ଉର୍ଦ୍ଦୁ ପାଠାଗାରରେ ଉର୍ଦ୍ଦୁ ଶିକ୍ଷକ ତାଲିମ ଶିବିର ଉଦଯାପିତ



କେନ୍ଦ୍ରାପଡ଼ା, ୧୪ା୧୨ : ଓଡିଶା ଉର୍ଦ୍ଦୁ ଏକାଡେମୀ ଆନୁକୂଲ୍ୟରେ ଅନୁଷ୍ଠିତ ତିନି ଦିନିଆ ଉର୍ଦ୍ଦୁ ଶିକ୍ଷକ ତାଲିମ ଶିବିର ସ୍ଥାନୀୟ ଉର୍ଦ୍ଦୁ ପାଠାଗାର ପରିସରରେ ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଏହି ତାଲିମ ଶିବିରକୁ ପୈାରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ଏଥିରେ ୯୦ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ । ଓଡିଶା ବାହାରୁ ଆସିଥିବା ଦକ୍ଷ ସାଧନା କର୍ମୀ ମିଶ୍ୱହା ଅଞ୍ଜୀମ ଓ ମୋଇଜ୍ଜ୍‌ଙ୍କ ସମେତ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡକ୍ଟର ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା ଏବଂ ଜିଲ୍ଲା ସାଧନକର୍ମୀ ମହମ୍ମଦ ଅସଗର ଅଲ୍ଲୀ ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ଉର୍ଦ୍ଦୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଉର୍ଦ୍ଦୁ ଶିକ୍ଷା ସହିତ ଅତ୍ୟାଧୁନିକ ଜ୍ଞାନ କୈାଶଳର ଉପଯୋଗ କରି କିପରି କୁନି କୁନି ପିଲାମାନଙ୍କୁ ଶିକ୍ଷାଦାନ କରାଯାଇପାରିବ ଏବଂ ଭାଷା ଜ୍ଞାନର ମୈାଳିକ କୈାଶଳ ହାସଲ କରିବେ ସେ ସମ୍ପର୍କରେ ଧାରଣା ଦେଇଥିଲେ । ଡଃ. ବ୍ରହ୍ମା ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ କାର୍ଯ୍ୟ ମାଧ୍ୟମରେ ଶିକ୍ଷାର ଉପଯୋଗୀତା ଏବଂ ଉର୍ଦ୍ଦୁ ଭାଷାରେ ମୈାଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ । ଓଡିଶା ବାହାରୁ ଆସିଥିବା ସାଧନକର୍ମୀମାନେ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଆନନ୍ଦଦାୟୀ ଶିକ୍ଷା ଓ ଶିକ୍ଷାଦାନରେ ଉପକରଣର ଉପଯୋଗୀତା ବିଷୟରେ ବିଶେଷ ଧାରଣା ଦେଇଥିଲେ । ଉଦଯାପନୀ ଉତ୍ସବରେ ପୈାରପାଳିକାର ଉପାଧ୍ୟକ୍ଷା ଆକବରୀ ଖାତୁନ ମୁଖ୍ୟଅତିଥି ଏବଂ ଉର୍ଦ୍ଦୁ ପାଠାଗାରର ଉପାଧ୍ୟକ୍ଷ ମହମ୍ମଦ ବଦ୍ରୁଜ ଜମାନ, ରାଜ୍ୟ ଉର୍ଦ୍ଦୁ ଏକାଡେମୀର ସମ୍ପାଦକ ମୁସିର ଆଲମ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । କେନ୍ଦ୍ରାପଡାର ସାଧନ କେନ୍ଦ୍ର ସଂଯୋଜକ ଅଚ୍ୟୁତାନନ୍ଦ ସାମଲ, ମହମ୍ମଦ ଗୟାସୁଦ୍ଦିନ, କିଶୋର ଚନ୍ଦ୍ର ଜେନା ପ୍ରମୁଖ କାର୍ଯୟକ୍ରମ ପରିଚାଳନା କରିଥିଲେ । ଉର୍ଦ୍ଦୁ ଶିକ୍ଷକ ମୀର ଅକ୍ତର ଅଲ୍ଲୀ, ସେଖ୍ ବର୍କତୁଲ୍ଲା, ସାୟେଦା ସୁହେଲ ଅକ୍ତର, ସେକ ମନ୍ସୁର ଅଲ୍ଲୀ, ମହମ୍ମଦ ଖଲିଲୁର, ମହମ୍ମଦ ଜାହାଙ୍ଗିର, ମହମ୍ମଦ ଫାରୁକ, ସେକ ଲିଆକତ, ସେକ ଫକିରୁଦ୍ଦିନ, ମିର ମହମ୍ମଦ ତବ୍ରେଜ, ମୀର ଅମିରୁଳହା, ମହମ୍ମଦ ଇବ୍ରାହିମ, ମିର ରୁଜୁଆନ ପ୍ରମୁଖ ସାଧନକର୍ମୀମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲେ ।


Next Post

କଳାବ୍ୟାଜ ପିନ୍ଧିଲେ ଅଗ୍ନିଶମ କର୍ମଚାରୀ

Thu Dec 14 , 2023
କେନ୍ଦ୍ରାପଡ଼ା, ୧୪ା୧୨ : ଦୁଇଦଫା ଦାବି ନେଇ ତିନିଦିନ ହେବ ଓଡିଶା ଅଗ୍ନିଶମ ସେବା କର୍ମଚାରୀ କଳାବ୍ୟାଜ୍ ପରିଧାନ କରି କାର୍ଯ୍ୟନିର୍ବାହ କରୁଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ଥିବା ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ମଧ୍ୟ କଳାବ୍ୟାଜ ପରିଧାନ କରି କାର୍ଯ୍ୟରତ ଅଛନ୍ତି । କର୍ମଚାରୀମାନେ ଦାବି କରିଛନ୍ତି ଯେ ପୋଲିସ ବିଭାଗର ହାବିଲଦାର, କନେଷ୍ଟବଳଙ୍କ ପରି ସମାନ ପରୀକ୍ଷା ଦେଇ ଆଗ୍ନିକ ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ସେମାନଙ୍କ ଦରମାରେ […]

KANIKA