ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ଅଷ୍ଟାଦଶ ବାର୍ଷିକ ବନ୍ଧୁମିଳନ ସମାରୋହ ନିମନ୍ତେ ଶେଷ ପ୍ରସ୍ତୁତି ବୈଠକ ଗୁଣୀ ଉପଦେଷ୍ଟା ମନ୍ମଥ କୁମାର ରାୟଙ୍କ ବାସଭବନରେ ସଂଗଠନର ସଭାପତି ପୂର୍ତ୍ତି ଚନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବନ୍ଧୁମିଳନ ସମାରୋହ ଆସନ୍ତା ୧୪ ତାରିଖ ରବିବାର ଗରାପୁରସ୍ଥିତ ଏମ୍ ପାୱାର ପବ୍ଲିକ୍ ସ୍କୁଲ ପରିସରରେ ଅନୁଷ୍ଠିତ ହେବା । ଉକ୍ତ ସମାବେଶରେ ଓଡିଶାର ସୁନାମଧନ୍ୟ ବିଶିଷ୍ଟ ଶିକ୍ଷାବିତ୍ ଶିକ୍ଷା ଗବେଷକ ଓ ଅବସରପ୍ରାପ୍ତ ଶିକ୍ଷା ପ୍ରଶାସକ ଯୋଗଦାନ କରିବାକୁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ସମାରୋହରେ ବହୁ ସଂଖ୍ୟାରେ ଯୋଗଦାନ କରି ଏହାକୁ ସଫଳ କରିବା ନିମନ୍ତେ ସମସ୍ତ ବନ୍ଧୁମାନଙ୍କୁ ଅନୁରୋଧ କରାଯାଇଛି । ବନ୍ଧୁମାନେ ସେଦିନ ଠିକ୍ ୧୦ଟା ସମୟରେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମରେ ସଂପୃକ୍ତ ହେବା ନିମନ୍ତେ ପରାମର୍ଶ ଦିଆଯାଇଛି । ଉକ୍ତ ପ୍ରସ୍ତୁତି ବୈଠକରେ ମନ୍ମଥ କୁମାର ରାୟ, ହେମନ୍ତ କୁମାର ଜେନା, ନରୋତ୍ତମ ଜେନା, କାଶୀନାଥ ରାଉତରାୟ, ଅନାମ ଚରଣ ସାହୁ, ଈଶ୍ୱର ଚନ୍ଦ୍ର ମନ୍ତ୍ରୀ, ନରେନ୍ଦ୍ର କୁମାର ନାୟକ, ବଳଭଦ୍ର ନାୟକ, ନିରଞ୍ଜନ ନାୟକ, ବିଜୟ କୁମାର ନାଥ, ସୋମନାଥ ପଢିହାରୀ, ସନାତନ ଦଳାଇ ପ୍ରଭୃତି ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସଫଳ ନିମନ୍ତେ ମତାମତ ପ୍ରଦାନ କରିଥିଲେ । ମିଡିଆ ସମ୍ପାଦକ କାଶୀନାଥ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ଜମଧର ନିୟନ୍ତ୍ରିତ ବଜାର କମିଟି ପରିସରରେ ଜିଲ୍ଲା ସ୍ତରୀୟ ଧାନ ମଣ୍ଡି ଉଦଘାଟିତ

Fri Jan 5 , 2024
କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ଗ୍ରାମପଞ୍ଚାୟତର ନିୟନ୍ତ୍ରିତ ବଜାର କମିଟି ପରିସରରେ ଆଜି ଚଳିତ ଖରିଫ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନକ୍ରୟ ମଣ୍ଡି ଉଦଘାଟିତ ହୋଇଛି । ଉପଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟିର ସଭାପତି ରବୀନ୍ଦ୍ର କୁମାର ପ୍ରଧାନଙ୍କ ପୈାରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଯୋଗଦେଇ ଏହି ଧାନମଣ୍ଡିକୁ ଉଦଘାଟନ କରିଥିଲେ । ଏଥିସହିତ ସାରା ଜିଲ୍ଲାରେ ଏ ସମ୍ପର୍କରେ ସଚେତନତା ସୃଷ୍ଟି […]

KANIKA