ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସମ୍ମିଳନୀ

ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସମ୍ମିଳନୀ

ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ କର୍ମୀ ସମ୍ମିଳନୀ ସ୍ଥାନୀୟ ଆଶୁତୋଷ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ସମ୍ମିଳନୀରେ ରାଜନଗର ନିର୍ବାଚନମଣ୍ଡଳୀ ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି, ଦୁର୍ନୀତି ଭ୍ରଷ୍ଟାଚାର ନେଇ କଡା ସମାଲୋଚନା କରିବା ସହିତ ପି ସି ସି ସଭାପତି ଶରତ ପଟ୍ଟନାୟକଙ୍କ କେନ୍ଦ୍ରାପଡ଼ା ଗସ୍ତ ସଫଳ କରିବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏଥି ସହିତ ସଂଗଠନକୁ ମଜଭୁତ କରି ବିଜେଡି ଭାଜପାକୁ ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ । ଏହି ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ ଦାସ, ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ମଳୟ ଦାସ, ଉପସଭାପତି ବିରଂଚି ନାରାୟଣ ଦାଶ, ନଗର କଂଗ୍ରେସ ଉପସଭାପତି ଅବିନାଶ ଲେଙ୍କା ଓ ସନାତନ ବିଶ୍ୱାଳ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ବେହେରା, ବରିଷ୍ଠନେତା ରମାକାନ୍ତ ଦାଶ, କାଉନସିଲର ସମ୍ରାଟ ଜେନା ଓ ମଳୟ ଓଝା, ପୂର୍ବତନ କାଉନସିଲର ହିରଣ୍ୟ ରାଉତ, ଏସ କେ ଅମରୁଲ ଓ ମାଳତୀ ପାତ୍ର, ଯୁବନେତା ତପନ ପାତ୍ର, ସରପଂଚ ନରେଶ ମଳିକ, ବ୍ରଜବନ୍ଧୁ ଦାଶ, ମନୋଜ ନାୟକ, ମନୋରଞ୍ଜନ କର, ସୁନାମଣି ଦାଶ , ଓଁକାର ମହାନ୍ତି, ରଶ୍ମିରେଖା ପାତ୍ର, ସୁଚିତ୍ରା ବିଶ୍ୱାଳ, ସଞ୍ଜୟ ପଣ୍ଡା, ଦେବାଶିଷ ମହାନ୍ତି ଗୋବିନ୍ଦ ସେଠୀ, ଦିବ୍ୟକାନ୍ତ ବିଶ୍ୱାଳ, ଅଜୟ ମଲିଜ ପ୍ରମୁଖ ଭାଷଣ ଦେଇ ନଗର ଓ ବ୍ଲକ କଂଗ୍ରେସ ସଂଗଠନକୁ ମଜଭୁତ କରି ବିଜେଡି ଓ ବିଜେପିକୁ ଠିକଣା ଜବାବ ଦେବାକୁ କର୍ମୀମାନଙ୍କୁ ନିବେଦନ କରିଥିଲେ । ଏହି ସମ୍ମିଳନୀରେ ପଟ୍ଟାମୁଣ୍ଡାଇ ନଗରର ବିଭିନ୍ନ ୱାର୍ଡରୁ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।