
କେନ୍ଦ୍ରାପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକୋତ୍ସବ ଶନିବାର ଗରାପୁରସ୍ଥିତ ସଂଘର ସ୍ଥାୟୀ ଭବନରେ ସଭାପତି ରାଜକିଶୋର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ରାପଡା ବ୍ଲକ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଦଳାଇ, ମାର୍ଶାଘାଇ ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ ଶିକ୍ଷାବିତ୍ କାଶୀନାଥ ରାଉତରାୟ ପ୍ରମୁଖ ସମ୍ମାନିତ ଅତିଥିଭାବରେ ଯୋଗ ଦେଇଥିଲେ । କେନ୍ଦ୍ରାପଡା ବ୍ଲକ ଉପଶିକ୍ଷାଧିକାରୀ କୁମୁଦିନୀ ଦେଈ ଏବଂ ଡେରାବିଶ ବ୍ଲକ ଉପଶିକ୍ଷାଧିକାରୀ ଦେବଦତ୍ତ ଶତପଥୀ ବକ୍ତା ଭାବରେ ଯୋଗ ଦେଇଥିଲେ । ଉତ୍ସବରେ ଚଳିତବର୍ଷ ଅବସର ନେଇଥିବା ୨୮ଜଣ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏମାନଙ୍କ ବ୍ୟତୀତ କେନ୍ଦ୍ରାପଡା ବ୍ଲକ ବିଦାୟୀ ଶିକ୍ଷାଧିକାରୀ ପାବନି କୁମାର ରାଉତ, ପଟ୍ଟାମୁଣ୍ଡାଇ ବ୍ଲକର ବିଦାୟୀ ଶିକ୍ଷାଧିକାରୀ ଭ୍ରମରବର ବିଶ୍ୱାଳ ଏବଂ କେନ୍ଦ୍ରାପଡା ଶିକ୍ଷାଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ତପନ କୁମାର ପରିଡାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ବାର୍ଷିକୋତ୍ସବକୁ ପରିଚାଳନା କରିବା ପାଇଁ ସମ୍ପାଦିକା ଶୈଳବାଳା ସାମଲ, ଉମାକାନ୍ତ ରାଉତ, ସବିତା ପଣ୍ଡା, ଶରତ ଚନ୍ଦ୍ର ପଣ୍ଡା, ପ୍ରଶାନ୍ତ କୁମାର ମହାକୁଳ, ମନୋଜ କୁମାର ଜେନା, ସେକ୍ ରାଇସ୍ ଉଦ୍ଦିନ୍, ନିରୁପମା ଶତପଥି, କ୍ଷେତ୍ରମଣି ଦେଈ, ରଜାକ୍ ଫିର୍ଦୋଶ୍ ଖାଁ, ମହେନ୍ଦ୍ର କୁମାର ସେଠୀ, ଅନିଲ କୁମାର ଦାଶ, ମାନଭଞ୍ଜନ ପ୍ରଧାନ, ଭାସ୍କର ଦାଶ, ତୈଲୋକ୍ୟ ଚନ୍ଦ୍ର ମହାନ୍ତି, ପ୍ରମୋଦ କୁମାର ସିଂହ ପ୍ରମୁଖ ନିଜର ଶ୍ରମଦାନ କରିଥିଲେ ।











