ଏକବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳାର ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡା ୨୮/୧୨-ଏକବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳା ବିଗତ ବର୍ଷଭଳି ଚଳିତ ବର୍ଷ କେନ୍ଦ୍ରାପଡାର ମହୀପାଳ ସ୍ଥିତ ଟେଲିକମ ପଡିଆରେ ଜାନୁଆରୀ ୬ତାରିଖରୁ ଆରମ୍ଭ ହୋଇ ୧୩ତାରିଖରେ ଶେଷ ହେବ । ଏହି ଉପଲକ୍ଷେ ମାଧପୁର ସ୍ଥିତ ଉପଦେଷ୍ଠା ଡଃ ବିରଜା ରାଉତରାୟଙ୍କ ଭାସଭବନରେ ତୃତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ କେମ୍‌ର ସଦସ୍ୟା ନବଜ୍ୟୋତି ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ମେଳାରେ ଜାତୀୟ ସ୍ତରୀୟ ଖ୍ୟାତନାମା ପୁସ୍ତକ ପ୍ରକାଶନ ସଂସ୍ଥା ସହିତ ରାଜ୍ୟର ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ସଂସ୍ଥା ଯୋଗ ଦେବାକୁ ସମ୍ମତ୍ତି ପ୍ରଦାନ କରିଛନ୍ତି ବୋଲି ସମ୍ପାଦକ ଜାହିଦ୍ ଖା ପ୍ରକାଶ କରିଥିଲେ । ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ଛାତ୍ର/ଛାତ୍ରୀମାନଙ୍କ ସୃଜନଶୀଳତା ଓ ବୌଦ୍ଧିକ ବିକାଶ ପାଇଁ କେମ୍ ଦ୍ୱାରା ବିଭନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ପ୍ରତିଯୋଗିତା ମଧ୍ୟରେ ମୁକ୍ତକାଶ ଚିତ୍ରାଙ୍କନ, ଓଡିଆ ଓ ଇଂଗ୍ରାଜୀ ଭାଷାରେ ବକୃତା ଓ ପ୍ରବନ୍ଧ ପ୍ରତିଯୋଗୀତା, ଏକକ ଅଭିନୟ, କବିତା ଆବୃତି ପ୍ରଭୃତି ଚିତ୍ରଗୁରୁ ହିମାଂଶୁ ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥି ପାଇଁ ଯେଉଁ ପ୍ରତିଯୋଗୀମାନେ ସେମାନଙ୍କ ନାମ ପଞ୍ଜିକରଣ କରିବାକୁ ଚାହିଁବେ ସେମାନେ ୯୪୩୮୦୬୬୪୫୬/୬୩୭୦୮୯୧୩୩୯/୮୯୧୭୬୦୪୦୬୪ ମୋବାଇଲ ନିମ୍ବରରେ ଯୋଗାଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ସଦସ୍ୟମାନଙ୍କୁ ଦାୟିତ୍ୱ ଦିଆଯିବା ସହ ପ୍ରତ୍ୟେକ ଦିନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିବାକୁ ଉପଦେଷ୍ଟା ଡଃ ବିରାଜା ରାଉତରାୟ ପରାମର୍ଶ ଦେଇଥିଲେ । ଚଳିତ ବର୍ଷ ଅନୁଷ୍ଠାନର ମୁଖପତ୍ର ‘କେନ୍ଦ୍ରାପଡ଼ା ପରିକ୍ରମା’ର ସ୍ୱତନ୍ତ୍ର ଭିତରକନିକା ବିଶେଷାଙ୍କ ପ୍ରକାଶ ପାଇବ । ଜୈବ ବିବିଧତା କ୍ଷେତ୍ରରେ ପ୍ରସିଦ୍ଧ ଆନ୍ତଜାତୀୟ ଅଭୟାରଣ୍ୟ ଭିତରକନିକା ଏହି ଜିଲ୍ଲାର ଗୌରବ ବୃଦ୍ଧି କରିଥିବାରୁ ଏହା ଉପରେ ତଥ୍ୟଭିତ୍ତିିକ ଗବେଷଣାଧର୍ମୀ ଆଲେଖ୍ୟମାନ ସ୍ଥାନୀତ ହୋଇଛି ବୋଲି ମୁଖ୍ୟ ଉପଦେଷ୍ଟା ଡ଼. ବିରଜା ରାଉତରାୟ ପ୍ରକାଶ କରିଥିଲେ । ଏହି ବୈଠକରେ ଲେମର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading