କଲେଜ ଅଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟକୁ ଛାତ୍ର କଂଗ୍ରେସର ବିରୋଧ ; ଦାୟିତ୍ୱ ପ୍ରତ୍ୟାହାର କରିବାକୁ ଦାବି


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଅନୁଷ୍ଠିତ ନୂଆ-ଓ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ମୁଖ୍ୟମନ୍ତ୍ରୀଙ୍କ ଫଟୋ ପାଖରେ ବିଧାୟକଙ୍କ ଫଟୋଚିତ୍ର ଲଗାଇଥିବା ପ୍ରତିବାଦରେ ପଟ୍ଟାମୁଣ୍ଡାଇ ଛାତ୍ର କଂଗ୍ରେସର କର୍ମକର୍ତାମାନେ କେନ୍ଦ୍ରାପଡା ଉପଜିଲ୍ଲାପାଳ ତଥା ପଟ୍ଟାମୁଣ୍ଡାଇ କଲେଜ ପରିଚାଳନା ପରିଷଦ ସଭାପତିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହ ଅଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟକ୍ରମକୁ ବିରୋଧ କରି ନିଲମ୍ବନ ଦାବି କରିଛନ୍ତି ।

ଗତମାସ ୨୯ରେ ରାଜ୍ୟ ସରକାରଙ୍କ ନୂଆ-ଓ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ପଟ୍ଟାମୁଣ୍ଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ ପକ୍ଷରୁ ମିଳିତ ଭାବେ ଉଦଯାପନୀ ଉତ୍ସବରେ ହୋଇଥିଲା । ମାତ୍ର ସାରା ରାଜ୍ୟରେ ନୂଆ-ଓ -କାର୍ଯ୍ୟକ୍ରମ ବ୍ୟାନରରେ କେବଳ ମୂଖ୍ୟମନ୍ତ୍ରୀଙ୍କ ଫଟୋ ରହିବାର ନିୟମଥିବା ବେଳେ ଏହି ଉତ୍ସବରେ କଲେଜ ଅଧ୍ୟକ୍ଷ ପ୍ରଫେସର ଭୂୟାଁ ବିଧାୟକ ପ୍ରିତି ଦେଖାଇ ବିଧାୟକଙ୍କ ଫଟୋ ବ୍ୟାନରରେ ସ୍ଥାନିତ କରିଥିଲେ । ଏନେଇ ପଟ୍ଟାମୁଣ୍ଡାଇ ଛାତ୍ର କଂଗ୍ରେସ ପକ୍ଷରୁ ଖଗେଶ୍ୱର ଶତପଥୀ, ରିଙ୍କୁ ମଳିକ, ଦେବାଶିଷ ମହାନ୍ତି, ଅମିତ ନାୟକ, ସମିର ଜେନା, ଭାଗ୍ୟଧର ସାହୁ, ମଦନ ସାହୁ, ରଜନୀ କାନ୍ତ ସାହୁ, ସତ୍ୟପ୍ରିୟ ସାହୁ,ଦିପକ ଜେନା,ରାଜେନ୍ଦ୍ର ନାୟକ,ସତ୍ୟରଞନ ଦାସ ପ୍ରମୁଖ କେନ୍ଦ୍ରାପଡା ଉପଜିଲ୍ଲାପାଳ ରବିନ୍ଦ୍ର ପରିଡାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ତୁରନ୍ତ ଦାୟିତ୍ୱ ପ୍ରତ୍ୟାହାର କରିବାକୁ ଦୃଢ ଦାବି କରିଛନ୍ତି ।

 


Discover more from

Subscribe now to keep reading and get access to the full archive.

Continue reading