ବାଲି ଚୋରା ଚାଲାଣ ବେଳେ ଚଢାଉ, ୨ ହାଇଓ୍ବା ଜବତ , ଲକ୍ଷେ ଜରିମାନା


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବେଶ କିଛି ଦିନ ହେବ ଦିନ ଦିପହରରେ ଖୁଲମ ଖୁଲା ଭାବରେ ବାଲି ଚୋରା ଚାଲାଣ ହେଉଥିବା ସମ୍ପର୍କରେ ବିଭିନ୍ନ ସମୟରେ ଖବର ପ୍ରକାଶ ପାଇଛି । ପ୍ରଶାସନ ଏସବୁ ଜାଣି ନଜାଣିବା ପରି ଚୁପ ହୋଇ ବସିରହିଛି । ବାଲି ଚୋରା ଚାଲାଣ ସମ୍ପର୍କରେ ବିଭିନ୍ନ ସମୟରେ ପ୍ରଶାସନକୁ ଖବର ମିଳୁଥିଲେବି କୈାଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇ ଆସୁଛି । ଆଜି କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ତମାଳଶାସନ ଏବଂ ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ନିଳକଣ୍ଠପୁର ଅଞ୍ଚଳରେ ବାଲି ଚୋରା ଚାଲାଣ ସମ୍ପର୍କରେ ସଂପୃକ୍ତ ତହସିଲଦାର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ପରେ ସେଠାରେ ବାଲି ଚୋରା ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରୁ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ ଏବଂ କେନ୍ଦ୍ରାପଡା ତହସିଲଦାର ତାପସରଞ୍ଜନ ଦେହୁରୀ ୨ଟି ବାଲି ବୋଝେଇ ହାଇୱା ଜବତ କରିଥିବା ବେଳେ ସେମାନଙ୍କ ନିକଟରୁ ରୟାଲିଟି ସମେତ ଜୋରିମାନା ଆଦାୟ କରାଯାଇ ଥିବା ବୋଲି କେନ୍ଦ୍ରାପଡା ତହସିଲଦାର ଶ୍ରୀ ଦେହୁରୀ କହିଛନ୍ତି । ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଅମୃତମଣୋହୀ, ପେଣ୍ଠପାଳ, ତରଡିପାଳ ଓ ଅଳପୁଆ ପ୍ରଭୃତି ୪ଟି ବାଲିଘାଟ ନିଲାମ କରାଯାଇଥିବା ବେଳେ ଅନ୍ୟ ବାଲି ଘାଟ ଗୁଡିକରୁ ଦିନ ଦିପହରରେ ବେଆଇନ ଭାବେ ବାଲି ଚୋରା ଚାଲାଣ ଦୈନନ୍ଦିନ ହେଉଥିବା ସ୍ଥାନୀୟ ଲୋକମାନେ କହିଛନ୍ତି । ରାଜନୈତିକ ଛତ୍ରଛାୟା ତଳେ ରହି ଏଭଳି ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଫଳରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ହେଉଛି । ବେଳେ ବେଳେ ତହସିଲ ପକ୍ଷରୁ ଚଢାଉ କରାଯାଇ ଗୋଟିଏ କିମ୍ବା ଦୁଇଟି ଗାଡିକୁ ଧରି ଜୋରିମାନା କରାଯାଉଥିବା ବେଳେ ଦୈନିକ ଶହ ଶହ ଗାଡି ଏଭଳି ବାଲି ଚୋରା ଚାଲାଣରେ ଲିପ୍ତ ରହିଥିବା ଅଭିଯୋଗ ହୋଇଛି । ତେଣୁ ବାଲି ଘାଟକୁ ଆଉ କେହି ନିଲମ ନନେଇ ଏଭଳି ଭାବରେ କୋଟି କୋଟି ଟଙ୍କା ରୋଜଗାର କରିବାର ବାଟ ଫିଟିଯାଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି ।


Next Post

ଅବସରପ୍ରାପ୍ତ କର୍ମଚାରୀ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

Fri Dec 29 , 2023
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ ଚତୁର୍ଭୁଜ ରାଉଳ ସଭାରେ ବିବରଣୀ ପାଠ କରିଥିଲେ । ସଭାରେ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ସଭ୍ୟମାନେ ଆଲୋଚନା କରିଲେ । ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କୁ ୬୫ବର୍ଷ, ୭୦ବଷ, […]

KANIKA