
କେନ୍ଦ୍ରାପଡା ଜିଲ୍ଲା ନବନିର୍ବାଚିତ ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ସ୍ଥାନୀୟ ପବ୍ଲିକ୍ ରିଡିଂ ରୁମ୍ ପରିସରରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା ସାହିତ୍ୟ ସଂସଦର ସମ୍ବିଧାନ, ନୀତି ଆଦର୍ଶ ଓ ମୂଲ୍ୟବୋଧକୁ ବଞ୍ଚାଇ ରଖିବା ସହିତ ପଦ ଓ ଗୋପନୀୟତାକୁ ବଜାୟ ରଖିବାକୁ ଶପଥ ପାଠ କରାଇଥିଲେ । ଏଥିରେ ସଭାପତି ଡଃ ବାସୁଦେବ ଦାସ, ପ୍ରେମଲତା ଗିରି, ଫକୀର ଚରଣ ଓଝା, ସମ୍ପାଦକ ଶୁଭାଂଶୁ କୁମାର ଦାସ, ସଂଗଠନ ସମ୍ପାଦକ ଆଦିକନ୍ଦ ରାଉଳ, ସହସମ୍ପାଦକ ଶ୍ରୀଧର କୁମାର ଭୋଳ, ଶରତ କୁମାର ରାଉତ, କୋଷାଧ୍ୟକ୍ଷ ନୃସିଂହ ଚରଣ ତ୍ରିପାଠୀ, କେନ୍ଦ୍ରାପଡା ପୌରସଂସ୍ଥାର ସଂଯୋଜକ କାକୁଲି ମଲ୍ଲିକ, ସାହିତ୍ୟ ସଂସଦର ଉପଦେଷ୍ଟା ପ୍ରଫେସର ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ଆଶିଷ ସେନାପତି ଓ କାର୍ତ୍ତିକ ଚରଣ ନାୟକ ପ୍ରମୁଖ ଶପଥ ଗ୍ରହଣ କରି ସାହିତ୍ୟ ସଂସଦର ଲକ୍ଷ୍ୟ ‘ସାହିତ୍ୟକୁ ସମାଜର ସବା ଶେଷ ମଣିଷ ପାଖରେ ପହଞ୍ଚାଇବା’ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହୋଇ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ନିରଞ୍ଜନ ପରିଡା ଓ ଶୁଭଲକ୍ଷ୍ମୀ ପତ୍ରୀ ପରିଚାଳନା କରିଥିଲେ । ଚଳିତ ମାସ ୧୧ ତାରିଖରେ ଏକବିଂଶତମ ରାଜ୍ୟସ୍ତରୀୟ ପୁସ୍ତକ ମେଳାର ଷଷ୍ଠ ସନ୍ଧ୍ୟାରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ କବିତାପାଠ, ସାହିତ୍ୟ ସଭା ଓ ଅନ୍ୟାନ୍ୟ ଆକର୍ଷଣୀୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ସମସ୍ତ ସାହିତ୍ୟିକ ବନ୍ଧୁମାନଙ୍କୁ ଅନୁରୋଧ କରାଯାଇଥିଲା ।











