କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ୟୁ କେ ମହାବୀର କଲେଜରେ ନୂଆ-ଓ କାର୍ଯ୍ୟକ୍ରମ ଅନୁଯାୟୀ କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । କଲେଜ ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଦୌଡ଼ ଲମ୍ବ ଡିଆଁ, ଉଚ ଡିଆଁ,ଆଦି ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା କରାଯାଇଥିଲା । ନୂଆ-ଓ ନୋଡାଲ ଅଫିସର ଅଧ୍ୟାପକ ଗୌରାଙ୍ଗ ପଣ୍ଡା ଓ ସହକାରୀ ନୋଡାଲ ଅଫିସର ଅଧ୍ୟାପକ ଅମୂଲ୍ୟ ବେହେରା, ଶୁଭରଞ୍ଜନ ପାତ୍ର, ଚିନ୍ମୟ ସାହୁ ଓ କ୍ରୀଡା ଶିକ୍ଷକ ଅରବିନ୍ଦ ବେହେରା କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପିକା/ଅଧ୍ୟାପକ କର୍ମଚାରୀ ଓ ଛାତ୍ରୀଛାତ୍ର ଯୋଗ ଦେଇଥିଲେ ।