ପାନୀୟଜଳ ଯୋଗାଣ ଏକକ ଦକ୍ଷତା ବିକାଶ ତାଲିମ ଚୟନ


ପଟ୍ଟାମୁଣ୍ଡାଇ ତା ୭/୧୨-ରାଜ୍ୟ ସରକାର ମେଗା ପାନୀୟଜଳ ପ୍ରକଳ୍ପ ମାନଙ୍କରେ ତାଲିମପ୍ରାପ୍ତ ଟେକ୍ନିସିଆନ ନିଯୁକ୍ତି ପାଇଁ  ଓରମାସ,, ଗ୍ରାମ୍ୟଜଳ ଯୋଗାଣ ଓ ପରିମଳ ଏବଂ ବସୁଧା ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକରେ ଏକକ ଦକ୍ଷତା ବିକାଶ ତାଲିମ ପାଇଁ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଜଳଯୋଗାଣ ବିଭାଗ କନିଷ୍ଠଯନ୍ତ୍ରୀ ବିଶ୍ୱଜିତ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗ୍ରାମାଞ୍ଚଳର ୧୮-୩୫ବର୍ଷ ଯୁବକ ଯୁବତୀ ମାନେ ମାଗଣାରେ ୬୭ଦିନ ତାଲିମ ଗ୍ରହଣ କରି ନିଜକୁ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପରେ ନିୟୋଜିତ କରିପାରିବେ ବୋଲି ପ୍ରକାଶ କରି ବେକାର ଯୁବକ ଯୁବତୀମାନେ ଏହାର ଭରପୁର ଫାଇଦା ଉଠାଇବାକୁ ପରାମର୍ଶ ଦେଇଥିଲେ । ଓରମାସ ଜିଲ୍ଲା ସଂଯୋଜକ ବିଜୟ ଜେନା, ପଟ୍ଟାମୁଣ୍ଡାଇ ଗ୍ରାମ୍ୟଜଳଯୋଗାଣ ଓ ପରିମଳ ବିଭାଗ ସହନିର୍ବାହୀଯନ୍ତ୍ରୀ ଇଂ ରଞ୍ଜନ କୁମାର ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ I ଏଥିରେ ବହୁ ବେକାର ଯୁବକ ଯୁବତୀ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading