କେନ୍ଦ୍ରାପଡ଼ା, ୨୧ା୧୨ : କେନ୍ଦ୍ରାପଡା ସହରର ବଡହାଟସ୍ଥିତ ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲ ପରିଚାଳନା ସମିତି ସଭାପତି ଜାକାରିଆ ସାହିବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଜିଲ୍ଲା ପୋଲିସ ମୁଖ୍ୟାଳୟର ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟ ମୁଖ୍ୟ ଅତିଥି, ପୈାର ଉପାଧ୍ୟକ୍ଷା ଆକବରୀ ଖାତୁନ ମୁଖ୍ୟବକ୍ତା, ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟର ଏମ.ଆଇ.ଏସ. ପ୍ଲାନିଙ୍ଗ ସଂଯୋଜକ ସୁଜିତ କୁମାର […]

କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ୟୁ କେ ମହାବୀର କଲେଜରେ ନୂଆ-ଓ କାର୍ଯ୍ୟକ୍ରମ ଅନୁଯାୟୀ କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । କଲେଜ ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଦୌଡ଼ ଲମ୍ବ ଡିଆଁ, ଉଚ ଡିଆଁ,ଆଦି ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା କରାଯାଇଥିଲା । […]