
କେନ୍ଦ୍ରାପଡା ୧୦/୧୨- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ମେହେନ୍ଦିପୂର୍ ସ୍ଥିତ ଲାଲ ବାହାଦୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ପତ୍ରିକା ‘କାୟାକଳ୍ପ’ ପକ୍ଷରୁ ବିଜ୍ଞାନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସ ଉଦଘାଟନ କରିଥିଲେ। ଶିକ୍ଷାବିତ୍, ଦାର୍ଶନିକ ପଣ୍ଡିତ ହୃଷୀକେଶ ରଥ, ସାମ୍ବାଦିକ କେଦାର ରାଉତ ଅତିଥି ଭାବରେ ଯୋଗଦେଇ ଥିଲେ। ତ୍ରିଲୋଚନ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସତ୍ୟ ସୁନ୍ଦର ଦାସ ସ୍କୋରର ଥିଲେ। ଅଙ୍କିତା ଭୋଳ, ଅଦ୍ୟାଶା ବେହୁରା, ତୃପ୍ତିମୟୀ ରାଉତ, ଶୁଭମ୍ ରାଉତରାୟ ଶ୍ରେଷ୍ଠ ପ୍ରତିଯୋଗୀ ହୋଇଥିଲେ। ସମସ୍ତ ପ୍ରତିଯୋଗୀଙ୍କୁ ଶ୍ରୀଗୁରୁ ଟ୍ରଷ୍ଟ ପକ୍ଷରୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ପ୍ରଧାନ ଶିକ୍ଷକ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରକାଶ ବେହେରା ଧନ୍ୟବାଦ୍ ଦେଇଥିଲେ ଓ ସସ୍ମିତା ନାୟକ ସହଯୋଗ କରିଥିଲେ।











