମକର୍ତ୍ତା ନିର୍ବାଚନ ହେବାକୁ ବୈଠକରେ ସର୍ବସମ୍ମତିକ୍ରମେ ସ୍ଥିର କରାଗଲା । ଉକ୍ତ ସଭାରେ ପଣ୍ଡିତ ହୃଷୀକେଶ ରଥ, ସୁବାଷ ଚନ୍ଦ୍ର ପାଣୀ, ପ୍ରଫୁଲ୍ଲ ପତି, ପ୍ରଭାକର ଆଚାର୍ଯ୍ୟ, ଗଣେଶ ମେକାପ, କୁଳମଣି ପଣ୍ଡା, ଅବଧୂତ ରାଉତ, କୈଳାଶ ଚନ୍ଦ୍ର ଦାଶ, ନୃସିଂହ ଚରଣ ପତି, ପ୍ରସନ୍ନଜିତ ପଣ୍ଡା, ଉମାଶଙ୍କର ପତି, କୃଷ୍ଣ ଚନ୍ଦ୍ର ମହାପାତ୍ର ଓ ହରିପ୍ରିୟା ଦାଶ ଉପସ୍ଥିତ ଥିଲେ । ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ପତି ବେଦପାଠ କରିଥିବା ବେଳେ ନୃସିଂହ ଚରଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ତୁଳସୀ ମହିଳା ମହାବିଦ୍ୟାଳୟରେ ଦଳୀୟ ସଭା ପରିଣତ କରିବା ବିରୁଦ୍ଧରେ ପ୍ରତିବାଦ

Wed Aug 13 , 2025
କେନ୍ଦ୍ରାପଡା,୧୨ା୮:ଆଜି  କେନ୍ଦ୍ରାପଡା ଜିଲ୍ଲା ବିଜୁଜନତା ଦଳର ସଭାପତି ଶିବ ପ୍ରସାଦ ଭଳ ଏକ ପ୍ରତିନିଧି ମଣ୍ଡଳି ତୁଳସୀ ମହିଳା ମହାବିଦ୍ୟାଳୟର ସଭାପତି ତଥା କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ନବ କିଶୋର ଜେନାକୁ ସାକ୍ଷାତ କରି ମହିଳା ବିଦ୍ୟାଳୟର ଏକ ସଭାକୁ ଦଳୀୟ ସଭାରେ ପରିଣତ କରିବା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଗତ ୧୦ ତାରିଖରେ ମହିଳା ମହାବିଦ୍ୟାଳୟରେ ଏକ ବାର୍ଷିକ ଉତ୍ସବ ସହିତ ରାଜ୍ୟ […]

KANIKA