ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ବାର୍ଷିକ ଉତ୍ସବରେ ୩୯୭ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ


କେନ୍ଦ୍ରାପଡ଼ା, ୨୪ା୧୨ : ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ସ୍ଥାନୀୟ ପୈାରସଂସ୍ଥା ଟାଉନହଲ ପରିସରରେ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ. ଦେବେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ତଥା ସଂଯୋଜକ ପ୍ରଦିପ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଡାକ୍ତର ହୃଦୟାନନ୍ଦ ପଟ୍ଟନାୟକ, ଅନ୍ୟତମ ଅତିଥି ଭାବେ ଆମେରିକାର ଡଃ. ସୋନାଲିକା ପଟ୍ଟନାୟକ, ଇଂ ଚନ୍ଦ୍ରଶେଖର ମହାନ୍ତି, ଇଂ ବିଦ୍ୟୁତ କୁମାର ରଥ, ଇଂ ରାଜକିଶୋର ପତି ପ୍ରମୁଖ ଯୋଗଦେଇ ଟ୍ରଷ୍ଟର କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରଶଂସା କରିବା ସହ ଟ୍ରଷ୍ଟର ପୃଷ୍ଟପୋଷକ ତଥା ସମସ୍ତ ସଦସ୍ୟଙ୍କୁ ଏଭଳି କାର୍ଯ୍ୟକ୍ରମକୁ ବଜାୟ ରଖି ସମାଜର ଅବହେଳିତ ବର୍ଗଙ୍କୁ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଇଣ୍ଟରନାସନାଲ ଟିଚର୍ସ ସ୍କୁଲର ଛାତ୍ରଛାତ୍ରୀମାନେ ଏକ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରି ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ । ଟ୍ରଷ୍ଟର ପୃଷ୍ଟପୋଷକ ଡଃ. ଦାସ କିଭଳି ବର୍ଷସାରା ଆମ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଅଗ୍ନିବିପନ୍ନ୍‌, କର୍କଟ ଭଳି ଦୂରାରୋଗ୍ୟରେ ପିଡିତ ବ୍ୟକ୍ତି, ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ, ଅସହାୟ ବ୍ୟକ୍ତିବିଶେଷ ଏବଂ ଅନୁସୂଚିତ ଜନଜାତି ବର୍ଗର ଲୋକମାନଙ୍କୁ ଆର୍ଥିକ ସହାୟତା ସମେତ ଲୁଗାପଟା ଓ ଶୀତବସ୍ତ୍ର ପ୍ରଭୃତି ଯୋଗାଇ ଦିଆଯାଇଥାଏ ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ବୟଷ୍କା ମହିଳା ସଫେଇ କର୍ମଚାରୀଙ୍କୁ ଶୀତବସ୍ତ୍ର ଡଃ. ସୋନାଲିକା ପଟ୍ଟନାୟକ ପ୍ରଦାନ କରିଥିଲେ । ପ୍ରତିବର୍ଷ ଭଳି ଚଳିତବର୍ଷ ‘ତୁଳସୀକ୍ଷେତ୍ର ସମ୍ମାନ’ ପ୍ରଫେସର ଲଳିତମୋହନ ପଟ୍ଟନାୟକ ଓ ଡା. ମହେନ୍ଦ୍ର ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ‘କ୍ୟାଥରିନ ଦାସ ସେବା ସମ୍ମାନ’ ଡଃ. ବୀଣା ସିଂ, ଇଂ ଚନ୍ଦ୍ରଶେଖର ମହାନ୍ତି, ଇଂ ବିଦ୍ୟୁତ କୁମାର ରଥ, ଇଂ ରାଜକିଶୋର ପତି, ଡଃ. ସୋନାଲିକା ପଟ୍ଟନାୟକ, ଡଃ. ବିରଜା ରାଉତରାୟ ଓ ଡାକ୍ତର ସ୍ନେହଲତା କାନୁନଗୋ ପ୍ରମୁଖଙ୍କୁ ପ୍ରଦାନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଉପସ୍ଥିତ ଥିବା ୩୯୭ଜଣ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା । ଟ୍ରଷ୍ଟର ସଦସ୍ୟ ଅରୁଣ ପ୍ରତାପ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଦସ୍ୟ ଭୁବନମୋହନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା. ବିଶ୍ୱପ୍ରକାଶ କାନୁନଗୋ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଅଧ୍ୟାପକ ଅଜୟ ରାଉତ, ଶ୍ରୀନିବାସ ପ୍ରଧାନ, ଅଜୟ ସାମଲ, ଶାରଦାକାନ୍ତ ଦାସ, ହିମାଂଶୁଶେଖର ଦାସ, ମମତା ଦାସ, ସ୍ମୀତା ଦାସ, ସାମ୍ବାଦିକ ଗଣେଶ ସାମଲ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ସମବାୟବିତ ପ୍ରମୋଦ ମହାପାତ୍ର, ସୁଜାତା ଦାସ, ତେଜ ତନ୍ମୟ, ଅଶୋକ ସାହୁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଅଜିତ ସାମଲ, ଜ୍ୟୋତିରଞ୍ଜନ ନାୟକ, ଧିରେନ ଦାସ, ମିନତୀପ୍ରଭା ସ୍ୱାଇଁ, ଇରମ ଆରା, ସାଲେହା ସିବିକା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading