କଷଣଅଣ୍ଟାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଓ ପରିବେଶ ସଚେତନତା


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ କଷଣଅଂଟା ହାଇସ୍କୁଲ ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହେବା ସହିତ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସାମ୍ପ୍ରତିକ ସ୍ଥିତିରେ ପରିବେଶ ସୁରକ୍ଷାର ଅପରିହାର୍ଯ୍ୟ ଆବଶ୍ୟକତା ରହିଥିବାରୁ ସବୁ ସ୍ତରରେ ସଚେତନତା ସୃଷ୍ଟି କରାଯିବା ଉପରେ ଗୁରୁତ୍ୱଆରୋପ କରିବା ସହିତ ଭିନ୍ନକ୍ଷମ ମାନେ ସବୁ କ୍ଷେତ୍ରରେ ସକ୍ଷମ ହେଲେ ସଶକ୍ତ ସମୃଦ୍ଧଶାଳୀ ଦେଶ ଗଠନ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ କଣ୍ଡୁରୀ ଚରଣ ସ୍ୱାଇଁ ମୁଖ୍ୟବକ୍ତା,ବି ଆର ସି ସି ଚନ୍ଦ୍ରଶେଖର ତ୍ରିପାଠୀ, ଏବିଇଓ ପ୍ରେମବାଳା ମହାପାତ୍ର ଓ ସୁନୀତି ଦାଶ, କଷଣଅଂଟା ହାଇସ୍କୁଲ ପ୍ରଧାନଶିକ୍ଷକ କବି ସଚିତ୍ର ବେହୁରା, ବନ୍ଧସାହି ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶରତ ଦାଶ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଭିନ୍ନକ୍ଷମମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ଦେଶ ବିକାଶର ସ୍ୱପ୍ନ ସାକାର ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଶିକ୍ଷକନେତା ମଳୟ କୁମାର ଜେନାଙ୍କ ସଂଯୋଜନାରେ ଆୟୋଜିତ ସଭାରେ ପୂର୍ବତନ ସି ଆର ସି ସି ଅନ୍ତର୍ଯ୍ୟାମୀ ବେଜ, ପ୍ରଦୀପ ତରାଇ, ଦିଲ୍ଲୀପ ପଢିହାରୀ, ସଞ୍ଜୟ ସାହୁ, ଅରବିନ୍ଦ ବଳ ପ୍ରମୁଖ ଭାଷଣ ଦେଇଥିଲେ । ବ୍ଲକ ବି ଆର ପି ବ୍ରଜ କିଶୋର ଦାସ ସ୍ୱାଗତଭାଷଣ ଓ ଅନ୍ୟତମ ବି ଆର ପି ଜୁଲାଦିନ ସେଠୀ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ସି ଆର ସି ସି ରଂଜନ ସାହୁ ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ବ୍ଲକର ବିଭିନ୍ନ ସ୍କୁଲର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ଚିତ୍ରାଙ୍କନ, ସଂଗୀତ ଓ ମ୍ୟୁଜିକ ଚେୟାର ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।


Next Post

ମା ସାତଭଉଣୀ ପୀଠରୁ ଚୋରୀ , ଥାନାରେ ଏତଲା, ପୋଲିସ ତଦନ୍ତ ଜାରି

Sun Dec 3 , 2023
ପଟ୍ଟାମୁଣ୍ଡାଇ ୩.୧୨ -ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଂଚାୟତର ମା ସାତ ଭଉଣୀ ପୀଠରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି । ଚୋରମାନେ ମନ୍ଦିର କବାଟ ଭାଙ୍ଗି ଭିତରେ ପଶି ଲକ୍ଷାଧିକ ଟଙ୍କାର ଗହଣା ସହ ଠାକୁରଙ୍କ ହୁଣ୍ଡୀ ବାକ୍ସରେ ଥିବା ଟଙ୍କା ଲୁଟି ନେଇଛନ୍ତି । ଏନେଇ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।   ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇ […]

KANIKA