ଆୟବା ଗାଁର କୁନି କାଉଡିଆଙ୍କ ଶ୍ରାବଣ ଯାତ୍ରା



କେନ୍ଦ୍ରାପଡ଼ା,୨୮ା୭:ପବିତ୍ର ଶ୍ରାବଣ ମାସରେ ସବୁଆଡ଼େ ଶିବଭକ୍ତ ମାନଙ୍କ ଭିଡ। ମାନସିକ ମନାସି ଶିବଭକ୍ତ ମାନେ ଦୂରଦୂରାନ୍ତକୁ ପାଣି ଭାର ନେଇ ଯାତ୍ରା କରୁଛନ୍ତି। ଭକ୍ତିର ଏହି ଆଧ୍ୟତ୍ମିକ ଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ଗାଁର କୁନିକୁନି ପିଲାମାନେ। କାନ୍ଧରେ ପାଣି ଭାର ବୋହି ଏହି କୁନି କାଉଡିଆ ମାନେ ପ୍ରାୟ ୧୫ କିଲୋମିଟର ପଥ ଅତିକ୍ରାନ୍ତ କରିଥିଲେ। ତେବେ ପିଲାମାନଙ୍କ ଶ୍ରାବଣ ଯାତ୍ରା ଆରମ୍ଭ ହୋଇଥିଲା ଗଣ୍ଡା ଖିଆ ମଣି ମନ୍ଦିରରୁ। ମଣି ମନ୍ଦିରରେ ପୂଜାର୍ଚନା କରି ଗୋବରୀ ନଦୀରୁ ପାଣି ଉଠାଇଥିଲେ ଏମାନେ। ପରେ ପରେ ଶିବ ନାମ ଜପିଜପି ଯାତ୍ରା ଆରମ୍ଭ କରିଥିଲେ। ଏହି କୁନି କାଉଡିଆ ମାନେ ନରଣପୁର, ମଧୁରକୂଳ, କେଉଟଗଡ ଓ ବାଲିଗୋଠ ଗାଁ ଅତିକ୍ରମ କରି ଆୟବା ଗ୍ରାମରେ ପହଞ୍ଚଥିଲେ। ସେଠାରେ ପହଞ୍ଚି କାଉଡିଆ ମାନେ ବାବା ସ୍ୱପ୍ନେଶ୍ୱର ମହାଦେବଙ୍କର ଜଳାଭିଷେକ କରିଥିଲେ। ଏହି ଆଧ୍ୟତ୍ମିକ ଯାତ୍ରାରେ ପ୍ରାୟ ୬୦ ଜଣ ଶ୍ରଦ୍ଧାଳୁ ଓ ସେମାନଙ୍କ ଅଭିଭାବକ ମାନେ ଯୋଗଦେଇଥିଲେ। ସମାଜସେବୀ ବିରେନ୍ଦ୍ର ଦାସ, କାର୍ତ୍ତିକ ପରିଡା, ବିମଳ ସାହୁ, ସୁରେଶ ସ୍ୱାଇଁ, ଶରତ ସ୍ୱାଇଁ, ହେମନ୍ତ ସୁତାର, ଅନନ୍ତ ଜେନା, ସରୋଜକାନ୍ତ ପାଣି, ଅଯୋଧ୍ୟା ବିଶ୍ୱାଳ, ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Next Post

ବିଶ୍ୱ ହେପାଟାଇଟିସ ଦିବସ ପାଳିତ

Tue Jul 29 , 2025
କେନ୍ଦ୍ରାପଡ଼ା,୨୮ା୭ :ଜିଲ୍ଲାସ୍ତରୀୟ ବିଶ୍ୱ ହେପାଟାଇଟିସ ଦିବସ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କେନ୍ଦ୍ରାପଡା ପକ୍ଷରୁ ସୋମବାର ଅପରାହ୍ନରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡା. ମନୋରଞ୍ଜନ ରାଉତ ପୌରହିତ୍ୟ କରିଥଲେ। ପାଞ୍ଚ ପ୍ରକାର ହେପାଟାଇଟିସ – ଏ, ବି, ସି, ଡି ଏବଂ ଇ ଉପରେ ଉପସ୍ଥିତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଗୌରାଙ୍ଗ […]

KANIKA