ପଟ୍ଟାମୁଣ୍ଡାଇ କଲେଜ କ୍ରୀଡା ପ୍ରତିଯୋଗିତା



ପଟ୍ଟାମୁଣ୍ଡାଇ କଲେଜ କ୍ରୀଡା ସଂସଦ ପକ୍ଷରୁ ରାଜ୍ୟ ସରକାରଙ୍କ ନୂଆ -ଓ ଯୋଜନାରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା କରାଯାଇଥିଲା । ଦୁଇ ଦିନ ଧରି ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାକୁ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଉଦଘାଟନ କରିଥିଲେ । ଏଥିରେ ୧୩ନଂ କାଉନସିଲର ଲାସ୍ୟମୟୀ ସାହୁ,ନୂଆ -ଓ ନୋଡାଲ ଅଫିସର ପ୍ରାଧ୍ୟାପକ ଡ଼ ରମେଶ ସାହୁ, କ୍ରୀଡା ବିଭାଗ ନୋଡାଲ ଅଫିସର କ୍ୟାପଟେନ ମନୋଜ ପରିଡା, ଅଧ୍ୟାପକ ଶ୍ରୀମନ୍ତ ଜେନା, ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନ ପ୍ରମୁଖ ଯୋଗ ଦେଇ କ୍ରୀଡାର ଗୁରୁତ୍ୱ ଓ ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ସଟପୁଟ, ଡ଼ିସକସ,ଜ୍ୟାଭେଲିନ, ଲମ୍ବ ଡିଆଁ,ଉଚ୍ଚ ଡିଆଁ ଓ ମ୍ୟୁଜିକ ଚେୟାର ଆଦି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । +୩ ବାଳିକା ବିଭାଗରେ କୁନମୁନ ସାହୁ, ସସ୍ମିତା ପରିଡା, ବାଳକ ବିଭାଗରେ ଦୁଷ୍ମନ୍ତ ନାୟକ +୨ବାଳିକା ବିଭାଗରେ ରୁପାଲି ତରାଇ ଓ ବାଳକ ବିଭାଗରେ ଆୟୁଷକାନ୍ତ ନାୟକ ଚାମ୍ପିଯାନ ହୋଇଥିଲେ । କ୍ରୀଡା ଶିକ୍ଷକ ସ୍ମୃତି ରଞ୍ଜନ ସାମନ୍ତରାୟଙ୍କ ନେତୃତ୍ୱରେ ଆୟୋଜିତ କ୍ରୀଡା ପ୍ରତିଯୋଗିତାକୁ ପ୍ରାଧ୍ୟାପକ ଡ଼ ଦୁଃଶାସନ ପରିଡା, ରଂଜିତ ସେନାପତି, ପ୍ରମୋଦ ସ୍ୱାଇଁ, ଡ଼ ଅଞ୍ଜଳି ଦାଶ,ଅମୀୟ ଦାସ,ଅଧ୍ୟାପକ ଡ଼ ମାନସ ନାୟକ ରଞ୍ଜନ ଗାହାଣ, ଅରବିନ୍ଦ ପାଣ୍ଡଵ ପରିଚାଳନା କରିଥିବାବେଳେ ଅଧ୍ୟାପିକା ସରୋଜିନୀ ମିଶ୍ର, ଡ଼ ନିବେଦିତା ପ୍ରଧାନ,ଶୁଭଶ୍ରୀ ପୋଥାଳ, ସୀମାଙ୍ଗିନୀ ଦାସ, ନିବେଦିତା ନାୟକ, ରଶ୍ମିତା ପାଣିଗ୍ରାହୀ, ଆର ଏଲ ମଧୁସ୍ମିତା ପରିଡା, ଶୁଭଲଷ୍ମୀ ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ ।


Next Post

ଭି କେ ପାଣ୍ଡିଆନଙ୍କ ଗ୍ରସ୍ତ ପାଇଁ ପୂର୍ତ ବିଭାଗର ମନେ ପଡିଲା ରାସ୍ତା ମରାମତି : କେରଡାଗଡ-ଗୋପାଳପୁର ରାସ୍ତା ବିଭାଗ ପାଇଁ ଲେଉଟିଆ କିଆରୀ

Mon Dec 18 , 2023
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କେରଡାଗଡ-ଗୋପାଳପୁର ପୂର୍ତ ବିଭାଗ ରାସ୍ତା ବିଭାଗ ପାଇଁ ଲେଉଟିଆ କିଆରୀ ପାଲଟିଥିବା ଅଭିଯୋଗ ହେଉଛି । ସାନବଡଗୋପାଳପୁର ବଜାରଠାରୁ କେରଡାଗଡ ପର୍ଯ୍ୟନ୍ତ ୭ କିଲୋମିଟର ରାସ୍ତାରେ ଅନେକ ସ୍ଥାନରେ ପିଚୁ ଉଠିଯିବା ସହ ରାସ୍ତା ଦବି ଯାଇଛି । ଏହି ରାସ୍ତାରେ ଗାଢ ସୃଷ୍ଟି ହୋଇ ବାଇକ ଆରୋହୀଙ୍କ ପାଇଁ ମରଣଯନ୍ତା ପାଲଟିଛି । ରାସ୍ତାର ଦୁଇପାଶ୍ୱର୍ରେ ଘାସ ଓ ଲତା ପିଚୁ ପର୍ଯ୍ୟନ୍ତ […]

KANIKA