ମହିପାଳ ପୌରସଂସ୍ଥା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ


କେନ୍ଦ୍ରାପଡ଼ା ୬/୧: କେନ୍ଦ୍ରାପଡା ସହରସ୍ଥ ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ମହିପାଳର ଶିକ୍ଷା ବର୍ଷ- ୨୦୨୩-୨୪ ବାର୍ଷିକ କ୍ରୀଡା ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୋ ସ୍କୁଲ ଅଭିଯାନର ସଭାପତି ଶରତ କୁମାର ବେହୁରା, ପୌରସଭ୍ୟା ଅସୀମା ନାୟକ, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଦଇତାରୀ ପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିବା ସହିତ କ୍ରୀଡାର ଉପକାରିତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବକୁ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣମୟୀ ଷଡଙ୍ଗୀ, ସୁଚିତ୍ରା ଜେନା, ଜଗନ୍ନାଥ ତ୍ରିପାଠୀ,ରହେଲା ମୁଜୀବ, ଅହଲ୍ୟା ସାହୁ, ମହମ୍ମଦ ୟୁସୁଫ୍ ଇକବାଲ, ସୌମ୍ୟରଞ୍ଜନ ପଟ୍ଟନାୟକ, କ୍ରୀଡା ଶିକ୍ଷୟିତ୍ରୀ ଶଶିରେଖା ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ରଛାତ୍ରୀ, ଅଭିଭାବକ ଓ ପରିଚାଳନା ସମିତିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ଶୁକ୍ଳା ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ସ୍ୱାମୀ ଓ ସ୍ତ୍ରୀଙ୍କ ମନୋମାଳିନ୍ୟ ବିଛେଦ , ପୁନଃ ସଂସାର ଗଢିବାକୁ ନିଷ୍ପତ୍ତି

Sun Jan 7 , 2024
କେନ୍ଦ୍ରାପଡା ପରିବାର ଅଦାଲତରେ ଏକ ପରିବାର ବିଛେଦ ମାମଲାର ବିଚାର ସମୟରେ ବିଚାରପତିଙ୍କ ମାନବିକତା ନିକଟରେ ଉଭୟ ପତିପତ୍ନୀଙ୍କ ବିଛେଦ ହାର ମାନିଥିବା ବେଳେ ପୁଣି ଉଭୟ ସଂସାର ଗଢିବାକୁ ନିଷ୍ପତ୍ତି ନେଇଥିବା ଦେଖାଯାଇଛି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଇଶାଣଡିଆ ଗ୍ରାମର ରାଜକିଶୋର ସାହୁଙ୍କ ପୁଅ ଜୀତେନ୍ଦ୍ର କୁମାର ସାହୁ ଗତ ୨୦୧୮ମସିହାରେ କଟକ ମର୍କତନଗରର ବିଜୟ କୁମାର ପାତ୍ରଙ୍କ ଏକମାତ୍ର କନ୍ୟା କୁଶୁମାଞ୍ଜଳିଙ୍କୁ […]

KANIKA