ରାଜନଗର ହାଇସ୍କୁଲ ୧୯୮୬ ବ୍ୟାଚର ବନ୍ଧୁମିଳନ


କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ପେଣ୍ଠଠାରେ ରାଜନଗର ହାଇସ୍କୁଲ ୧୯୮୬ ମସିହା ମାଟ୍ରିକ୍ ବ୍ୟାଚର ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରମୋଦକୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହାଇସ୍କୁଲର ପ୍ରାକ୍ତନ ଶିକ୍ଷକ ରଘୁନାଥ ଦାସ, ନିରଂଜନ ପଣ୍ଡା, ପ୍ରଭାତଚନ୍ଦ୍ର ମିଶ୍ର ଯୋଗଦେଇଥିଲେ । ସେମାନଙ୍କୁ ଉତରୀୟ, ପୁଷ୍ପଗୁଛ ଓ ଉପଢୈାକନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ମୃତ୍ୟୁବରଣ କରିଥିବା ପ୍ରାକ୍ତନ ପ୍ରଧାନ ଶିକ୍ଷକ ରବିନାରାୟଣ ମିଶ୍ର, ଶିକ୍ଷକ ବୀରସିଂହ ମହାପାତ୍ର, ଦୁଃଶାସନ କବି, ଗୋପବନ୍ଧୁ ପ୍ରଧାନ ଓ ଏହି ବ୍ୟାଚର ପୁରାତନ ଛାତ୍ର ମାନସ ଜେନା, ମଂଜୁଲତା ଲେଙ୍କାଙ୍କ ବିୟୋଗରେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଶିକ୍ଷକମାନେ ସେ ସମୟରେ ସ୍ମୃତି ସାଉଁଟିବା ସହ ଛାତ୍ରଛାତ୍ରୀମାନେ ସେମାନଙ୍କ ମାନଓ ସ”ାନ ବୋଲି ଅଭିହିତ କରିଥିଲେ । ଛାତ୍ରଛାତ୍ରୀମାନେ ସେମାନଙ୍କ ଛାତ୍ର ଜୀବନର ସ୍ମୃତିଚାରଣ କରିଥିଲେ । ଶେଷରେ ଛାତ୍ରୀ ରଶ୍ମିରେଖା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ହାଇସ୍କୁଲ ପରିସରରେ ସମସ୍ତେ ଉପସ୍ଥିତ ହୋଇ ଫଟୋ ଉଠାଇବା ପରେ ପେଣ୍ଠ ବନ୍ଧୁମିଳନ ସ୍ଥଳକୁ ଯାଇଥିଲେ । ଏହି କାର୍ଯ୍ୟକ୍ରମକୁ ଅନ” ସେଠୀ, ରବିନ୍ଦ୍ର ସାହୁ, ଅନିରୁଦ୍ଧ ପରିଡା, ବିଭୂତିଭୂଷଣ ନାୟକ, ବୈଦ୍ୟନାଥ ଦାସ, ଜଗନ୍ନାଥ ଦାସ, ସୁରେନ୍ଦ୍ର ଦାସ, ପ୍ରଭାକରନାଥ ଶର୍ମା, ଅନିରୁଦ୍ଧ ନାୟକ, ଯଶୋସ୍ୱୀ ମିଶ୍ର, ସଂଯୁକ୍ତା ଦାସ, ବିଶ୍ୱମୋହିନୀ ନାୟକ, ସୁଶା”ୀ ମଳିକ, ସୁବାଷିନୀ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।


Next Post

ବିକାଶର ସାରଥୀ ନାରୀ ଶକ୍ତି ନବୀନ ଓଡିଶାର ଅସଲଶକ୍ତି

Thu Dec 28 , 2023
  ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ, ବିକାଶର ସାରଥୀ ନାରୀ ଶକ୍ତି ନବୀନ ଓଡିଶାର ଅସଲ ଶକ୍ତି ବୋଲି ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ନୂଆ -ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି ।  ଏହି ଉପଲକ୍ଷେ  ଅଧ୍ୟକ୍ଷା ଡ଼ ରାଜଲଷ୍ମୀ […]

KANIKA