ଗ୍ରିଲ କାଟି ଘରେ ପଶିଲେ ଡକାୟତ ,ଆଇନଜୀବିଙ୍କୁ ଛୁରୀ ଭୁସି ଲୁଟି ନେଲେ ଟଙ୍କା ଓ ସୁନା


ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବଡ଼ମୂଳବସନ୍ତ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ଧରଣର  ଚୋରୀ ହୋଇଯାଇଛି । ଏପରିକି ଘଟଣାସ୍ଥଳରୁ ୧୦୦ମିଟର ଦୁରେଇ ଥିବା ହାଇସ୍କୁଲ ପଡିଆରେ ଯାତ୍ରା ହେଉଥିଲେ ମଧ୍ୟ ଏଭଳି ଚୋରୀ ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଖବର ପାଇଁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏହି ଚୋରୀ ଘଟଣାର ତଦନ୍ତ ଆରମ୍ଭ କରିଛି ।

ପ୍ରକାଶ ଜେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବଡ଼ମୂଳବସନ୍ତ ପଂଚାୟତ ପୋହଳ ଛକ ନିକଟସ୍ଥ ବଡ଼ମୂଳବସନ୍ତ ଗ୍ରାମର ସରକାରୀ ଓକିଲ ଭୀମସେନ  ପ୍ରଧାନ ନିଜ ଘରେ ଶୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କେତେକ ଦୁବୃର୍ତ୍ତ ରୋଷେଇ ଘର ଗ୍ରିଲ କାଟି ଘର ମଧ୍ୟରେ ପ୍ରବେଶ କରିଥିଲେ । ଗୃହକର୍ତ୍ତା ଆଇନଜୀବୀ ପ୍ରଧାନ ସୋଇଥିବା ବେଳେ ତାଙ୍କୁ ମଶାରୀ ଗୁଡାଇ ବାନ୍ଧି ପକାଇବା ସହିତ ପାଖରେ ଶୋଇଥିବା ପତ୍ନୀଙ୍କ ଗୋଦା ହାତ ବାନ୍ଧି ପକାଇଥିଲେ । ଆଇନଜୀବୀ ପ୍ରଧାନ ବିରୋଧ କରିବାରୁ ସେମାନେ ତାଙ୍କୁ ମିଳିତ ଭାବେ ଏକ ଛୁରୀ ସାହାଯ୍ୟରେ ଆକ୍ରମଣ କରିଥିଲେ । ପାଖରେ ଶୋଇଥିବା ପତ୍ନୀ ମଧ୍ୟ ପ୍ରତିବାଦ କରିବାରୁ ସ୍ୱାମୀ ଭୀମସେନଙ୍କୁ ଜୀବନରୁ ମାରି ଦେବାକୁ ଦୁବୃର୍ତ୍ତମାନେ ଧମକ ଦେଇଥିଲେ । ଏହା ପରେ ଦୁବୃର୍ତ୍ତମାନେ ସୁନାଗହଣା ସହ ଘରେ ରଖିଥିବା ଅର୍ଥ ଲୁଟି ନେଇଥିଲେ । ଦୁର୍ବୃତ୍ତମାନଙ୍କ  ଛୁରୀ ଦ୍ୱାରା ଆକ୍ରମଣରେ ଭୀମସେନଙ୍କ  ପେଟ ଓ ଜଙ୍ଘରେ ଗୁରୁତର କ୍ଷତ ସୃଷ୍ଟି ହୋଇଛି । ଭୀମସେନ ପ୍ରଧାନଙ୍କ ଘରଠାରୁ ପାଖାପାଖି ୧୦୦ମିଟର ଦୂରରେ ଥିବା ସହକାରୀ ଉଦ୍ୟାନକୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ତାଲାକୁ ଦୁବୃର୍ତ୍ତମାନେ କାଟି ଘରେ ଥିବା ଆସବାବ ପତ୍ରକୁ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ଖବର ପାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ରଂଜିତ ମହାନ୍ତି ପୋଲିସବାହିନୀ ସହିତ ଘଟଣାସ୍ଥଳରେ ପହଂଚି ଏହି ଚୋରୀ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଚୋରୀ ହୋଇଥିବା ଘର ବନ୍ଦ ରଖିବାକୁ  ଗୃହ କର୍ତାଙ୍କୁ କହିଛନ୍ତି । ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।


Next Post

ଦେଶର ଆର୍ଥୀକ ମେରୁଦଣ୍ଡ ସବଳ ନ ହେଲେ ସାମାଜିକ ସ୍ତରରେ ବିକାଶ ହୋଇପାରିବ ନାହିଁ

Sun Mar 17 , 2024
ଭାରତରେ ଏବେ ସାଧାରଣ ନିର୍ବାଚନ ଲାଗି ବିଗୁଲ ବାଜି ସାରିଛି । ପ୍ରତ୍ୟେକ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ପ୍ରକାର ଲୋଭନୀୟ ପ୍ରତିଶ୍ରୁତି ଦେଉଛନ୍ତି । କୌଣସି ଦଳ ଆର୍ଥିକ ଦିଗକୁ ଦୃଷ୍ଟି ନ ଦେଇ ଯେଉଁଭଳି ଭାବେ ସୁବିଧା ଘୋଷଣା କରିଚାଲିଛନ୍ତି, ତାହାକୁ ସୁସ୍ଥ ମସ୍ତିଷ୍କର ଜଣେ ବ୍ୟକ୍ତି କେବେହେଲେ ଗ୍ରହଣ କରିପାରିବେ ନାହିଁ । ଦେଶରେ ସୁବିଧା ଓ ଫାଇଦା କେଉଁଠାରୁ ମିଳୁଛି […]