ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟା : ପାଠକୀୟ ଚାହିଦାରେ ‘କେନ୍ଦ୍ରାପଡା ପରିକ୍ରମା’ର ଭିତରକନିକା ବିଶେଷଜ୍ଞ


କେନ୍ଦ୍ରାପଡ଼ା ୭/୧: ଏକଦଶତମ ରାଜ୍ୟସ୍ତରୀୟ ପୁସ୍ତକମେଳା ଉଦ୍‌ଘାଟନ ଦିବସରେ ଲୋକାର୍ପିତ ହୋଇଥିବା ଚଳିତବର୍ଷ ‘କେନ୍ଦ୍ରାପଡା ପରିକ୍ରମା’ର ଭିତରକନିକା ବିଶେଷଜ୍ଞ ବିପୁଳ ପାଠକୀୟ ଆଦୃତି ପାଉଥିବାର ଲକ୍ଷ୍ୟ କରାଯାଇଛି । ଏହି ଆକର୍ଷଣୀୟ ପରିପାଟିରେ ପ୍ରକାଶିତ ଏହି ସଂଗ୍ରହ୍ୟ ବିଶେଷାଙ୍କରେ ଭିତରକନିକାର ଜୈବ ବିବିଧତା, ପ୍ରାକୃତିକ ବିଭବ, ହେନ୍ତାଳବଣ, ବିରଳ ପ୍ରଜାତିର ଜୀବଜନ୍ତୁ, ବଗ ଗହଣ, କୁମ୍ଭୀର ପ୍ରଜନନ କେନ୍ଦ୍ର, ଗହୀରମଥା ଅଲିଭ୍ ରିଡ୍‌ଲେ କଇଁଛ ଏବଂ ଭିତରକନିକାର ଇତିହାସ, ଅତୀତ ଓ ବର୍ତ୍ତମାନକୁ ନେଇ ସଚିତ୍ର ତଥ୍ୟ ସମ୍ବଳିତ ଆଲେଖମାନ ବିଭିନ୍ନ ଅଭିଜ୍ଞ ଲେଖକମାନଙ୍କଠାରୁ ସଂଗୃହୀତ କରାଯାଇ ସଙ୍କଳିତ କରାଯାଇଛି । ଏହି ସଦୃଶ୍ୟ ପତ୍ରିକାକୁ ସମ୍ପାଦନ କରିଛନ୍ତି କେମ୍‌ର ମୁଖ୍ୟ ଉପଦେଷ୍ଟା ଡଃ. ବିରଜା ରାଉତରାୟ ଓ ପୁସ୍ତକମେଳାର ଆୟୋଜକ କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର (କେମ୍‌) ଏହାକୁ ପ୍ରକାଶ କରିଛନ୍ତି । ଭିତରକନିକାର ବିଭବ ଓ ବୈଶିଷ୍ଟ୍ୟତାକୁ ନେଇ ପ୍ରକାଶିତ ଏହି ଉପାଦେୟ ପତ୍ରିକା କ୍ରୟ କରିବା ନିମନ୍ତେ ସାଧାରଣ ପାଠକମାନଙ୍କ ମଧ୍ୟରେ ଅସାଧାରଣ ଆଗ୍ରହ ପରିଲକ୍ଷିତ ହେଉଛି । ପ୍ରକାଶକ କେମ୍ ପୁସ୍ତକମେଳା ନିମନ୍ତେ ପାଠକମାନଙ୍କ ପାଇଁ ରିହାତି ମୂଲ୍ୟରେ ବିକ୍ରୟ କରିବାର ବ୍ୟବସ୍ଥା କରିଛନ୍ତି ବୋଲି ମେଡିଆ ସଂଯୋଜକ ଲକ୍ଷ୍ମୀକାନ୍ତ ନାୟକ ପ୍ରକାଶ କରିଛନ୍ତି ।

  ଆଜି ଦ୍ୱିତୀୟ ସନ୍ଧ୍ୟାରେ କେନ୍ଦ୍ରାପଡାର ଶ୍ରୀ ବଳଦେବଜୀଉ କଳା ଓ ସଂସ୍କୃତି ପ୍ରତିଷ୍ଠାନ ଦ୍ୱାରା ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ହୋଇଥିଲା । ଏହାପରେ କେନ୍ଦ୍ରାପଡା ମାଟିର ଗର୍ବ ଗୌରବ ଚିରସବୁଜ ଅକ୍ଷୟ ମହାନ୍ତିଙ୍କ ସ୍ମୃତିସନ୍ଧ୍ୟା ବାରୁଅର ଭାବଗ୍ରାହୀ କଳା ନିକେତନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି । ଏହାକୁ ଅନୁଷ୍ଠାନର ପ୍ରତିଷ୍ଠାତା ବିମଳ ପ୍ରସାଦ ପରିଡାଙ୍କ ପୌରହିତ୍ୟରେ ଅର୍ବାନ୍ ବ୍ୟାଙ୍କର ସଭାପତି ଗୁରୁଚରଣ ମହାନ୍ତି ଉଦ୍‌ଘାଟନ କରିଥିଲେ । ଭାବଗ୍ରାହୀ କଳା ନିକେତନର କଳାକାରମାନଙ୍କ ଦ୍ୱାରା ଚିରସବୁଜ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ପରିବେଷଣ କରାଯାଇଥିଲା । ରବିବାର ହୋଇଥିବାରୁ ପାଠକମାନଙ୍କର ସଂଖ୍ୟା ଆଶାତୀତ ଭାବେ ମେଳା ପରିସରରେ ପାଠକମାନଙ୍କ ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା ।


Next Post

ମାଟିଆପଡା ହାଇସ୍କୁଲରେ ରେଡକ୍ରସ ଅଭିମୁଖୀକରଣ କାର୍ଯ୍ୟକ୍ରମ

Sun Jan 7 , 2024
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମାଟିଆପଡା ହାଇସ୍କୁଲରେ ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକ ଜୁନିଅର ରେଡକ୍ରସ ପକ୍ଷରୁ ମିଳିତ ଭାବେ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରଧାନଶିକ୍ଷକ ମନୋଜ କୁମାର ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜନଗର ବ୍ଲକ ଶିକ୍ଷାଧିକାରୀ ମନୋରଞ୍ଜନ ସେଠୀ ମୁଖ୍ୟଅତିଥି, ରାଜ୍ୟ ରେଡକ୍ରସ ଅଧିକାରୀ ଲକ୍ଷ୍ମଣ କୁମାର ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ରେଡକ୍ରସର ଲକ୍ଷ୍ୟ, ଆଭିମୁଖ୍ୟ ଓ ବିଚାରଧାରା ଉପରେ ଆଲୋକପାତ କରିଥିଲେ […]

You May Like