
ଭୁବନେଶ୍ୱରରେ ଲୁଟିଆଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜଣେ ଯାତ୍ରୀଙ୍କୁ ନିଶା ଦେଇ ଲୁଟପାଟ କରିବା ପରେ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଏକ ଜଙ୍ଗଲିଆ ସ୍ଥାନରେ ଛାଡିଦବା ଘଟଣା ରବିବାର ସଂନ୍ଧ୍ୟା ସମୟରେ ନିଜ ଗାଁରେ ପହଁଚି ଘଟଣା ସମ୍ପର୍କରେ କହି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବଡମୁଳବସନ୍ତ ଅଂଚଳର ପିତାମ୍ବର ରାଉତ ଗାଡି ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ସେ ଶନିବାର ରାତିରେ ଭୁବନେଶ୍ୱର ମଂଚେଶ୍ୱର ଠାରେ ଗାଡି ଜିମାଦେଇ ନିଜ ଗାଁକୁ ଯିବା ଲାଗି ବସ ଅପେକ୍ଷାରେ ଥିଲେ । ଏହି ସମୟରେ ଜଣେ ଅଟୋ ଚାଳକ ପିତାମ୍ବରଙ୍କୁ କୁଆଡେ ଯିବ ବୋଲି ପଚାରି ଆମେ ଆଳି ଯିବୁ ଅଟୋରେ ନେଇ ଛାଡ଼ି ଦେବୁ କହି ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ କଥାରେ ପିତାମ୍ବର ରାଜି ହୋଇଯିବାରୁ ନିଜର ଜିନିଷ ପତ୍ର ସହିତ ଅଟୋରେ ବସିଥିଲେ । କିଛି ବାଟ ଗଲା ପରେ ସେମାନେ ରାସ୍ତାର ଏକ ଚା ଦୋକାନରେ ନିଶା ଦେଇ ପିତାମ୍ବରଙ୍କ ପାଖରେ ଥିବା ଟଙ୍କା ବ୍ୟାଗ ନେବା ପରେ ଏକ ଜଙ୍ଗଲିଆ ଜାଗାରେ ଛାଡି ଦେଇ ଚାଲିଯାଇଥିଲେ । ସେ ନିଶାସକ୍ତ ଅବସ୍ଥାରେ ପରିବାର ଲୋକଙ୍କୁ ଫୋନକରି ସମସ୍ତ ଘଠଣା ଜଣାଉଥିବା ବେଳେ ଫୋନ ଚାଲୁରଖୀ ଅଚେତ ହୋଇପଡିଥିଲେ । ପରିବାର ଲୋକେ ଓ ଗ୍ରାମର କିଛି ଲୋକ ଫୋନ କଲ ଥିବା ଅବସ୍ଥାରେ ପଟ୍ଟାମୁଣ୍ଡାଇ ଥାନାରେ ପହଁଚି ଘଟଣା ବାବଦରେ ଜଣାଇଥିଲେ । ପଟ୍ଟାମୁଣ୍ଡାଇ ପୋଲିସ ଫୋନ ଟ୍ୟାଗ କଲାପରେ ସେ ଭୁବନେଶ୍ୱର-କଟକ ରାସ୍ତରେ ଥିବା ଜାଣିବାକୁ ପାଇଥିଲେ । ପରିବାର ଲୋକେ ଏକ ଗାଡିକରି ଖୋଜାଖୋଜି କରିଥିଲେ ମଧ୍ୟ ପିତାମ୍ବରଙ୍କୁ ପାଇ ନଥିଲେ । ମାତ୍ର ଆଜି ସଂନ୍ଧ୍ୟାରେ ସେ ମୁଳବସନ୍ତ ବଜାରରେ ନିଶାସକ୍ତ ଅବସ୍ଥାରେ ପହଂଚି ଥିଲେ । ତାଙ୍କୁ ପରିବାର ଲୋକେ ପଟ୍ଟାମୁଣ୍ଡାଇ ଉପଖଣ୍ଡଚିକିତ୍ସାଳୟରେ ଭର୍ତି କରିଛନ୍ତି । ସେ ସୁସ୍ଥ ହେବା ପରେ ଘଟଣା ସମ୍ପର୍କରେ ବିସ୍ତୃତ ଜଣାପଡିବ ବୋଲି ବଡମୁଳୁବସନ୍ତ ସରପଂଚ କହିଛନ୍ତି ।











