କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ପକ୍ଷରୁ ସାମାଜିକ କଲ୍ୟାଣ ଓ ସଡ଼କ ଦୁର୍ଘଟଣା ରୋକିବା ଦିଗରେ ଯୁବବର୍ଗଙ୍କୁ ସଚେତନତା କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ-ଓ ଯୋଜନାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଉଦଘାଟନ କରିଥିଲେ । ନୂଆ-ଓ ନୋଡାଲ ଅଫିସର ପ୍ରାଧ୍ୟାପକ ଡ଼ ରମେଶ କୁମାର ସାହୁ ଓ ସମାଜକଲ୍ୟାଣ +୩ ନୋଡାଲ ଅଫିସର ପ୍ରାଧ୍ୟାପକ ବୈକୁଣ୍ଠ ରାଉଳ ଓ +୨ ନୋଡାଲ ଅଫିସର ଅଧ୍ୟାପକ ନିର୍ମଳ ସାହୁଙ୍କ ନେତୃତ୍ୱରେ ଆୟୋଜିତ ସଡ଼କ ସୁରକ୍ଷା ସଚେତନତା ଅଭିଯାନରେ କଲେଜ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ପ୍ଲା କାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ସ୍ଥାନୀୟ ଅଂଚଳ ପରିକ୍ରମା କରିବା ସହିତ ସଡ଼କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ୟାପଟେନ ମନୋଜ ପରିଡା, ପ୍ରାଧ୍ୟାପକ ରଂଜିତ ସେନାପତି, ଡ଼ ପ୍ରେମ ଲତା ରାଉତ, ପ୍ରମୋଦ ସ୍ୱାଇଁ, ଅମୀୟ ଦାସ, ରଞ୍ଜନ ବେହୁରା , ଡ଼ ଫକୀର ପ୍ରଧାନ, ସରୋଜ ନାୟକ ପରିଚାଳନା କରିଥିବାବେଳେ ଅଧ୍ୟାପକ ଜିତେନ୍ଦ୍ର ମଲ୍ଲିକ, ରଞ୍ଜନ ବେହେରା, ସୁଭାଶିଷ ମିଶ୍ର ଅଧ୍ୟାପିକା ଡ଼ ଲଷ୍ମୀପ୍ରିୟା ପାତ୍ର ମଧୁସ୍ମିତା ପରିଡା, ଶୁଭଲଷ୍ମୀ ପ୍ରଧାନ, ଶୁଭଶ୍ରୀ ପୋଥାଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
kanikanews.in
Next Post
ବଡପଡା କଲେଜରେ ନୂଆ-ଓ କାର୍ଯ୍ୟକ୍ରମ , ଯୁବଛାତ୍ରମାନେ ନବୀନ ଓଡିଶାର ସାରଥୀ :ଧ୍ରୁବ ସାହୁ
Wed Dec 20 , 2023
ଓଡିଶା ରୂପାନ୍ତକରଣରେ ଗଠିତ ହେବାକୁ ଯାଉଥିବା ନବୀନ ଓଡିଶାର ଯୁବଛାତ୍ରମାନେ ସାରଥୀ ବୋଲି ରାଜ୍ୟ ସରକାରଙ୍କ ନୂଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ଡିଗ୍ରୀ କଲେଜ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । ଏହି ଉପଲକ୍ଷେ ବଡ଼ପଡା ଡିଗ୍ରୀ କଲେଜ ଅଧକ୍ଷ ରମାକାନ୍ତ ଆଚାର୍ଯ୍ୟ ଙ୍କ […]

You May Like
- 6 months ago
ଅବକାରୀ ବିଭାଗର ଚଢାଉ , ମଦ ସହ ଜଣେ ଗିରଫ
- 1 year ago
ଉତ୍କଳ ସନ୍ତାନ ସମ୍ମାନ ପାଇଲେ ଶିକ୍ଷକ ମନସୁର ଅଲ୍ଲୀ
- 6 months ago
ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲ ବାର୍ଷିକ ଉତ୍ସବ
- 11 months ago
ଜିଲ୍ଲାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବୁଲିଲା ସଚେତନତା ଗାଡି