ଉଷା ଦେବୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଉଷା ଦେବୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଯୁବ ରେଡ଼କ୍ରସ ଓ ରେଡରିବନ କ୍ଲବ ପକ୍ଷରୁ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଅଧକ୍ଷା ସଲୀଳା ବାରିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ବକ୍ତୃତା, ପ୍ରବନ୍ଧ, ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଏଡ଼ସ ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଯୁବ ରେଡକ୍ରସ କାଉନସେଲର ବିଜୟଲଷ୍ମୀ ସ୍ୱାଇଁଙ୍କ ନେତୃତ୍ୱରେ ଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ଦେଇ ପ୍ଲାକାର୍ଡ ଧରି ଅଣ୍ଢରା ଠାରୁ ବଲୁରିଆ ପର୍ଯ୍ୟନ୍ତ ଯାଇ ଜନସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ମଞ୍ଜୁଶ୍ରୀ ଜେନା, ସସ୍ମିତା ମହାରଣା, କବିତା ପାତ୍ର ଓ ଅଳକା ଦାସ ପରିଚାଳନା କରିଥିଲେ ।


Next Post

ଲୋକଙ୍କ କାମରେ ଲାଗୁନି ପୌର ପରିଷଦର ସର୍ବସାଧାରଣ ଗୋଷ୍ଠୀ ଶୌଚାଳୟ

Sat Dec 9 , 2023
ସର୍ବସାଧାରଣ ଶୌଚାଳୟର ବାହାରେ ତାଲା  ଇକୋ ଟଏଲେଟ ନିର୍ମାଣ ପରେ ମଧ୍ୟ ତାଲା ଖୋଲା ହେଉନି ପୌର ପରିଷଦର ସ୍ୱଛ ଭାରତ ମିଶନ ଫେଲ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପାଳିକାରେ ସ୍ୱଛ ଭାରତ ମିଶନ କିଭଳି ସଫଳ ହେବ ସେଥିପାଇଁ ସରକାରୀ ତହବିଲରୁ ଅର୍ଥ ବ୍ୟୟବରାଦ କରାଯାଇ ସର୍ବସାଧାରଣ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ, ଇକୋ ଶୌଚାଳୟ ଆଦି ବହୁ ପ୍ରକଳ୍ପ ହାତକୁ ନିଆଯାଇଛି । ସେଥିମଧ୍ୟରୁ ସର୍ବସାଧାରଣ ଶୌଚାଳୟ, ଗୋଷ୍ଠୀ […]

KANIKA