କେନ୍ଦ୍ରାପଡ଼ା, ୫ା୧: ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ନିର୍ଦ୍ଦେଶକ୍ରମେ ଜିଲ୍ଲା ଜଳସମ୍ପଦ ବିଭାଗ ଆନୁକୂଲ୍ୟରେ କେନ୍ଦ୍ରାପଡା ପ୍ରଦକ୍ଷଣ ଭବନଠାରେ ଆଜି ପାଣି ପଞ୍ଚାୟତ ପକ୍ଷ ପାଳନ -୨୦୨୪ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଏ ବର୍ଷ ପାଣି ପଞ୍ଚାୟତ ପକ୍ଷ ଚଳିତମାସ ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପାଳନ କରିବାକୁ ସ୍ଥିରିକୃତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ପୂର୍ବ ବର୍ଷ ପରି ଏ ବର୍ଷ ପାଣି ପଞ୍ଚାୟତ ପକ୍ଷକୁ ପାଳନ କରିବାକୁ ସମସ୍ତଙ୍କୁ ସହଯୋଗ କାମନା କରିଥିôଲେ । କେନ୍ଦ୍ରାପଡା ଭଳି କୃଷି ପ୍ରଧାନ ଜିଲ୍ଲାରେ ପାଣି ପଞ୍ଚାୟତର ଭୂମିକା ସମ୍ପର୍କରେ ବିସ୍ତୃତ ଭାବେ ସେ ବର୍ଣ୍ଣନା କରିଥିଲେ । ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ଗଠନ କରାଯାଇଥିବା କମିଟିମାନଙ୍କ ମଧ୍ୟରେ ସମନ୍ୱୟ ଓ ସହଭାଗୀତାରେ ଏହି ପାଣି ପଞ୍ଚାୟତ ପକ୍ଷ ପାଳନକୁ ସଫଳ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ ପାଣି ପଞ୍ଚାୟତ ପକ୍ଷ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିବା ସହ ବିଦ୍ୟୁତ୍ ବିଭାଗର ଅଧିକାରୀମାନଙ୍କର ଗୁରୁଦାୟିତ୍ୱ ବିଷୟରେ ମତ ରଖିଥିଲେ । ଚଳିତ ମାସ ୧୬ ତାରିଖରେ ମଣ୍ଡଳସ୍ତରୀୟ, ୨୪ ତାରିଖରେ ଜିଲ୍ଲାସ୍ତରୀୟ ଏବଂ ୩୦ ତାରିଖରେ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯିବ । ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡିଆ ଭାଷାରେ ବକ୍ତୃତା, ପ୍ରବନ୍ଧ, କୁଇଜ୍, ଚିତ୍ରାଙ୍କନ ପ୍ରତିଯୋଗିତା ଓ ମଡେଲ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଜିଲ୍ଲାସ୍ତରରେ ଏହି ପ୍ରତିଯୋଗିତା ଚଳିତ ମାସ ୧୦ ତାରିଖ ସୁଦ୍ଧା ଆୟୋଜନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ଯଥାକ୍ରମେ ୨୫୦୦, ୨୦୦୦ ଓ ୧୫୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରିବା ସହ ପ୍ରମାଣ ପତ୍ର ଦିଆଯିବ । ଫଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପାଣି ପଞ୍ଚାୟତ ପକ୍ଷ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇ ପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଜିଲ୍ଲାସ୍ତରୀୟ ପ୍ରଥମ କୃତୀ ପ୍ରତିଯୋଗୀ ରାଜ୍ୟସ୍ତରରେ ଭାଗ ନେଇପାରିବେ । ଏହି ପ୍ରସ୍ତୁତି ବୈଠକରେ ଜଳ ସମ୍ପଦ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ନାବାର୍ଡ, ପଞ୍ଚାୟତରାଜ, ଶିକ୍ଷା, ଟିପିସିଓଡିଏଲ୍, ପଶୁ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।
kanikanews.in
Next Post
ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଜିଲ୍ଲାର ଫାଇନାଲ ଭୋଟର ତାଲିକା ପ୍ରକାଶନ
Fri Jan 5 , 2024
କେନ୍ଦ୍ରାପଡ଼ା,୫ା୧: ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଆଜି କେନ୍ଦ୍ରାପଡା ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଫାଇନାଲ ଭୋଟର ତାଲିକାକୁ ପ୍ରକାଶନ କରାଯାଇଛି । ଏହି ଅବସରରେ ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଥିଲେ ଯେ ଜାନୁଆରୀ ପହିଲା ସୁଦ୍ଧା ଜିଲ୍ଲାର ମୋଟ ୧୨ଲକ୍ଷ ୫୫ହଜାର ୮୯ଜଣ ଭୋଟରଙ୍କ ନାମ ପଞ୍ଜିକରେଣ କରାଯାଇଛି । ସେମାନଙ୍କ ମଧ୍ୟରୁ ୬ଲକ୍ଷ ୫୨ହଜାର ୩୬୮ଜଣ […]
