
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ୱାଇ ଆର ସି, ଏନ ଏସ ଏସ ଓ ଏନ ସି ସି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ଉଦଘାଟନ କରିଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ, ୱାଇ ଆର ସି କାଉନସେଲର ଅଧ୍ୟାପକ ସରୋଜକାନ୍ତ ନାୟକ, ଏନ ଏସ ଏସ ଅଫିସର ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନ ଓ ଏନ ସି ସି ଅଫିସର ଅଧ୍ୟାପକ ଜିତେନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ରକ୍ତଦାନ ଶିବିରରେ ବହୁ ରକ୍ତଦାତା ସ୍ବେଛାକୃତ ରକ୍ତଦାନ କରିଥିଲେ । ଏହି ଶିବିରରେ ୪୩ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରକୁ ପ୍ରାଧ୍ୟାପକ ବୈକୁଣ୍ଠ ରାଉଳ, ପ୍ରମୋଦ ସ୍ୱାଇଁ, ଅମୀୟ ଦାସ,ଅଧ୍ୟାପକ ସୁଭାଶିଷ ମିଶ୍ର, ରଞ୍ଜନ ବେହୁରା,ପ୍ରମୁଖ ପରିଚାଳନା କରିଥିବାବେଳେ ଅଧ୍ୟାପକ ଅରବିନ୍ଦ ପାଣ୍ଡଵ, ରଞ୍ଜନ ଗାହାଣ ,ଅମିତ ସାହୁ,ଅଭିମନ୍ୟୁ ମହାନ୍ତି ଓ ଜ୍ୟୋତ୍ସ୍ନାରାଣୀ ନାୟକ ପରିଚାଳନାରେ ସହଯୋଗ କରିଥିଲେ ।











