ଉଷା ଦେବୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଉଷା ଦେବୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଯୁବ ରେଡ଼କ୍ରସ ଓ ରେଡରିବନ କ୍ଲବ ପକ୍ଷରୁ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଅଧକ୍ଷା ସଲୀଳା ବାରିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ବକ୍ତୃତା, ପ୍ରବନ୍ଧ, ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଏଡ଼ସ ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଯୁବ ରେଡକ୍ରସ କାଉନସେଲର ବିଜୟଲଷ୍ମୀ ସ୍ୱାଇଁଙ୍କ ନେତୃତ୍ୱରେ ଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ଦେଇ ପ୍ଲାକାର୍ଡ ଧରି ଅଣ୍ଢରା ଠାରୁ ବଲୁରିଆ ପର୍ଯ୍ୟନ୍ତ ଯାଇ ଜନସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ମଞ୍ଜୁଶ୍ରୀ ଜେନା, ସସ୍ମିତା ମହାରଣା, କବିତା ପାତ୍ର ଓ ଅଳକା ଦାସ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading