ଜିଲ୍ଲା ତୈଳିକ ବୈଶ୍ୟ ସମାଜର ସମାବେଶ



କେନ୍ଦ୍ରାପଡା ୨/୧୧- ଆଜି କେନ୍ଦ୍ରାପଡ଼ା ଜିଲ୍ଲା ତୈଳିକ ବୈଶ୍ୟ ସମାଜର ଏକ ସମାବେଶ ଡେରାବିଶ ଛତାଛକ ଜେକେ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ସମାବେଶରେ କୈଳାଶ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ । ଜିଲ୍ଲା ସଭାପତି ସରୋଜ ସାହୁ, ସମ୍ପାଦକ ଶ୍ରୀକାନ୍ତ ନାୟକ, ବରିଷ୍ଠ ସଦସ୍ୟ ଧିରେନ ସାହୁ, ଭରତ ଚନ୍ଦ୍ର ସାହୁ, ଅରୁଣ ସାହୁ ଆଇନଜୀବୀ ଦୀପକ ସାହୁ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ଏହି ସମାବେଶରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ମତବ୍ୟକ୍ତ କରିଥିଲେ । ଆମ ସାମଜକୁ କିପରି ମଜବୁତ କରାଯିବ ଏଥିରେ ବିଭିନ୍ନ ବିଷୟରେ ଆଲୋଚନା କରାଗଲା । ୨ୟ ସମାବେଶ ରାଜନଗର ଠାରେ ତା ୨୩ରିଖ ରବିବାର ଦିନ କରାଯିବ ବୋଲି ସ୍ଥିର କରାଗଲା । ପରିଶେଷରେ ସଭାର ସଭାପତି କୈଳାଶ ସାହୁ ଏକ ଜିଲ୍ଲା ଅଫିସ ଖୋଲିବା ପାଇଁ ମତ ଦେଇଥିଲେ । ଏହାକୁ ଜିଲ୍ଲା ସଭାପତି ସରୋଜ ସାହୁ ପ୍ରତିଶୁତି ଦେଲେଥିଲେ ଯେ କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ଖୋଲାଯିବ ଘୋଷଣା କରିଥିଲେ ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


Next Post

କଥାକାର ରାମଚନ୍ଦ୍ର ବେହେରାଙ୍କ ୮୦ ତମ ସ୍ୱନକ୍ଷତ୍ର ଦିବସ ପାଳିତ

Mon Nov 3 , 2025
କେନ୍ଦ୍ରାପଡ଼ା,୨/୧୧: ଆଜି କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦ ପକ୍ଷରୁ ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରାଙ୍କ ୮୦ ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ପରିଷଦର ସଭାପତି ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସାହିତ୍ୟ, ସାଂସ୍କୃତିକ ସଂଗଠନ, କବି,ଲେଖକ ଓ ବୁଦ୍ଧିଜୀବୀ ମାନେ ଯୋଗଦେଇ କଥାଶିଳ୍ପୀ ରାମଚନ୍ଦ୍ର ବେହେରାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ। ପ୍ରଫେସର […]

KANIKA