କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ୱାଇ ଆର ସି, ଏନ ଏସ ଏସ ଓ ଏନ ସି ସି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ଉଦଘାଟନ କରିଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ, ୱାଇ ଆର ସି କାଉନସେଲର ଅଧ୍ୟାପକ ସରୋଜକାନ୍ତ ନାୟକ, ଏନ ଏସ ଏସ ଅଫିସର ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନ ଓ ଏନ ସି ସି ଅଫିସର ଅଧ୍ୟାପକ ଜିତେନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ରକ୍ତଦାନ ଶିବିରରେ ବହୁ ରକ୍ତଦାତା ସ୍ବେଛାକୃତ ରକ୍ତଦାନ କରିଥିଲେ । ଏହି ଶିବିରରେ ୪୩ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରକୁ ପ୍ରାଧ୍ୟାପକ ବୈକୁଣ୍ଠ ରାଉଳ, ପ୍ରମୋଦ ସ୍ୱାଇଁ, ଅମୀୟ ଦାସ,ଅଧ୍ୟାପକ ସୁଭାଶିଷ ମିଶ୍ର, ରଞ୍ଜନ ବେହୁରା,ପ୍ରମୁଖ ପରିଚାଳନା କରିଥିବାବେଳେ ଅଧ୍ୟାପକ ଅରବିନ୍ଦ ପାଣ୍ଡଵ, ରଞ୍ଜନ ଗାହାଣ ,ଅମିତ ସାହୁ,ଅଭିମନ୍ୟୁ ମହାନ୍ତି ଓ ଜ୍ୟୋତ୍ସ୍ନାରାଣୀ ନାୟକ ପରିଚାଳନାରେ ସହଯୋଗ କରିଥିଲେ ।
kanikanews.in
Next Post
ଦୁଷ୍କର୍ମ ଅଭିଯୁକ୍ତକୁ ୧୨ବର୍ଷ କାରାଦଣ୍ଡାଦେଶ
Thu Dec 28 , 2023
କେନ୍ଦ୍ରାପଡା ଅତିରିକ୍ତ ଆଡହକ ଫାଷ୍ଟଟ୍ରାକ କୋର୍ଟ ସେସନସ ଜଜ ତ୍ରିବୀକ୍ରମ କେଶରୀ ଚିନ୍ନାରା ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଆଜି ୧୨ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଗତ ୨୦୨୧ମସିହା ମଇମାସ ୨୦ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଅଙ୍ଗୁଳେଇ(ପସ୍ତା)ଅଞ୍ଚଳର ଜନୈକ ଦଶମ ଶ୍ରେଣୀରେ ପଢୁଥିବା ୧୭ବର୍ଷୀୟ ନାବାଳିକା ତାଙ୍କ ଘର ସମ୍ମୁଖ ରାସ୍ତା କଡରେ ପରିସ୍ରା କରିବାକୁ ବସିଥିବା ବେଳେ ଏକ […]

You May Like
- 7 months ago
ଚାଷୀ ପ୍ରତିନିଧିଙ୍କ ସହ ପ୍ରଶାସନର ଦ୍ୱିପାକ୍ଷିକ ଆଲୋଚନା